ତାଜମହଲ ଦେଖିଲେ ଅନୁଭବ ହେଉଛି ଭାରତୀୟଙ୍କ ପ୍ରକୃତ ପ୍ରେମ ,ସୁଯୋଗ ମିଳିଲେ ପୁଣି ଥରେ ଆସିବି

ତାଜମହଲ ପ୍ରେମର ମହଲ ,ଥରେ ଯିଏ ଏହାକୁ ଦେଖିଛି ତା ପ୍ରେମରେ ପଡିଯାଇଛି ,ଏଥିରୁ ବାଦ ପଡ଼ିନାହାନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଟ୍ରମ୍ପ ଙ୍କ ଝିଅ I ଭାରତ ଭ୍ରମଣ ରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ଗତକାଲି ତାଜମହଲ ବୁଲିଦେଖିଥିବା ବେଳେ ଝିଅ ଇଭାଙ୍କା ଏବଂ ଜ୍ବାଇଁ ଜାରେଡ କୁଶନ ତାଜମହଲ ପ୍ରେମରେ ପଡିଯାଇଥିଲେ I ଗୋଟି ଗୋଟି କରି ତାଜମହଲ ର ଫୋଟୋ ନେଇଥିଲେ ,ଯେତିକି ଜାଣୁଥିଲେ ତାଜମହଲ ବିଷୟରେ ସେତିକି ଉତ୍ସାହ ବଢ଼ୁଥିଲା ଇଭାଙ୍କା ଙ୍କର I ପ୍ରୋଟୋକଲ କାରଣରୁ ଇଭାଙ୍କା ଙ୍କୁ ତାଜ ମହଲ ର ମୁଖ୍ୟ ଗମ୍ବୁଜ ଭିତରକୁ ଛଡ଼ାଯାଇନଥିଲା ଯେଉଁଠି ପାଇଁ ଦୁଃଖିତ ଥିଲେ ଏବଂ ଆଗାମୀ ଦିନରେ ଯଦି ସୁଯୋଗ ମିଳେ ପୁଣିଥରେ ସେ ଭାରତ ଆସିବେ ବୋଲି ନିଜେ ଟ୍ୱିଟ କରିଛନ୍ତି I ତାଜମହଲ ର ସୁନ୍ଦରତା ରେ ସେ ବିମୋହିତ ହେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *