କଣ ଇଟାଲୀ ରାଷ୍ଟ୍ରପତି କରୋନା ନିୟନ୍ତ୍ରଣ କରିନପାରି କାନ୍ଦିଲେ ! ପଢନ୍ତୁ କଣ ସତ Factcheck odia

Reality check of the viral photo italy president crying

କରୋନା ମହାମାରୀ କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଚାଇନା କୁ ପଛରେ ପକାଇ ଏବେ ଇଟାଲୀ ରେ ତାଣ୍ଡବ ସୃଷ୍ଟି କରୁଛି କରୋନା I ଲଗାତାର ତିନି ଧରି ଦୈନିକ 650ରୁ ଉର୍ଧ ମୃତ୍ୟୁବରଣ କରୁଛନ୍ତି ଇଟାଲୀ ରେ I ଇଟାଲୀ ରେ ସଂକ୍ରମିତ ଙ୍କ ସଂଖ୍ୟା 59138 ଥିବାବେଳେ 5476 ଜଣ ମୃତ୍ୟୁବରଣ କରିସାରିଲେଣି Iଲାଗୁଛି ସତେ ଯେଭଳି ଇଟାଲୀ ର ନିୟନ୍ତ୍ରଣ ବାହାରେ କରୋନା ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଫୋଟୋ ଘୁରି ବୁଲୁଛି, କୁହାଯାଉଛି କି ଇଟାଲୀ ର ରାଷ୍ଟ୍ରପତି କରୋନା ନିୟନ୍ତ୍ରଣ କରିନପାରି କାନ୍ଦୁଛନ୍ତି I

