ଅଷ୍ଟମ ଥର ପାଇଁ ବିଜେଡି ସଭାପତିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହେବାପରେ ୮୦ ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ କରିଛନ୍ତି I ସାଧାରଣତଃ ଏହି କାର୍ଯ୍ୟକାରିଣୀ ରେ ଯେଉଁ ମାନେ ସ୍ଥାନିତ ହେଇଛନ୍ତି ସେମାନଙ୍କୁ ନେଇ କର୍ମୀ ମହଲ ରେ ଖୁସିରେ ମହଲ ଖେଳିଯାଇଥିବା ବିବାଦୀୟ ନେତା ମାନେ ଏଥିରୁ ବାଦ ପଡିଛନ୍ତି I ମନ୍ତ୍ରୀ ପଦ୍ମନାଭ ବେହେରା ଏହି କାର୍ଯ୍ୟକାରିଣୀ ରେ ସ୍ଥାନ ପାଇନାହାନ୍ତି I ମନ୍ତ୍ରୀ ଙ୍କ ନାମରେ ମିଥ୍ୟା ସତ୍ୟପାଠ ଓ ଜାଲ ପ୍ରମାଣପତ୍ର ଅଭିଯୋଗ ଆସିଛି ଯେଉଁଥିରେ କି ମନ୍ତ୍ରୀ ବିବାଦୀୟ ହେଇପଡ଼ିଛନ୍ତି ସେହିପରି ବିଜେଡି ଶରଣ ନେଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟନାୟକ ଙ୍କୁ ମଧ୍ୟ କାର୍ଯ୍ୟକାରିଣୀ ରେ ସାମିଲ କରାଯାଇନାହିଁ ଯଦିଓ ଏହି ଟିମ ରେ ନୂଆ ମୁଁହ ସ୍ଥାନିତ ହେଇଛନ୍ତି I ଲଗାତାର କିଛିଦିନ ଧରି ସୌମ୍ୟ ନବୀନ ବାବୁ ଙ୍କ ତେରେଛା ନଜର ରେ ଥିବା ସାମ୍ନା କୁ ଆସିଥିଲା ,ସୌମ୍ୟ ସ୍ଥାନ ନପାଇବା ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଗଭୀର ଦୁଃଖ ଦେଇଥିବା ବେଳେ ସେମାନେ ଅପେକ୍ଷା କରିଛନ୍ତି ସୌମ୍ୟ ଙ୍କୁ କିଛି ଗୁରୁ ଦାୟିତ୍ୱ ଦିଆଯାଇପାରେ I ସେହିପରି ସବୁଠୁ ବଡ ଚକିତ କରିଛି କେନ୍ଦ୍ରାପଡା ର ସାଂସଦ ଅନୁଭବ ମହାନ୍ତି ଙ୍କୁ ଏହି କାର୍ଯ୍ୟକାରିଣୀ ରେ ସାମିଲ କରାଯାଇନାହିଁ I ନିକଟରେ ବହୁ ବାଦ ବିବାଦ ରେ ଅନୁଭବ ଥିବାବେଳେ କାର୍ଯ୍ୟକାରିଣୀ ରେ ତାଙ୍କୁ ସ୍ଥାନିତ ନକରିବା ଦର୍ଶାଉଛି କି ନବୀନ ବାବୁ ସାଂସଦ ଅନୁଭବ ଙ୍କ ଉପରେ ଖୁସି ନାହାନ୍ତି I
କାର୍ଯ୍ୟକାରିଣୀ ରୁ ସୌମ୍ୟ ଅନୁଭବ ଆଉଟ୍,ବିଶ୍ୱାସ କୁ ନେଲେନି କି ମୁଖ୍ୟମନ୍ତ୍ରୀ !
