କରୋନା ପାଇଁ ଭୁବନେଶ୍ବର ବାସି ଜିତୁ ଜେନା ଙ୍କ ଭିନ୍ନ ପ୍ରୟାସ: ୧ ମାସ ପାଇଁ ଘର ଭଡ଼ା କଲେ ମୁକ୍ତ, ଏବଂ ଯଥା ସମ୍ଭବ ସାହାଯ୍ୟ ପାଇଁ ନିଷ୍ପତି

Covid-19 ବା କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନା ଭୟରେ ଛଟପଟ ହେଉଛନ୍ତି ସମସ୍ତେ I ଏଭଳି ପରିସ୍ଥିତି ରେ କେବଳ ଏକମାତ୍ର ଭରଷା ସଙ୍ଗରୋଧ ଯେଉଁଥିପାଇଁ ସାରା ଦେଶ ଏବେ ଲକ୍ ଡାଉନ୍ଏ,ହି କରୋନା ଭାଇରସ କେବଳ ଆମ ଦେଶ ନୁହେଁ , ସମଗ୍ର ବିଶ୍ୱ ଅର୍ଥନୀତି କୁ ଦୋହଲାଇଦେଇଛି I ଗୋଟିଏ ପଟେ କରୋନା ଆତଙ୍କ ଆଉ ଗୋଟେ ପଟେ ପେଟ ପାଇଁ ସଂଘର୍ଷ ଏବେ ପ୍ରତିଦିନ ପ୍ରତି ଘରେ ଚାଲିଛି କରୋନା ସହିତ ଲଢେଇ I

ଏଭଳି ବିଶ୍ଵ ମହାମାରୀ ରେ ଏବେ ଘରଭଡା ରେ ରହୁଥିବା ଲୋକମାନଙ୍କ ଉପରେ ଏହାର ବଡ ପ୍ରଭାବ ପଡିଛି I ଗୋଟେ ପଟେ ଆର୍ଥିକ ଅଭାବ ଆଉ ଗୋଟେପଟେ ଘର ଭଡା ଦେବାର ଚାପ I ତେବେ ଏଭଳି ପରିସ୍ଥିତି ରେ ମାନବିକତା ର ପରିଚୟ ଦେଖାଇଛନ୍ତି ଭୁବନେଶ୍ୱର ର ଜିତୁ ଜେନା I ଉଦାର ହୃଦୟ ରେ ତାଙ୍କ ଘରେ ରହୁଥିବା ସମସ୍ତ ଅନ୍ତେବାସୀ ଙ୍କୁ 1 ମାସର ଘର ଭଡା ଦେୟ ମୁକ୍ତ କରିବା ସହିତ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ର ହାତ ବଢ଼ାଇଛନ୍ତି I ଜିତୁ ଙ୍କ ଏଭଳି ପଦକ୍ଷେପ ପାଇଁ ସବୁ ମହଲ ରୁ ସ୍ୱାଗତ କରାଯାଉଥିବା ବେଳେ ଅନ୍ୟ ଘର ମାଲିକ ମାନେ ନିହାତି ଜିତୁ ଙ୍କ ଠାରୁ ପ୍ରେରଣା ପାଇବେ ବୋଲି ଆଶା ଏବଂ ବିଶ୍ୱାସ I

Leave a Reply

Your email address will not be published. Required fields are marked *