ସରକାର ଙ୍କୁ ହାଇକୋର୍ଟ ଙ୍କ ନିର୍ଦେଶ ସମାନ କାମକୁ ସମାନ ଦରମା ,ହୋମଗାର୍ଡ ଙ୍କୁ ସର୍ବନିମ୍ନ ଦରମା 15000 ମିଳିବ

ସମାନ କାମକୁ ସମାନ ଦରମା ଲାଗୁ କରିବାକୁ ନେଇ ହାଇକୋର୍ଟ ର ଦ୍ୱାରସ୍ଥ ହେଇଥିବା ହୋମଗାର୍ଡ ଙ୍କୁ ହାଇକୋର୍ଟ ଦେଇଛନ୍ତି ଖୁସିର ରାୟ I ହୋମଗାର୍ଡ ଙ୍କୁ ସର୍ବନିମ୍ନ ଦରମା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିଷ୍ପତି ଦେଇସାରିଥିବା ବେଳେ କେବଳ 8ଟି ରାଜ୍ୟ ଲାଗୁକରିଥିଲେ ,ଓଡିଶା ଏହାକୁ ଲାଗୁ କରିନଥିବାରୁ ହୋମଗାର୍ଡ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇ ଘଟଣାରେ ନ୍ୟାୟ ମାଗିଥିଲେ ,ଘଟଣାର ସବିଶେଷ ଶୁଣାଣି କରି ଆଜି ହାଇକୋର୍ଟ ତରଫରୁ ଜଷ୍ଟିସ ବିଶ୍ୱନାଥ ରଥ ନିଷ୍ପତି ଦେଇଛନ୍ତି ଜାନୁଆରୀ ରୁ ପିଛିଲା ଭାବରେ ହୋମଗାର୍ଡ ଙ୍କର ଦରମା ସର୍ବନିମ୍ନ 15ହଜାର କରାଯାଉ I ନିଷ୍ପତି ଶୁଣିବା ପରେ ଏବେ ହୋମଗାର୍ଡ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି I ସୂଚନା ଥାଉ କି ଓଡ଼ିଶାରେ ବର୍ତମାନ ସୁଦ୍ଧା ୧୭ ହଜାର ୬୭୫ ଜଣ ହୋମଗାର୍ଡ ଅଛନ୍ତି I

Leave a Reply

Your email address will not be published. Required fields are marked *