ମହାରାଷ୍ଟ୍ରରୁ ୧୩ଶହ କିମି ସାଇକେଲ ଚଳାଇ ୮ଦିନ ରେ ଯୁବକ ପହଁଚିଲେ ଯାଜପୁର ରେ ,ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ

ଏବେ ଲକ ଡାଉନ ଚାଲିଛି ସମସ୍ତେ ଘର ଭିତରେ ଗୃହବନ୍ଦୀ I ତେବେ ଅଧିକାଂଶ ସ୍ଥାନରେ କିଛି ଲୋକ ଫସି ରହିଛନ୍ତି ଏମିତିକି ପ୍ରତିଦିନ ଆପଣ ସୋସିଆଲ ମିଡିଆରେ ଦେଖୁଥିବେ ଓଡିଶା ବାହାରେ ରହିଥିବା କିଛି ଓଡ଼ିଆ ଭାଇ ଭଉଣୀ ଓଡିଶା କୁ ଫେରିବାକୁ ଅନୁରୋଧ କରି ଭିଡିଓ ଛାଡ଼ୁଛନ୍ତି ,କିନ୍ତୁ ଯାଜପୁର ରେ ଦେଖିବାକୁ ମିଳିଛି ଏକ ଏମିତି ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେଇଛି I

ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚା ହେଉଛି I

ଖବର ଅନୁଯାୟୀ ଲକ ଡାଉନ ରେ ନିଜ ଜୀବନ ବଞ୍ଚାଇବାକୁ ଜଣେ ଯୁବକ ସୁଦୂର ମହାରାଷ୍ଟ୍ର ରୁ ସାଇକେଲ ଯାଜପୁର ଫେରିଛନ୍ତି I

ତାଙ୍କୁ ଏଥିପାଇଁ ୮ ଦିନ ସମୟ ଲାଗିଛି I ଯୁବକ ଜଣଙ୍କ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା I ମହାରାଷ୍ଟ୍ରର ଏକ କାରଖାନାରେ ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଲକ୍‌ଡାଉନ ପାଇଁ ଗାଡି ମୋଟର ବଣ୍ଡ ହେଇଜିବାରୁ ସେ ନିଜ ଭଙ୍ଗା ସାଇକେଲ ଚଳାଇ ପାଖାପାଖି 1300 ରୁ ଉର୍ଧ ବାଟ ଅତିକ୍ରମ କରି ଦୀର୍ଘ ୮ ଦିନ ପରେ ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲା ସଦର ମହକୁମାରେ ପହଞ୍ଚି ଥିଲେ । ପ୍ରତିଦିନ ଯୁବକ ଜଣଙ୍କ ପାଖାପାଖି 140/179 କିଲୋମିଟର ସାଇକେଲ ଚଳାଇଥାନ୍ତି I

ଏନେଇ ଖବର ମିଳିବା ପରେ ଜିଲ୍ଲାପାଳ ରଂଜନ କୁମାର ଦାସ ଯାଜପୁର ବିଡିଓଙ୍କୁ ଘଟଣା ସଂକ୍ରାନ୍ତ ରେ ଜଣାଇଥିଲେ I

ବିଡିଓ ସୌରଭ ଚକ୍ରବର୍ତ୍ତୀ ତୁରନ୍ତ ପହଁଚି ଯୁବକ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ହାଇସ୍କୁଲରେ ଏକାନ୍ତ ସଙ୍ଗରୋଧ ର ବ୍ୟବସ୍ତା କରାଇଛନ୍ତି I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *