10 ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା , 53ହଜାର ମୃତ୍ୟୁ I କାନ୍ଦୁଛି ଆମେରିକା ସ୍ପେନ ଇଟାଲୀ ଜର୍ମାନୀ ଇରାନ ଇଂଲଣ୍ଡ

corona reaches 1 million

 ହୁ ହୁ ହେଇ ମାଡି ଚାଲିଛି କରୋନା I ଥମିବାର ନା ନେଉନି I ଗୋଟିକ ଦେଶ ପରେ ଆଉ ଗୋଟିଏ ଦେଶ କୁ ଅତି ତୀବ୍ର ଭାବରେ ନିଜର ଶିକାର ବନାଉଛି I ବିଶ୍ୱର ଶ୍ରେଷ୍ଠ 10 ଦେଶ ରେ ଏବେ ହାହା କାର ସୃଷ୍ଟି ହେଇଛି I ଯେତେ ଚେଷ୍ଟା କଲେ ବି କରୋନା କୁ ନିୟନ୍ତ୍ରଣ କରିହେଉନି I ବର୍ତମାନ ସୁଦ୍ଧା ଏହା 10ଲକ୍ଷ ଆକ୍ରାନ୍ତ କୁ ଟପି ସାରିଥିବା 53ବେଳେ ହଜାର ରୁ ଉର୍ଧ ମୃତ୍ୟୁବରଣ କରିସାରିଲେଣି I ଭାରତ ରେ 2543 ଆକ୍ରାନ୍ତ ହେଇଥିବା ବେଳେ 72 ଜଣ ମୃତ୍ୟୁବରଣ କରିସାରିଲେଣି I ଆସନ୍ତୁ ନଜର ପକାଇବା କେଉଁ ଦେଶରେ କେତେ ଆକ୍ରାନ୍ତ ଏବଂ ମୃତ୍ୟୁବରଣ କରିସାରିଲେଣି I

ଆମେରିକା ରେ 245,066 ସଂକ୍ରମିତ ହେଇସାରିଥିବା ବେଳେ 6,075 ମୃତ୍ୟୁବରଣ କରିସାରିଲେଣି I ଇଟାଲୀ ରେ 115,242 ଆକ୍ରାନ୍ତ ହେଇଥିବା ବେଳେ 13,915 ମୃତ୍ୟୁ ହେଇସାରିଲାଣି I ସ୍ପେନ ରେ 112,065 ଆକ୍ରାନ୍ତ ହେଇଥିବା ବେଳେ 10,348 ମୃତ୍ୟୁ ହେଇସାରିଲାଣି I ଜର୍ମାନୀ ରେ 84,794 ଆକ୍ରାନ୍ତ ହେଇଥିବା ବେଳେ 1,107 ମୃତ୍ୟୁ ହେଇସାରିଲାଣି I ଫ୍ରାନ୍ସ ରେ 59,105 ସଂକ୍ରମିତ ହେଇଥିବା ବେଳେ 5387 ମୃତ୍ୟୁ ହେଇସାରିଲାଣି I ଇରାନ ରେ 50,468 ସଂକ୍ରମିତ ହେଇଥିବା ବେଳେ 3,160 ଜଣଙ୍କର ମୃତ୍ୟୁ ହେଇସାରିଲାଣି I ବ୍ରିଟେନ ରେ 33,718 ସଂକ୍ରମିତ ମୃତ୍ୟୁ ସଂଖ୍ୟା 2,921,ସ୍ୱିଜରଲାଣ୍ଡ 18827 ସଂକ୍ରମିତ ,ମୃତ୍ୟୁ 5236,ବେଲଜିଅମ 1011 ମୃତ୍ୟୁ ହେଇଥିବା ବେଳେ ନେଦରଲାଣ୍ଡ ରେ 1339 ଜଣ ମୃତ୍ୟୁ ହେଇସାରିଲେଣି I ପ୍ରମୁଖ ଦେଶ ମାନେ ଏବେ କରନା କୁ ନେଇ କାନ୍ଦିବା ଆରମ୍ଭ କଲେଣି କିନ୍ତୁ ସଫଳ ହେବାରେ ସକ୍ଷମ ହେଇପାରୁନାହାନ୍ତି I ଅଧିକ ଟିକିନିକି ଖବର ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *