ଓଡ଼ିଶା କୁ ଫଲୋ କରି ଲକ୍ ଡାଉନ୍ ଅବଧି ବଢ଼ାଇଲା ପଞ୍ଜାବ

କରୋନା ସାରା ବିଶ୍ବରେ କାୟା ମେଲାଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଭାରତକୁ ୨୧ ଦିନ ଲକ୍ ଡାଉନ୍ କରାଯାଇଥିଲା।କିନ୍ତୁ ବର୍ତ୍ତମାନର କରୋନା ସ୍ଥିତି କୁ ଅନୁଧ୍ୟାନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।ଭାରତରେ ଥିବା ସମସ୍ତ ରାଜ୍ୟ ମାନଂକ ମଧ୍ୟରୁ ଓଡ଼ିଶା ପ୍ରଥମ ଯିଏ କି ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବଢାଯିବା ନେଇ ଘୋଷଣା କରିଥିଲେ।
ଆଜି ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅମରେନ୍ଦ୍ର ସିଂହ ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି କି କରୋନାର ସ୍ଥିତି କୁ ଅନୁଧ୍ୟାନ କରି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୁଞ୍ଚାଯାଇଛି।ବର୍ତ୍ତମାନ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ ରହିଥିବା ସ୍ଥଳେ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।ପୁରା ଭାରତରେ ଓଡ଼ିଶା ପରେ ପଞ୍ଜାବ ଦ୍ଵିତୀୟ ରାଜ୍ୟ ଯେ କି ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *