ଇଟାଲୀ ରେ ହୁ ହୁ ହେଇ ମାଡିଚାଲିଛି କରୋନା ମୃତ୍ୟୁ ର ତାଣ୍ଡବ ,5400 ଟପିଲା

ଏବେ ସାରା ବିଶ୍ୱ ପାଇଁ ଗୋଟିଏ ଚିନ୍ତା କିଭଳି ଆମେ କରୋନା ର ମୁକାବିଲା କରିବା I ଚାଇନା ରୁ ସୃଷ୍ଟି ହେଇଥିବା ଏହି ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିସାରିଲାଣି I ବର୍ତମାନ ସୁଦ୍ଧା ଏହା 192 ଦେଶକୁ ସଂକ୍ରମିତ ହେଇସାରିଥିବା ବେଳେ ସମୁଦାୟ 14613 ଜଣ ମୃତ୍ୟୁ ବରଣ କରିସାରିଲେଣି I ଆଜି ସକାଳ 5.30 ୱାର୍ଲଡ ମିଟର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 336075 ଏବଂ ସେମାନଙ୍କ ମଧ୍ୟରୁ 97636 ଜଣ ଚିକିତ୍ସା ହେଇ ସୁସ୍ତ ହେଇସାରିଲେଣି I ତେବେ ଚାଇନା କୁ ପଛରେ ପକାଇ ଏବେ ଇଟାଲୀ ରେ ତାଣ୍ଡବ ସୃଷ୍ଟି କରୁଛି କରୋନା I

ଲଗାତାର ତିନି ଧରି ଦୈନିକ 650ରୁ ଉର୍ଧ ମୃତ୍ୟୁବରଣ କରୁଛନ୍ତି ଇଟାଲୀ ରେ I ଇଟାଲୀ ରେ ସଂକ୍ରମିତ ଙ୍କ ସଂଖ୍ୟା 59138 ଥିବାବେଳେ 5476 ଜଣ ମୃତ୍ୟୁବରଣ କରିସାରିଲେଣି I ଏବେବି 3000 ଲୋକ ଗୁରୁତର ସଙ୍କଟ ସହିତ ଲଢ଼ୁଛନ୍ତି I ବର୍ତମାନ ର ଖବର ଅନୁଯାୟୀ ଚାଇନା ରେ 81054 ସଂକ୍ରମିତ ହେଇଥିବା ବେଳେ 3261 ମୃତ୍ୟୁବରଣ କରିଛନ୍ତି I 72440 ଜଣ କରୋନା ସହିତ ଲଢ଼ି ସୁସ୍ଥ ହେଇଛନ୍ତି ଏବଂ 1845 ଜଣ ଏବେ ଗୁରୁତର ଅଛନ୍ତି I ଭାରତ ରେ 396 ଜଣ ଆକ୍ରାନ୍ତ ହେଇଥିବା ବେଳେ 7ଜଣ ମୃତ୍ୟୁ ଏବଂ 24 କରୋନା ସଂକ୍ରମିତ କରୋନା ସହିତ ଲଢ଼ି ସମ୍ପୂର୍ଣ୍ଣ ସୁସ୍ଥ ହେଇଛନ୍ତି I କରୋନା ସଂକ୍ରାନ୍ତ ରେ ଅଧିକ ତଥ୍ୟ ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *