ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଠାଇବେ ଟଙ୍କା, ଶେଷ ନମ୍ବର ଅନୁଯାୟୀ ଜାଣନ୍ତୁ ଆପଣ କେବେ ପାଇବେ

କରୋନା ଭାଇରସ ପାଇଁ ସାରା ଦେଶ ଏବେ ଲକ ଡାଉନ ଥିବାବେଳେ ଗରିବ ଲୋକଙ୍କୁ ଟଙ୍କା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି I ଯେଉଁମାନଙ୍କର ଜନଧନ ଆକାଉଣ୍ଟ ଅଛି ,ସେମାନଙ୍କୁ ଏହି ଆର୍ଥିକ ସୁବିଧା ଯୋଗାଇଦିଆଯିବାକୁ ପୂର୍ବରୁ ଘୋଷଣା ହେଇଥିଲା I ସରକାର ପ୍ରତିମାସରେ ୫୦୦ ଟଙ୍କା ଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ସୂଚନା ଦେଇଥିଲେ । ଆସନ୍ତା ୩ ମାସ ଯାଏଁ ଆକାଉଣ୍ଟଧାରୀଙ୍କୁ ଏହି ଯୋଜନା ରେ ଟଙ୍କା ଦିଆଯିବ I ତେବେ ପ୍ରଥମ କିସ୍ତି ଏପ୍ରିଲ ୩ ଶୁକ୍ରବାର ରୁ ଆକାଉଣ୍ଟରେ ସିଧାସଳଖ ଜମା ହେବ I ତେବେ ବ୍ୟାଙ୍କ ରେ ପ୍ରବଳ ଗହଳି ଲାଗି ରହୁଥିବାରୁ ଏହାକୁ କିସ୍ତି ଅନୁଯାୟୀ ଦିଆଯିବ I ଆକାଉଣ୍ଟ ନମ୍ବର ଅନୁଯାୟୀ ଅତି ସରଳ ଭାବେ ଆକାଉଣ୍ଟ ଧାରି ଙ୍କୁ ଟଙ୍କା ଦିଆଯିବ I ଯଦି ଆପଣଙ୍କର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ ବା ୧ ରହିଥାଏ ତେବେ ଆପଣଙ୍କୁ ଆସନ୍ତାକାଲି ଅର୍ଥାତ 3ତାରିଖ ଦିନ ଟଙ୍କା ଦିଆଯିବ I ଶେଷ ଅଙ୍କ ୨ ଓ ୩ ଥିଲେ ଏପ୍ରିଲ ୪ ତାରିଖ,ଶେଷ ନମ୍ବର ୪ ଓ ୫ ଥିଲେ ଏପ୍ରିଲ ୭ ତାରିଖ,ଶେଷ ଅଙ୍କ ୬ ଓ ୭ ଥିଲେ ଏପ୍ରିଲ ୮ ,ଶେଷ ନମ୍ବର ୮ ଓ ୯ରେ ଥିଲେ ଏପ୍ରିଲ ୯ ତାରିଖରେ ତାରିଖରେ ଟଙ୍କା ମିଳିବ । ଯେହେତୁ ଏହି ଟଙ୍କା ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି, ହିତାଧିକାରୀମାନେ ବ୍ୟାଙ୍କ ରେ ଅଯଥା ଭିଡ ନକରି ବାକୁ ଅନୁରୋଧ କରାଯାଇଛି I ସୂଚନା ଥାଉ କି 26 ମାର୍ଚ୍ଚରେ ଦେଶବ୍ୟାପୀ 21 ଦିନିଆ ତାଲା ଘଟଣା ରେ ପ୍ରଭାବିତ ଗରିବଙ୍କ ପାଇଁ ସହାୟତା ଘୋଷଣା କରାଯାଇଥିଲା I ଜନଧନ ବ୍ୟାଙ୍କ ଆକାଉଣ୍ଟ ଥିବା 20.4 କୋଟି ମହିଳା ତିନିମାସ ମଧ୍ୟରେ 1,500 ଟଙ୍କା ନଗଦ ସହାୟତା ପାଇବେ।

Leave a Reply

Your email address will not be published. Required fields are marked *