ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ହେଲ୍ପ ଇଣ୍ଡିଆ ପରିବାର

ଯାଜପୁର/ ଓଡିଶା Exlusive I ରାଜ୍ୟରେ କରୋନା ସଂଖ୍ୟା 21 ଛୁଇଁଥିବା ବେଳେ ଯାଜପୁର ରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଅଧିକାଂଶ ସ୍ଥାନ କୁ ସଟ୍ ଡାଉନ କରାଯାଇଥିବା ବେଳେ ଗରିବ ଅସହାୟ ଙ୍କ ପାଇଁ ସାହାଯ୍ୟ ର ହାତ ବଢ଼ାଇଛି ହେଲ୍ପ ଇଣ୍ଡିଆ ପରିବାର I ଆଜି ସନ୍ଧ୍ୟା ସମୟରେ ଯାଜପୁର ରୋଡ଼ ହେନା ଆପାର୍ଟମେଣ୍ଟ ନିକଟରେ ସ୍ଥାନୀୟ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ହେଲ୍ପ ଇଣ୍ଡିଆ ପରିବାର ତରଫରୁ I ଏହା ସହିତ କରୋନା ସଂକ୍ରମଣ ରୁ କିଭଳି ସୁରକ୍ଷିତ ରହିବେ ସେନେଇ ସଚେତନ କରିଥିଲେ I ସରକାର ଙ୍କ ନିର୍ଦେଶ ମାନିବା ସହିତ ନିହାତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ ହେଲ୍ପ ଇଣ୍ଡିଆ ପରିବାର ସଦସ୍ୟ ମାନେ I ହେଲ୍ପ ଇଣ୍ଡିଆ ପରିବାର ତରଫରୁ ମୀନକେତନ ଦାଶ ,ଜଗବନ୍ଧୁ ବାରିକ ରାହାସ ନାୟକ ,ଦୀନବନ୍ଧୁ ମହାରଣା ସୁଶୀଲ କୁମାର ମଲ୍ଲିକ, ହିମାଂଶୁ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢାଇଥିଲେ I ହେଲ୍ପ ଇଣ୍ଡିଆ ପରିବାର ତରଫରୁ ଏଭଳି ପ୍ରୟାସ କୁ ସବୁ ମହଲ ରୁ ସ୍ୱାଗତ କରାଯାଇଛି I

Leave a Reply

Your email address will not be published. Required fields are marked *