ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ ସାମାଜିକ ଦୂରତା ନରଖିଲେ କରୋନା ରେ ଇଟାଲୀ-ଚୀନ ପରି ଅବସ୍ଥା ହେଇପାରେ

ବିଜ୍ଞାନ ବଳରେ ବଳୀୟାନ ଆମେ ପୃଥିବୀବାସୀ ଆଜି ପ୍ରକୃତିର ଦାଉରେ ନିଃସହାୟ ପାଲଟିଯାଇଛନ୍ତି । ଚାରିଆଡେ ଆଜି ହାହାକାର । ତ୍ରାହି ତ୍ରାହି ଡାକ । ହେଲେ ଆମ ଦୁଃଖ ଦୁର୍ଦ୍ଦଶା କାହା ଆଗରେ କହିବା ।ଆମ କର୍ମର ଫଳ । ପରିବେଶ ସନ୍ତୁଳତା ହରାଇବାକୁ ବସିଲାଣି ।ପୃଥିବୀର ୭୦୦ କୋଟି ଲୋକଙ୍କ ମୁହଁରେ ଗୋଟିଏ ଶବ୍ଦ ” କରୋନା …କରୋନା ” । ଚିନର ଉହାନ୍ ସହରରେ ପ୍ରଥମ ଥର ଦେଖାଯାଇଥିବା ଏହି ପିଶାଣୁ ସଂପୃକ୍ତ ସହରରେ ସଙ୍କ୍ରମିତ କରି କିଛି ମୁଣ୍ଡ ନେବା ଆରମ୍ଭ କଲା ।ଦୃତ ଗତିରେ ବ୍ୟାପିବାରେ ଲାଗିଲା । ଚାହୁଁ ଚାହୁଁ ସଙ୍କ୍ରମିତ ପରିସର ବୃଦ୍ଧି ପାଇବାରେ ଲାଗିଲା । ଖବର ଧିରେ ଧିରେ ବାହାରକୁ ଆସିଲା । ଆମେ ଭାରତୀୟ ବି ସମସ୍ତେ ଆସ୍ତେ ଆସ୍ତେ କରୋନା ପିଶାଣୁ ବିଷୟରେ ଶୁଣି ବାକୁ ପାଇଲେ । ହେୟ ଜ୍ଞାନ ବି କଲେ । କାହିଁକି ନା ଏହା ଚିନରେ ହୋଇଛି । ତେଣୁ ସେଠିକାର ବାସିନ୍ଦା ଭୋଗ କରିବେ ।ଆମର କିଛି ହେବ ନାହିଁ ।କାରଣ ଆମେ ଚିନ ଦେଶ ଠାରୁ ବହୁତ ଦୂରରେ ଅଛୁ । ତେଣୁ ଆମେ ବିନଦାସ ।ଅଳ୍ପ କେଇ ଦିନ ଭିତରେ ଏହା ଆଉ ଚିନ ଦେଶରେ ସୀମାବଦ୍ଧ ହୋଇ ରହିଲା ନାହିଁ । ସୀମା ସରହଦ ଡେଇଁ ପଡୋଶୀ ଦେଶକୁ କାୟା ବିସ୍ତାର କଲା । ମାଧ୍ୟମ ହେଲା ସଙ୍କ୍ରମିତ ଦେଶରେ ବସବାସ କରୁଥିବା ଲୋକ ମାନେ ସେହି ସ୍ଥାନ ଛାଡି ନିଜର ମାତୃଭୂମିକୁ ଫେରିବା ଆସିବା ଦ୍ବାରା ସାଥିରେ ପିଶାଣୁ ନେଇ ଆସିଲେ ।ଚିନିରୁ ,ଆମେରିକା, ଇଟାଲୀ, ରୁଷିଆ, ଜାପାନ, ସ୍ପେନ, ଭାରତ, ଭଳି ୧୯୨ ଦେଶ ଆଜି କୋରାନା ଦ୍ବାରା ଆକ୍ରାନ୍ତ ।

