ଅତି ରଞ୍ଜିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭକୁଆ ବନେଇଲା ଓଡ଼ିଶାର ନମ୍ବର 1 ଚାନେଲ ଓଟିଭି ଏବଂ News 7

fake news published by otv and news7

ଏବେ ସୋସିଆଲ ମିଡ଼ିଆ ର ଯୁଗ I କ୍ଷଣିକ ଭିତରେ ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛି ସୋସିଆଲ ମିଡ଼ିଆ ମାଧ୍ୟମ ରେ I ସୋସିଆଲ ମିଡ଼ିଆ ର ଲୋକପ୍ରିୟତା କୁ ଦୃଷ୍ଟି ରେ ରଖି ଟିଭି ଚାନେଲ ମାନେ ମଧ୍ୟ ଏବେ ସୋସିଆଲ ମିଡିଆରେ ଖବର ପ୍ରସାରଣ କରୁଛନ୍ତି ପାଠକ ଙ୍କ ରୁଚି କୁ ଦେଖି I ତେବେ ଆଜିକା ଦିନରେ ଟିଆର୍ପି ମୋହରେ ଟିଭି ଚାନେଲ ମାନେ ଏମିତି ପଡିଗଲେଣି ଯେ ଖବର ର ସତ୍ୟତା ଯାଞ୍ଚ କରିବା ପରିବର୍ତେ କିଏ ପ୍ରଥମେ ଦେବ ସେଇ ପ୍ରତିଯୋଗିତା ଲାଗି ରହୁଛି I ସୋସିଆଲ ମିଡିଆରେ ଅଧିକାଂଶ ଭିଡିଓ ଭାଇରଲ ହେଉଥିବା ବେଳେ ପ୍ରାୟତ ଟିଭି ଚାନେଲ ମାନେ ଏହାକୁ ନିଜ ଖବର ରେ ସ୍ଥାନ ଦେଇଥାନ୍ତି ଯାଞ୍ଚ ପରେ ତେବେ ଏକ ଭାଇରଲ ଭିଡିଓ କୁ ନେଇ ହଟହଟା ହେଇଛି ରାଜ୍ୟର ଏକ ନମ୍ବର ଚାନେଲ ଓଟିଭି  ଏବଂ News 7 I

କିଛି ସମୟ ଧରି ଲୋକଙ୍କୁ ଭକୁଆ ବନେଇଛନ୍ତି ଏକ ମିଛ ଖବର କୁ ଅତି ରଂଜିତ ମନଗଢା ଭାବରେ ବର୍ଣ୍ଣନା କରି I 3 ତାରିଖ ସନ୍ଧ୍ୟା ସମୟରେ ଓଟିଭି ଫେସବୁକ ପେଜ୍ ରେ ଏକ ଭିଡିଓ ପ୍ରସାରଣ କରାଯାଇଥିଲା ଯେଉଁଥିରେ ଏକ ହରିଣ ଲହଡି ଭାଙ୍ଗୁଥିଲା ଖୁସି ରେ I ତେବେ ଓଟିଭି ଏହି ଭିଡିଓ କୁ ପୁରୀ ସି ବିଚ ଏବଂ ବାଲୁଖଣ୍ଡ ର ହରିଣ କହି ମନଇଛା ଗପ ତିଆରି କରି ପ୍ରସାରଣ କଲା ଫେସବୁକ ପେଜ୍ ରେ I ମାତ୍ର 2ଘଣ୍ଟା ରେ ଭିଡିଓ ଟି 2ଲକ୍ଷ ପାଖାପାଖି ଦର୍ଶକ ଙ୍କ ପାଖରେ ପହଁଚି ସାରିଥିଲା Iସେହିଭଳି ନିଜକୁ ଏକ ନମ୍ବର ଦାବି କରୁଥିବା news7 ମଧ୍ୟ ସମାନ ଭିଡିଓ କୁ କୋଣାର୍କ ଚନ୍ଦ୍ରଭାଗା ବାଲୁଖଣ୍ଡ ର ଭିଡିଓ କହି ସନ୍ଧ୍ୟା 5ଘଟିକା ସମୟରେ ପ୍ରସାରଣ କରିଛି I ତେବେ ଏହାକୁ ନେଇ କିଛି ସମୟ ପରେ ଟ୍ରଲ ଆରମ୍ଭ ହେଇଯାଇଥିଲା ଯେ ଏହା ଫେକ ନିଉଜ I ଏକ ନିରପେକ୍ଷ ଖବର ପ୍ରସାରଣ ଭାବରେ ଆମେ ଏହାର ସତ୍ୟତା ଯାଞ୍ଚ କରିବାକୁ ଏହି ଭିଡିଓ କୁ ଗୁଗୁଲ ରେ ସର୍ଚ୍ଚ କରିଥିଲୁ ,ଜଣାପଡିଥିଲା କି ଏହା 4 ବର୍ଷ ତଳର ଭିଡିଓ ଯାହାକି ନଭେମ୍ବର 12 ତାରିଖ 2015 ମସିହାରେ Higgs Boson ନାମକ ଏକ ୟୁଟୁବ ଚାନେଲ ଦ୍ୱାରା ପୋଷ୍ଟ କରାଯାଇଛି I ଖବର ର ସତ୍ୟତା ଯାଞ୍ଚ ନକରି ଓଟିଭି ,NEWS7  ଭଳି ନିଜକୁ ଏକ ନମ୍ବର ଦାବି କରୁଥିବା ଚାନେଲ ଏହାକୁ ପ୍ରସାରଣ କରି ପୁରୀ ର କହିବା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି I ବିଭିର୍ଣ୍ଣ ଟ୍ରଲ ମଧ୍ୟ କରାଯାଉଛି I ଟ୍ରଲ ପରେ ଓଟିଭି ପକ୍ଷରୁ ଏହି ଭିଡିଓ କୁ ହଟାଇ ଦିଆଯାଇଥିବା ବେଳେ NEWS 7 ରେ ଆପଣ ଏହି ଭିଡିଓ ଦେଖିପାରିବେ  I ତେବେ କିଛି ସମୟ ଧରି ଲୋକଙ୍କୁ ଭକୁଆ ବନେଇ ଦେଲା ଓଟିଭି ଏବଂ ନିଉଜ 7 Iଟିଆର୍ପି ଦୌଡ ରେ ଯେ ଅଗ୍ରଣୀ ଚାନେଲ କିଭଳି ମନଇଛା ଖବର ପ୍ରସାରଣ କରିପାରନ୍ତି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ I କିଛିଦିନ ତଳେ ମଧ୍ୟ ଆପଣ ଦେଖିଥିବେ ଜଣେ ଝିଅ ଫାଇନ ଦେବା ସମୟରେ କିଭଳି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ର ପ୍ରତିନିଧି ତାଙ୍କୁ ଅତି ଅସଭ୍ୟ ଭାବରେ ପ୍ରଶ୍ନ କରିବା ସହିତ ତୁମ ଦେହରେ ଗେଞ୍ଜି ଦେବୁ ,ଏତେ କାହିଁ ଗରମ ହେଉଛ ଭଳି କହି ଚିଡ଼ାଇ ଥିଲେ I ଯାହାକୁ ସବୁ ମହଲ ରେ ନିନ୍ଦା କରାଯାଇଥିଲା Iସ୍ୱତନ୍ତ୍ର ଉପସ୍ଥାପନା :ଗୋପାଳ ଚନ୍ଦ୍ର /ଓଡିଶା Exclusive

Leave a Reply

Your email address will not be published. Required fields are marked *