ଫାସୀ ପୂର୍ବରୁ ଭୋ ଭୋ ହେଇ କାନ୍ଦିଲା ବିନୟ କହିଲା ପ୍ଲିଜ ମତେ ଛାଡିଦିଅ ମୁଁ ବଞ୍ଚିବାକୁ ଚାଁହୁଚି

 କୁହାଯାଏ ଜୀବନରେ ତୁମେ ଦୁଇଥର ଠକିଦେଇ ପାର କିନ୍ତୁ ତୃତୀୟ ଥର ହାବୁଡ଼ ରେ ପଡିବ ତେବେ ତିନିଥର ଆଇନର ଗଳାବାଟ ଦେଇ ଫାଙ୍କି ଯିବା ପରେ ଚତୁର୍ଥ ଥର କୁ ଲାଗିଛି ରୋକ I ଲିଭି ଯାଇଛି ନିର୍ଭୟା ଗଣଦୁଷ୍କର୍ମ କାରି ଚାରି ଅଭିଯୁକ୍ତ ଙ୍କ ଜୀବନ I ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କ ଚତୁର୍ଥ ମୃତ୍ୟୁ ୱାରେଣ୍ଟ ଅନୁଯାୟୀ ଆଜି ସକାଳ 5.30 ରେ ଚାରି ଅଭିଯୁକ୍ତ ଙ୍କୁ ଫାସି ଦିଆଯାଇଛି I ସାରା ଦେଶରେ ଖୁସିର ଲହରୀ ଖେଳୁଛି I ସମସ୍ତେ ଖୁସି ମନାଉଛନ୍ତି କିନ୍ତୁ ଦୋଷୀ ବିନୟ ଙ୍କୁ ଫାସୀ ଦିଆଯିବା ପୂର୍ବରୁ ସେ ପୁରା ଡରି ଯାଇଥିଲେ I ସୂଚନା ଅନୁଯାୟୀ ଆଜି ଅର୍ଥାତ ଶୁକ୍ରବାର ଦିନ ସକାଳ 5:30 ରେ ଫାଶୀ ତିହାର ଜେଲ ପ୍ରଶାସନର ବ୍ୟବସ୍ଥା ବହୁତ ଶକ୍ତିଶାଳୀ ଥିଲା |
ଫାସୀ ଦେବା ପୂର୍ବରୁ ଦୋଷୀ ବିନୟ କୁମାର ଶର୍ମା ଫାଶୀରେ ବୋହି ନିଆଯାଉଥିବା ବେଳେ ବାହୁନି ବାହୁନି କାନ୍ଦୁଥିଲେ। ସମସ୍ତ ଚାରିଜଣ ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଶୁକ୍ରବାର ସକାଳ 3.15 ରେ ଉଠାଯାଇଥିଲା। ଏହା ପରେ ପିଇବାକୁ ଚା ’ଦିଆ ଯାଇଥିଲେ ମଧ୍ୟ ଦୁଇଜଣ ଚା ପିଇଥିଲେ ଏବଂ ଅନ୍ୟ ଦୁଇଜଣ ମନା କରିଦେଇଥିଲେ। ଏହାପରେ ଚାରି ଅଭିଯୁକ୍ତ ଙ୍କୁ ସ୍ନାନ କରିବାକୁ ସ୍ନାନଗାର କୁ ନିଆଯାଇଥିଲା I ଏବଂ ନୂଆ କଳା ପୋଷାକ ପିନ୍ଧାଇ ଦିଆଯାଇଥିଲା I ଏହାପରେ ଜୋର ରେ କାନ୍ଦିଥିଲେ ଅଭିଯୁକ୍ତ ବିନୟ ମତେ କ୍ଷମା କରିଦିଅନ୍ତୁ ମୁଁ ବଞ୍ଚିବାକୁ ଚାଁହୁଛି ବୋଲି କାକୁତି ମିନତୀ କରିଥିଲେ ମଧ୍ୟ କେହି ଶୁଣିନଥିଲେ କାହିଁକିନା ମୃତ୍ୟୁ ର ଶେଷ ସମୟ ଉପନୀତ ହେଇସାରିଥିଲା I

Leave a Reply

Your email address will not be published. Required fields are marked *