ବିକଶିତ ଦେଶ ବି ଆଜି ପିଡ଼ିତ , ନିଃସହାୟ । ଦେଖୁ ଦେଖୁ ଭାରତରେ , ଦେଖୁ ଦେଖୁ ମହାରାଷ୍ଟ୍ର, ଦେଖୁ ଦେଖୁ ବିହାର, ଦେଖୁ ଦେଖୁ ପଞ୍ଜାବ , ଦେଖୁ ଦେଖୁ … ସବୁ ନିମିଷକେ । ଆମର କିଛି ହେବ ନାହିଁ ବୋଲି ଭାବୁଥିବା ଆମେ ଭାରତୀୟ ବି ଆଜି କରୋନାର କୋଳରେ ଭାସି ଯିବାକୁ ଆରମ୍ଭ କଲେଣି । ଏମିତି ଦେଖୁ ଦେଖୁ କେତେବେଳେ ଓଡ଼ିଶା ତ କେତେବେଳେ କେଉଁ ଜିଲ୍ଲା କେଉଁ ବ୍ଲକ , କେଉଁ ପଞ୍ଚାୟତ ଦେଖୁ ଦେଖୁ କେତେବେଳେ ଗାଁରେ ବି ପହଞ୍ଚି ଯିବ କହି ହେବ ନାହିଁ ।ତେଣୁ , ନେଡ଼ିଗୁଡ଼ କହୁଣୀକୁ ବହିଯିବା ପୂର୍ବରୁ ବେଳହୁଁ ସାବଧାନ ଯଦି ନ ହେବା , ସରକାରଙ୍କ ମାର୍ଗଦର୍ଶନ ଅନୁସାରେ ପରିଚାଳିତ ନ ହେବା , ପୋଲିସ ନିର୍ଦ୍ଦେଶକୁ ନ ମାନି ବାହାରେ ରହିବା ପାଇଁ ଚେଷ୍ଟା କରିବା ତେବେ କଥା ସରିଯିବ । ଜଣେ ଆକ୍ରାନ୍ତ ହେଲେ ପଣେ ଯିବା I ତେଣୁ, ଏହାକୁ , ଏହି ପରିସ୍ଥିତିକୁ , ସରକାରୀ ନିର୍ଦ୍ଦେଶନାମାକୁ, ଆଦୌ ବେଖାତିର କରିବା ନାହିଁ । ଏ ଯାଏଁ ଏହାର ଔଷଧ ନାହିଁ । ଟିକା ବି ନାହିଁ । କେବଳ ସଫା ସୁତୁରା ରହିବା , ଜନଗହଳି ପୂର୍ଣ୍ଣ ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା, ଅନାବଶ୍ୟକ ସ୍ଥଳେ ନିଜକୁ , ନିଜ ପରିବାରକୁ , ନିଜ ଘର ଭିତରେ ସୀମିତ , ସୀମାବଦ୍ଧ କରି ରଖିବା ହିଁ ସୁରକ୍ଷାର ମୂଳମନ୍ତ୍ର । ତେଣୁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୋନା ଯୁଦ୍ଧକୁ ଜୟ କରିବା ପାଇଁ ହେଲେ ନିଜକୁ ନିଜେ ଯୋଦ୍ଧା ସଜାନ୍ତୁ । ଘରେ ରହିବା ଆଉ କରୋନାକୁ ହରାଇବାକୁ ସଙ୍କଳ୍ପବୋଧ ହେବା । ନଚେତ୍ ….ନେଡ଼ିଗୁଡ଼ କହୁଣୀକୁ ବହିଯିବା ସାର୍ ହେବ ଆଉ ନେଇ ଆଣି ଥୋଇ ପାରିବା ନାହିଁ ।ଏଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧରେ କୁମର…
ସ୍ୱତନ୍ତ୍ର ଉପସ୍ଥାପନା :ଦିଲୀପ କୁମାର ସାହୁ ,ଦାରିଙ୍ଗବାଡି

Leave a Reply

Your email address will not be published. Required fields are marked *