ରାଣୀ ଙ୍କ ଆଗରେ ଫିକା ପଡିଗଲେ ଓଡ଼ିଆ ସିନେମାର ଆଗ ଧାଡ଼ିର ନାୟିକା,ରାଣୀ ଦେଲେ 50ହଜାର ଏମାନେ ହାତ ଧୋଇବା ଶିଖାଉଛନ୍ତି

ଏବେ ସବୁଠି ଗୋଟିଏ କଥା ରାଣୀ ଙ୍କ ପାଖରେ ଫିକା ପଡିଗଲେ ଓଡ଼ିଆ ସିନେମା ର ନାମୀ ଦାମୀ ନାୟିକା ବର୍ଷା ଏଲିନା ଅର୍ଚିତା ଏବଂ ଭୂମିକା I ଯାହାକୁ ଲୋକେ ସବୁବେଳେ ବିବାଦୀୟ ବିବାଦୀୟ କହି ଛିଗୁଲେଉ ଥିଲେ ସେ ହିଁ ଦେଲେ ବିଶାଳ ହୃଦୟ ର ପରିଚୟ I ନିଜ ଉପାର୍ଜିତ ଅର୍ଥରୁ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କରୋନା ପାଇଁ ସହାୟତା ର ସାହାଯ୍ୟ ଦେଇଛନ୍ତି ରାଣୀ I କେବଳ ଏତିକି ନୁହେଁ ସମସ୍ତ ଯାତ୍ରା କଳାକାର ଙ୍କ ପାଖରେ ଚାଉଳ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି I

ଏ ଦାନ ଛୋଟ ହେଇପାରେ କିନ୍ତୁ ତାଙ୍କ ବିଶାଳ ହୃଦୟ ଆଗରେ ସାରା ଓଡିଶା ବାସି ଏହାକୁ ସବୁଠାରୁ ବଡ ଦାନ ହିସାବରେ ଗ୍ରହଣ କରିନେଇଛନ୍ତି I ଓଡ଼ିଆ ସିନେମାର ଆଗ ଧାଡି ର ନାୟିକା ମାନେ ଏଯାଏଁ ଟଙ୍କା ଟିଏ ସହାୟତା ନଦେଇ ହାତ ଧୋଇବା ଶିଖାଉଥିବା ବେଳେ ରାଣୀ ଙ୍କ ଏ ସାହାଯ୍ୟ ର ପ୍ରୟାସ ତାଙ୍କୁ ସମସ୍ତଙ୍କ ହୃଦୟ ରେ ବସାଇ ଦେଇଛି I ଯେଉଁମାନେ ଦିନେ ବିବାଦୀୟ ବିବାଦୀୟ କହି ଚିଡାଉ ଥିଲେ ସେହି ମାନଙ୍କ ମୁଁହରେ କଡା ଜବାବ ଦେଇଛନ୍ତି ରାଣୀ I ସେହିଭଳି ସବ୍ୟସାଚୀ ମଧ୍ୟ 1ଲକ୍ଷ ଟଙ୍କା ର ସହାୟତା ଦେଇଛନ୍ତି ଗତକାଲି I

Leave a Reply

Your email address will not be published. Required fields are marked *