ଏହା ତୀବ୍ର ବେଗରେ ଘୁରି ବୁଲୁଥିବା ବେଳେ ଆସନ୍ତୁ ଜାଣିବା ଘଟଣାର କେତେ ସତ ରହିଛି I ଏନେଇ ଓଡିଶା ଏକ୍ସକ୍ଲୁସିଭ ଟିମ୍ ର ନିରପେକ୍ଷ ଯାଞ୍ଚ ଅଧିକାରୀ ମାନେ ପ୍ରଥମେ ଫୋଟୋ କୁ ଗୁଗୁଲ ରେ ସର୍ଚ୍ଚ କରି ଏହି ଫୋଟୋ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ I ଯାଞ୍ଚ ରୁ ଜଣାପଡିଥିଲା କି ଏହି ଫୋଟୋ ଟି ଇଟାଲୀ ରାଷ୍ଟ୍ରପତି ଙ୍କର ନୁହେଁ ଏହା ହେଉଛି ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କର I ଗୁଗୁଲ ତଥ୍ୟ ଅନୁଯାୟୀ ଗତ ବର୍ଷ ଡିସେମ୍ବରରେ ଏକ ଧନ୍ୟବାଦ ସମ୍ଭୋଧନ କାର୍ଯ୍ୟକ୍ରମ ରେ ସେ ଅଭିଭାଷଣ ଦେବା ସମୟରେ ଏକ ଦୁଖଦଃ ଘଟଣା କୁ ବର୍ଣନା କରି ତାଙ୍କ ଆଖି ଲୋତକ ରେ ଭରିଯାଇଥିଲା I ଆମ ଯାଞ୍ଚ ଅନୁଯାୟୀ ଘଟଣାଟି 17 ଡିସେମ୍ବର 2019 ର, ବ୍ରାଜିଲର ରାଷ୍ଟ୍ରପତି ପ୍ଲାନାଲ୍ଟୋ ପ୍ୟାଲେସରେ ଏକ ଧନ୍ୟବାଦ ଅଭିଭାଷଣ ରେ 2018 ନିର୍ବାଚନ ପ୍ରଚାର ସମୟରେ ଜୁଇଜ୍ ଡି ଫୋରା (MG) ରେ ହୋଇଥିବା ଛୁରୀ ଆକ୍ରମଣକୁ ମନେ ପକାଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଥିଲେ I ଏନେଇ ବ୍ରାଜିଲର ଖବର ପ୍ରସାରଣ ସଂସ୍ଥା ପୋଡର୍ 360 ରେ ମଧ୍ୟ ପ୍ରକାଶ ପାଇଛି Iକିନ୍ତୁ ଏହାକୁ ଏବେ ସୋସିଆଲ ମିଡିଆରେ ଇଟାଲୀ ସହିତ ଯୋଡ଼ା ଯାଇ ଭୁଲ ଖବର ପ୍ରସାରଣ କରାଯାଉଛି I ଫେସବୁକ ରେ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି କି ;ଇଟାଲୀ ପ୍ରଧାନମନ୍ତ୍ରୀ ଙ୍କ ନିଶବ୍ଦ ଚିତ୍ର।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିକିତ୍ସା କ୍ଷେତ୍ରରେ ଦୁଇ ନମ୍ବର ସ୍ଥାନରେ ଥିବା ଇଟାଲୀରେ corona virus ର ଭୟଙ୍କର ତାଣ୍ଡବ।କୌଣସି ବିଷୟକୁ ହାଲକା ଭାବରେ ନିଅନ୍ତୁ ନାହିଁ।ସତର୍କ ରୁହନ୍ତୁ,ସଜାଗ ରୁହନ୍ତୁ,ସରକାର ଓ ପ୍ରଶାସନକୁ ପୁର୍ଣ ମାତ୍ରାରେ ସହଯୋଗ କରନ୍ତୁ।ଆପଣଙ୍କର ଗୋଟେ ଭୁଲ ପଦକ୍ଷେପ ଅନେକଙ୍କର ସର୍ବନାଶ କରିପାରେ।ଆପଣ ନଜେ ହିଁ ନିଜର ରକ୍ଷାକାରି ହେ ବିଶ୍ୱନାଥ ବିଶ୍ୱର ମଙ୍ଗଳ କର ଇଟାଲୀ I ସେହିଭଳି ସତ୍ୟ ଭୂଷଣ ଜର୍ଣ୍ଣାଲିଷ୍ଟ ଫେସବୁକ ରେ ପୋଷ୍ଟ କରିଛନ୍ତି କି ହାଲୁକାରେ ନିଅନ୍ତୁ ନାହିଁ ଘରେ ରହିବା ପାଇଁ କାହିଁକି କୁହା ଯାଉଛି ?? ଚୀନ ରେ ସ୍ୱାସ୍ଥ୍ୟସେବା ବହୁତ ବିକଶିତ ତଥାପି,ବଳପୂର୍ବକ ଆୟତ୍ତ କଲା ଇଟାଲୀ ରେ ବି ଅତି ଉନ୍ନତ ହସ୍ପିଟାଲ ଅଛି କିନ୍ତୁ ବଳପୂର୍ବକ କରି ପାରିଲାନି ,ସେଠି ହଜାର ହଜାର ଲୋକ ଏକାସଙ୍ଗେ ଆକ୍ରାନ୍ତ ହେଲେ,ଆମ୍ବୁଲାନ୍ସ ପାଇଲେନି, ICU ବେଡ଼ ପାଇଲେନି ଘରେ ଛଟପଟ ହେଇ ମରିଲେ ଆଜି ତାଙ୍କ ଦେଶର ରାଷ୍ଟ୍ରପତି କାନ୍ଦି କାନ୍ଦି କହୁଥିଲେ ଯେ ଲୋକଙ୍କୁ ଦଫନ କରିବା ପାଇଁ ବି ସେ ଅସହାୟ I ଏହାସହିତ ଏହି ଫୋଟୋ ଟି ଦିଆଯାଇଛି I ଯାହାକି ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଅଟେ I ଅବଶ୍ୟ ଇଟାଲୀ ରେ ଏବେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି କିନ୍ତୁ ଏହି ଫୋଟୋ ସହିତ ଇଟାଲୀ ର କୌଣସି ସମ୍ପର୍କ ନାହିଁ I ଏହା ସମ୍ପୂର୍ଣ୍ଣ ମିଛ ଅଟେ I ଯେ କୌଣସି ଭାଇରଲ ଖବର ବିଷୟରେ ଆପଣ ସତ୍ୟାସତ୍ୟ ଜାଣିବା ପାଇଁ କେବଳ ଫଲୋ କରନ୍ତୁ OdishaExclusive I

Leave a Reply

Your email address will not be published. Required fields are marked *