ପ୍ରଥମକରି ଅଟୋ ,କ୍ୟାବ ରିକ୍ସା ଡ୍ରାଇଭର ଙ୍କ ଦୁଃଖ ବୁଝିଲେ କେଜ୍ରିୱାଲ, ଗାଡି ଚାଳକଙ୍କୁ ମିଳିବ 5ହଜାର

rs 5000 for auto driver by delhi cm

21 ଦିନିଆ ଲକ ଡାଉନ ପାଇଁ ସାରା ଦେଶ ଏବେ ଅସ୍ୱାଭାବିକ ପରିସ୍ଥିତି ରେ ଥିଲେ ମଧ୍ୟ କରୋନା ଲଢେଇ ପାଇଁ ସଂଘର୍ଷ ଜାରି ରଖିଛନ୍ତି I ତେବେ ତାଲା ବନ୍ଦ ଯୋଗୁଁ ବିଶେଷ କରି ଅଟୋ କ୍ୟାବ ଡ୍ରାଇଭର ଙ୍କ ଜୀବନ ଭାରି ସଂଗୀନ ହେଇପଡିଛି I ସେମାନଙ୍କ ଜୀବିକା ଗୁରୁତର ହୋଇପଡିଛି। I ସେମାନେ କିଭଳି ଜୀବନ ଜିଇଁବେ ବୋଲି ବାରମ୍ବାର ପ୍ରଶ୍ନ ଉଠାଇଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହରରେ ଅଟୋ ଏବଂ କ୍ୟାବ ଡ୍ରାଇଭରମାନଙ୍କ ପାଇଁ ପ୍ରଥମ କରି ଆଣିଛନ୍ତି ଖୁସିର ଖବର I ସରକାର ସେମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ଯୋଜନା ବିଷୟରେ କଥାବାର୍ତ୍ତା କରି ନୂଆ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି I

କେଜ୍ରିୱାଲ କହିଛନ୍ତି କି ଦିଲ୍ଲୀ ରେ ଯେତେ ବି କ୍ୟାବ ଡ୍ରାଇଭର ,ଅଟୋ ଡ୍ରାଇଭର ଅଛନ୍ତି ସମସ୍ତଙ୍କ ଆକାଉଣ୍ଟରେ 5000 ଟଙ୍କା ଟ୍ରାନ୍ସଫର କରାଯିବ I ତେବେ ସମସ୍ତଙ୍କର ବ୍ୟାଙ୍କ ବିବରଣୀ ନଥିବାରୁ ସାତରୁ 10 ଦିନ ଲାଗିବ। ଦୟାକରି ସମସ୍ତେ ସହଯୋଗ କରିବାକୁ କେଜ୍ରିୱାଲ ଅନୁରୋଧ କରିଛନ୍ତି I ସୂଚନା ଥାଉ କି ବନ୍ଦ ସମୟରେ ଅଭାବୀ ଲୋକଙ୍କର ଯତ୍ନ ନିଆଯିବା ପାଇଁ ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ସରକାର ପ୍ରତିଦିନ ଦୁଇଥର 10 ଲକ୍ଷ ଲୋକଙ୍କୁ ଖାଇବାକୁ ଦେବା ପାଇଁ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *