କପିଳାସ ରେ 24ବର୍ଷ ପୂରଣ କଲା ଜାଗର ଭଜନ ସମାରୋହ

21 ଫେବୃଆରୀ 2020 ରେ ପ୍ରଭୁ ଚନ୍ଦ୍ରଶେଖର ଜୀଉ ବିଜେ କପିଳାସ ଙ୍କ ପୀଠରେ 24ତମ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀ କଳାପରିଷଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଦୀର୍ଘ 24ବର୍ଷ ଧରି ନିରନ୍ତର ଭାବେ କରିଆସୁଛି I ଏ ବର୍ଷ ଖ୍ୟାତନାମା କଣ୍ଠଶିଳ୍ପୀ ପଙ୍କଜ ଜାଲ ,ମାନସୀ ପାତ୍ର ,ଡଲି ରାଣୀ ବାରିକ ,ଓ ଅନନ୍ୟ କଣ୍ଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରି ଲକ୍ଷ ଲକ୍ଷ ଜାଗର ଜାଳୁଥିବା ଭକ୍ତ ଙ୍କ ଉପସ୍ତିତି ରେ ଏକ ମନ ମୁଗଧକର ପରିବେଶ ସୃଷ୍ଟି କରିଥିଲେ I ଏତେ ସୁନ୍ଦର କାର୍ଯ୍ୟକ୍ରମ ଏତେ ବର୍ଷ ଧରି ଅନୁଷ୍ଠିତ ହେଇ ଆସୁଥିଲେ ମଧ୍ୟ ଏହା ଗଣମାଧ୍ୟମ ନଜରକୁ କଦପା କ୍ଵଚିତ ଆସିଥାଏ I ସମୟେ ସମୟେ କିଛି ଗଣମାଧ୍ୟମ ଏହାକୁ ଜିଲ୍ଲା ପ୍ରସାଶନ ଦ୍ୱାରା ଆୟୋଜିତ ହେଉଥିବାର ଦର୍ଶାଉଥିବାର ନଜିର ଆସିଛି I କିନ୍ତୁ ଏତେ ଦିନ ଧରି ଏତେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରୁଥିବା ପ୍ରଚ୍ଛଦ ପଟ୍ଟ ର ନାୟକ ଙ୍କୁ ପ୍ରାୟତ ଅଧିକାଂଶ ଜାଣିନଥିବେ I

ମାତ୍ର ସତ କଥା ହେଉଛି ବହୁ କଷ୍ଟ ଓ କଷଣ ସହି କପିଳାସ ପାହାଡ଼ ଉପରେ ପହଁଚି ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ଙ୍କ ପୀଠରେ ଜାଗର ଜାଳୁଥିବା ଭକ୍ତ ମାନଙ୍କ ହୃଦୟରେ ଟିକିଏ ଭକ୍ତି ଭାବ ର ମନୋରଞ୍ଜନ ପାଇଁ ଶିବ ବନ୍ଦନା ,ସଂଗୀତ ମାଧ୍ୟମ ରେ କାର୍ଯ୍ୟ କରିବା ସହ ଏହି ପରିବେଶ କୁ ଆହୁରି ଶିବମୟ କରି ଗଢି ତୋଳିବାର ପରିକଳ୍ପନା ଥିଲା ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କର I ବହୁଦିନ ଧରି କୌଣସି ଅନୁଷ୍ଠାନ ପ୍ରସାଶନ ,ବିନା ସହାୟତା ରେ ନିରନ୍ତର ଭାବରେ ଏହି କାର୍ଯ୍ୟକ୍ରମ କରିଆସୁଥିଲେ ,ଏବେ ପ୍ରସାଶନ ତରଫରୁ ମାତ୍ର ସ୍ୱଳ୍ପ କିଛି ସହାୟତା ମିଳୁଛି 2019 ମସିହାରେ ପ୍ରସାଶନ ସାମନ୍ତରାଳ ଭାବରେ କପିଳାସ ପାଦ ଦେଶରେ ଭଜନ ସମାରୋହ କରି ଭକ୍ତ ମାନଙ୍କର ମନୋରଞ୍ଜନ କରିଥିଲା I ଏଭଳି ଏକ ଅନୁଷ୍ଠାନ କୁ ଦୀର୍ଘ 24ବର୍ଷ ଧରି ଆୟୋଜନ କରିବାର ବହୁ ବାଧା ବିଘ୍ନ ସହିବାକୁ ପଡିଛି ବୋଲି କୁହନ୍ତି ଅନୁଷ୍ଠାନ ର ସମ୍ପାଦକ ଟଙ୍କଧର ବାରିକ ମାତ୍ର ପ୍ରଭୁ ଚନ୍ଦ୍ରଶେଖର ଙ୍କ ଆଶିଷ ରୁ ଏ କାର୍ଯ୍ୟକ୍ରମ ଆଜିଯାଏଁ ସୁଚାରୁରୂପେ ଚାଲି ଆସିଛି ଏବଂ ଆଗାମୀ ଦିନରେ ପ୍ରଭୁ ଙ୍କ ଆଶିଷ ରହିଲେ ଏହା ଜାରି ରହିବ I

Leave a Reply

Your email address will not be published. Required fields are marked *