ଛାତ୍ର ଙ୍କ ଆଗରେ ଛାତ୍ରୀ ଙ୍କୁ ଅଧ୍ୟାପିକା କହିଲେ ଯେତେ ଗୋରୀ ସେତେ ଷ୍ଟୋରି

କେନ୍ଦୁଝର ମାଇନିଙ୍ଗ ଇଞ୍ଜିନିଅରିଂ କଲେଜ ର ଅଧ୍ୟାପିକା ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ I କଲେଜ ରେ ରାଗିଙ୍ଗ ହେଉଥିବା ଅଭିଯୋଗ କରି ଜଣେ ଇଲେକ୍ଟ୍ରିକାଲ ଛାତ୍ରୀ ତାଙ୍କ ଘରେ ଜଣାଇଥିଲେ ,ଏନେଇ ଛାତ୍ରୀ ଙ୍କ ମା ଝିଅ ସହିତ କଲେଜ କୁ ଯାଇଥିଲେ ଏବଂ ଅଧ୍ୟାପିକା ଙ୍କୁ ଅଭିଯୋଗ କରିଥିଲେ ,ଛାତ୍ରୀ ଙ୍କୁ ନ୍ୟାୟ ଦେବା ବଦଳରେ ଅଧ୍ୟାପିକା ଜଣଙ୍କ ଛାତ୍ରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ ଏପରିକି ସବୁ ଛାତ୍ର ଙ୍କୁ ଉସଃକାଇ ଛାତ୍ରୀ ଏବଂ ତାଙ୍କ ମା ଙ୍କୁ ଦୁର୍ବ୍ୟବହାର କରାଇଥିବା ଅଭିଯୋଗ ଆସିଛି I ଏପରିକି ଏହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଚି ଯେଉଁଥିରେ ଦେଖିବାକୁ ମିଳୁଛି ଛାତ୍ରୀ ଙ୍କ ମା ଙ୍କ ଲୁଗା ପଟା ଟାଣୁଛନ୍ତି ଛାତ୍ର ମାନେ ଏବଂ ଅଧ୍ୟାପିକା ଜଣଙ୍କ କହୁଛନ୍ତି ଯେତେ ଗୋରୀ ସେତେ ଷ୍ଟୋରି I ଏହାକୁ ନେଇ ଛାତ୍ରୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି I ଘଟଣାରେ ସମ୍ପୃକ୍ତ ଅଧ୍ୟାପିକା ଭୁଲ ହେଇଥିବା ସ୍ୱୀକାର କରିଥିବା ବେଳେ କାହା ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି

Leave a Reply

Your email address will not be published. Required fields are marked *