ଏବେ ଏବେ ଶୀତ ଛାଡି ଯାଇଥିବା ବେଳେ ଟିକେ ଟିକେ ଗରମ ଅନୂଭତ ହେଉଛି କିନ୍ତୁ ରାଜନୈତିକ ପାଣିପାଗ ର ଉଷ୍ମତା ଏତେ ବଢି ଯାଇଛି ଯେ କୌଣସି ବି ଥରମୋମିଟର ରେ ମାପି ହେଉନି I କଥା କଣ କି ଆଜ୍ଞା ଗତକାଲି ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନେକ୍ସଟ ଟୁ ପି ଅର୍ଥାତ ପ୍ରଣବ ପ୍ରକାଶ ଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ୱ I ଯାହାକୁ ନେଇ ଏବେ ସବୁଠି ସେଇ ଗୋଟିଏ ଚର୍ଚା I କିଏ କହୁଛି ବବି ଏବେ ମୁଖ୍ୟମନ୍ତ୍ରୀ ହେବେ ତ ଆଉ କିଛି କହୁଛନ୍ତି ନବୀନ କଣ ସନ୍ୟାସ ନେବେ ! ତେବେ ମଞ୍ଜ କଥାଟି ହେଉଛି ହଠାତ କାହିଁକି ଏ ନିଷ୍ପତି ନିଆଗଲା ବିଜେଡି ରେ ?? ଟିକେ ଯଦି ଗହୀର କୁ ଯାଇ ତର୍ଜମା କରିବା ଜଳଜଳ କରି ଦେଖାଯାଉଛି I ମୁଖ୍ୟମନ୍ତ୍ରୀ ଙ୍କ ପରେ ବିଜେଡି ର କିଏ ? ଏ ପ୍ରଶ୍ନ ଚାରି କୋଟି ଓଡ଼ିଆ ଙ୍କର ନୁହେଁ ଏହା ଏବେ ଜାତୀୟ ସ୍ତରରେ ମଧ୍ୟ ଏକ ପ୍ରଶ୍ନ ପାଲଟିଛି I ଖୋଲାଖୋଲି କହିବାକୁ ଗଲେ ଏବେ ବିଜେଡି ର ସବୁଠୁ ପାୱାରଫୁଲ ହେଉଛନ୍ତି ପାଣ୍ଡିଆନ କିଏ ମାନୁ କିମ୍ବା ନ ମାନୁ ତାଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଏ 
I ବିଜେଡି ସରକାର ର ସମସ୍ତ ଶ୍ରେୟ ପାଣ୍ଡିଆନ ଙ୍କୁ ଯିବ I ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଉପରେ ପ୍ରସନ୍ନ ହେଇ ବିଭାଗ ନଥାଇ ମଧ୍ୟ ଏକ 5T ବିଭାଗ କରି ସଚିବ କରାଇଲେ I ସବୁ ମନ୍ତ୍ରୀ ,ବିଭାଗ କୁ 5T ଅଧୀନ କୁ ଆଣିଲେ ,ମନ୍ତ୍ରୀ ଙ୍କ ବେକରେ ଆଇଡି ପକାଇ ଶିକୁଳି ଲଗାଇ 5T ଅଧୀନ କୁ ଦେଲେ କହିବାକୁ ଗଲେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ସମସ୍ତ କ୍ଷମତା ଦେଇ ସବୁଠୁ ଶକ୍ତିଶାଳୀ କରାଗଲା I

