ଗୋଟିଏ ଦିନରେ ବିଗିଡ଼ିଗଲା ସ୍ଥିତି ,15ପଜିଟିଭ , ଓଡ଼ିଶାରେ 20ଛୁଇଁଲା କରୋନା

20 covid-19 positive in odisha

ଗୋଟିଏ ଦିନରେ ବଦଳିଯାଇଛି କରୋନା ର ସ୍ତିତି ଓଡ଼ିଶାରେ ଏତେଦିନ ଧରି ନିୟନ୍ତ୍ରିତ ଥିବା କରୋନା ହଠାତ ଦେଖାଇଛି ତାଣ୍ଡବ I ଆଜି ସୁଦ୍ଧା 5ସଂଖ୍ୟା ରେ ସୀମିତ ଥିବା କରୋନା ହଠାତ 20 ଛୁଇଁଛି I ଆଜି ଦିନକରେ 15ଜଣ ସଂକ୍ରମିତ ହେଇଥିବାର ଖବର ମିଳିଛି I ଆଜି ସକାଳେ କଟକ ,ଏବଂ ବମିଖାଲ ରେ ତିନିଜଣ ଟୋଟାଲ ଚାରି ଜଣ ଚିହ୍ନଟ ହେଇ ଏହି ସଂଖ୍ୟା 9ରେ ପହଁଚିଥିବା ବେଳେ ରାତ୍ର ରେ ହଠାତ ଏଭଳି ଖବର ସାରା ଓଡିଶା ବାସି ଙ୍କୁ ଚମକାଇ ଦେଇଛି I

ଆଉ 11 ଜଣ ଏହି ତାଲିକାରେ ଯୋଡି ହେଇଯାଇଛନ୍ତି I ଆଜି ସମୁଦାୟ 15ଜଣ ଚିହ୍ନଟ ହେଇଛନ୍ତି I ସକାଳୁ ଭୁବନେଶ୍ୱର କଟକ ଏବଂ ଭଦ୍ରକ କୁ 48ଘଣ୍ଟିଆ ଲକ ଡାଉନ କରାଯାଇଛି I ତେବେ ସୂଚନା ଅନୁଯାୟୀ ବମିଖାଲ ରେ 3ଜଣ ,ସୂର୍ଯ୍ୟନଗର ରେ ଆକ୍ରାନ୍ତ 7 ହେଇଥିବା ବେଳେ ଭଦ୍ରକ ରେ ଆଉ ଦୁଇ ଜଣ ଙ୍କ ସହିତ ପୁରୀ ରେ ଜଣେ ଏବଂ ଯାଜପୁର ରେ ମଧ୍ୟ ଜଣେ ଚିହ୍ନଟ ହେଇଛନ୍ତି I ସର୍ବମୋଟ 20ଜଣ ବର୍ତମାନ ସୁଦ୍ଧା ଚିହ୍ନଟ ହେଇସାରିଲେଣି I ଅଧିକ ଖବର ପାଇଁ ଫେସ୍ବୁକ ରେ ଲାଇକ କରନ୍ତୁ i

Leave a Reply

Your email address will not be published. Required fields are marked *