କରୋନା ରେ ସ୍ପେନର ରାଜକୁମାରୀ ମାରିଆ ଟେରେସା ଙ୍କର ମୃତ୍ୟୁ

କରୋନା ରେ ସ୍ପେନର ରାଜକୁମାରୀ ମାରିଆ ଟେରେସା ଙ୍କର ମୃତ୍ୟୁ

ସାରା ବିଶ୍ୱରେ ଆତଙ୍କ ଖେଳେଇଥିବା କରୋନା ଏବେ ସ୍ପେନ ରେ 6000 ଲୋକଙ୍କର ଜୀବନ ନେଇଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ସ୍ପେନ ରାଜକୁମାରୀ ମାରିଆ ଟେରେସା I କରୋନା ରେ ତାଙ୍କ ଜୀବନ ଚାଲିଯାଇଛି ଏନେଇ ତାଙ୍କ ଭାଇ ଫେସବୁକରେ ଏକ ପୋଷ୍ଟରେ କହିଛନ୍ତି ଯେ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ତାଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ 26 ରେ ସ୍ପେନର ରାଜକୁମାରୀ ମାରିଆ ଟେରେସା କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ମୃତ୍ୟୁ ବରଣ କରିଥିଲେ ବୋଲି ତାଙ୍କ ଭାଇ ଡି ବୋର୍ବନ୍ ଡ୍ୟୁକ୍ ଅଫ୍ ଆରାନଜୁଏଜ୍ ଫେସବୁକରେ ଏକ ପୋଷ୍ଟରେ ଲେଖିଛନ୍ତି

I ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହେଇଥିଲା I ପ୍ରଥମ ରାଜ ପରିବାର ଭାବରେ ଟେରେଷା ଙ୍କର ମୃତ୍ୟୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି I ସୂଚନା ଥାଉ କି 1933 ମସିହାରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ ରାଜକୁମାରୀ ମାରିଆ ଟେରେସା I ଫ୍ରାନ୍ସରେ ଶିକ୍ଷା ସମାପ୍ତ ପରେ ପ୍ୟାରିସର ସୋରବୋନ୍ ଏବଂ ମାଡ୍ରିଡ୍ର କମ୍ପ୍ଲୁଟେନ୍ସ ୟୁନିଭରସିଟିରେ ପ୍ରଫେସର ହୋଇଥିଲେ।ଜକୁମାରୀ ମାରିଆ ଟେରେସା ତାଙ୍କର ସିଧା ସଳଖ ମତ ଏବଂ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟ ହେତୁ “ରେଡ୍ ରାଜକୁମାରୀ” ଭାବରେ ମଧ୍ୟ ବେଶ ଜଣାଶୁଣା।

Leave a Reply

Your email address will not be published. Required fields are marked *