ଦିନେ ଯେଉଁ ଗଣମାଧ୍ୟମ ପାଣ୍ଡିଆନ ଙ୍କ ବାଇଟ ପାଇଁ ଆକୁଳ ବିକଳ ହେଉଥିଲେ ହଠାତ ଗଣମାଧ୍ୟମ ସାମ୍ନା କୁ ଆସିଲେ ପାଣ୍ଡିଆନ ,ଯୋଉଠି ପାରିଲେ ଗସ୍ତ କରି ମିଡ଼ିଆ ର ଶିରୋନାମା ପାଲଟିଲେ i ପ୍ରଣବ ହେଉଛନ୍ତି ପାଣ୍ଡିଆନ ଙ୍କର ସବୁଠୁ ଆଜ୍ଞାଧୀନ ଏକଥା ଆମେ କହୁନୁ କିଛି ପୁରୁଖା ନେତା ତଥା ଦାମୋଦର ରାଉତ ମଧ୍ୟ କହିସାରିଛନ୍ତି I ବବି ଙ୍କୁ ବିଜେଡି ର ସଂଘଠନ ମୁଖିଆ ପଛରେ କୁଆଡେ ଖୋଦ ପାଣ୍ଡିଆନ ଙ୍କ ଅଯାଚିତ ଆଶୀର୍ବାଦ ରହିଛି I ମୋଟାମୋଟି କହିବାକୁ ଗଲେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବାପାଇଁ କୁଆଡେ ବବି ହିଁ ମୋହରା

I ରାଜନୈତିକ ବିଶେଷଜ୍ଞ ଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଯେତେ ବି କଳା ଟି ଶାର୍ଟ ପିନ୍ଧି ବ୍ୟାୟାମ କଲେ ବି ସ୍ୱାସ୍ଥ୍ୟବସ୍ଥା ପୂର୍ବଭଳି ଆଉ ଠିକ ରହୁନି ତେଣୁ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି ଆଗାମୀ ନିର୍ବାଚନ ରେ ହୁଏତ ନବୀନ ବାବୁ ନିର୍ବାଚନ ମୈଦାନ ରେ ଏତେ ସକ୍ରିୟ ହେଇନପାରନ୍ତି ତେଣୁ ଆଜିଠୁ ବବି ସଂଘଠନ ସମ୍ଭାଳିବେ I ଅବଶ୍ୟ କଥାର କେତେ ସତ ଆମେ ଜାଣିନୁ କିନ୍ତୁ ରାଜନୈତିକ ଚର୍ଚା ର କିଛି ମାତ୍ରା ରେ ଗୁରୁତ୍ୱ ରହିଛି ,ଏହି ଚର୍ଚା କୁ ଆଜିର ବବି ଙ୍କୁ ସମ୍ବର୍ଦ୍ଧନା ଆହୁରି ସୁରାକ ଯୋଗାଇଛି I ଆଜି ଦଳୀୟ କାର୍ଯ୍ୟାଳୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଭବ୍ୟ ସ୍ୱାଗତ ଦିଆ ଯିବା ସମୟରେ ଏକ ବିଶାଳ ପୋଷ୍ଟର ମରାଯାଇଥିଲା ଯେଉଁଥିରେ କେବଳ ବବି ହିଁ ଥିଲେ ,ବିଜୁ ବାବୁ ଆଉ ନବୀନ ଙ୍କୁ ଭୁଲିଗଲେ ସମ୍ବର୍ଦ୍ଧନା ଦେଉଥିବା କର୍ମୀ I

ଏହା ପୁଣି ଖୋଦ ଦଳୀୟ କାର୍ଯ୍ୟାଳୟ ରେ ,କିପରି ଏହା ସମ୍ଭବ ?? ଏଇ ପୋଷ୍ଟର ପାଇଁ ପା ଦିନେ ନବୀନ ଆଉ ପ୍ୟାରୀ ଅଙ୍କଲ ଙ୍କ ଭିତରେ ତୁମ୍ବି ତୁଫାନ କୁଆଡେ ହେଇଥିଲା I ଆଜି ନବୀନ ବାବୁ ହଠାତ ପୋଷ୍ଟର ରୁ ଗାଏବ ହେଇଜିବା ବହୁତ କିଛି ସନ୍ଦେଶ ଦେଉଛି !! ଖାଲି ବୁଝି ପାରିଲେ ହେଲା ନହେଲେ ନାହିଁ I