ରାଜ୍ୟରେ ଷଷ୍ଠ କରୋନା ଚିହ୍ନଟ ପରେ କଟକ କୁ ସମ୍ପୂର୍ଣ୍ଣ 48ଘଣ୍ଟା ବନ୍ଦ କରାଯିବ

ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିନ୍ହଟ ହେଇଛନ୍ତି I ବ୍ୟକ୍ତି ହିଁ ଜଣଙ୍କ କଟକ ର ବାସିନ୍ଦା I କିଛିଦିନ ତଳେ ରୁ ଫେରିଥିବା ଜଣାପଡିଛି I`ତାଙ୍କୁ ମିଶାଇ ରାଜ୍ୟରେ ମୋଟ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେଲେ I

ପୂର୍ବରୁ ପାଞ୍ଚ ଜଣ ଚିହ୍ନଟ ହେଇ ଚିକିତ୍ସା ହେଉଥିବା ବେଳେ ଦ୍ୱିତୀୟ କରାନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଥିଲେ I ଷଷ୍ଠ ଆକ୍ରାନ୍ତ ଙ୍କ ବିଷୟରେ ଟ୍ୱିଟ କରାଯାଇଛି I ତେବେ ସେ କାହା ସହିତ ମିଶିଛନ୍ତି ତାଙ୍କୁ ଟ୍ରେସ କରାଯାଉଛି I

ଅନ୍ୟପକ୍ଷରେ ଷଷ୍ଠ ଆକ୍ରାନ୍ତ ଙ୍କ ପରେ କଟକ ସହର କୁ ସମ୍ପୂର୍ଣ୍ଣ 48ଘଣ୍ଟିଆ ଲକ ଡାଉନ କରି ଦିଆଯାଇଛି I ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ କଟକ ବନ୍ଦ ରହିବ ।ଏପରିକି ଜରୁରୀ ସେବା ଯଥା ଡାଲି ଚାଉଳ ବା ତେଜରାତି ଦୋକାନ ସହ , ମାଛ, ମାଂସ ଆଦି ଆମିଷ ଦୋକାନ,ପରିବା ଦୋକାନ , କ୍ଷୀର ବୁଥ୍‌ ବି ବନ୍ଦ କରାଯିବ I କେବଳ ଔଷଧ ଦୋକାନ ଖୋଲା ରହିବ I

Leave a Reply

Your email address will not be published. Required fields are marked *