ଅଦଭୂତ ସଂଯୋଗ ଆଣିଦେଲା ଲକ ଡାଉନ ,ଏସଆଇ ବାପା ଏବଂ ଡିଏସ୍ପି ଝିଅ ଗୋଟିଏ ଥାନାରେ କରୁଛନ୍ତି ଡିଉଟି

କରୋନା ଭାଇରସ ର ତାଣ୍ଡବ ଏବେ ସାରା ବିଶ୍ୱରେ ରଚିଥିବା ବେଳେ ଭାରତ ମଧ୍ୟ ସେଥିରୁ ବାଦ ପଡିନି I ଭାରତ ରେ 21 ଦିନିଆ ଲକ ଡାଉନ ଚାଲିଥିବା ବେଳେ ମୁଖ୍ୟତ ଡାକ୍ତର ଏବଂ ପୋଲିସ ଙ୍କର ଅଧିକ କାର୍ଯ୍ୟ ବଢିଯାଇଛି I ସେମାନେ ଚାହିଁଲେ ବି ଘରକୁ ଯାଇପାରୁନାହାନ୍ତି I ପରିବାର ଅପେକ୍ଷା ସେମାନଙ୍କ ପାଇଁ ଦେଶ ସେବା ପ୍ରାଥମିକତା ହେଇପଡିଛି I ତେବେ ଏଭଳି ପରିସ୍ଥିତି ରେ ଲକ ଡାଉନ ଜଣେ ବାପା ଏବଂ ଝିଅ ଙ୍କୁ ଆଣିଦେଇଛି ଅଦଭୂତ ସଂଯୋଗ I ଉଭୟ ଙ୍କୁ ଏକାଠି ଡିଉଟି କରିବାକୁ ମିଳିଛି ସଂଯୋଗ I ସୂଚନା ଅନୁଯାୟୀ ଘଟଣାଟି ମଧ୍ୟପ୍ରଦେଶର I

ଜଣେ DSP ଝିଅ ଏବଂ ସବ୍-ଇନ୍ସପେକ୍ଟର ବାପା ଙ୍କର ଏକାଠି ଗୋଟିଏ ଷ୍ଟେସନ ରେ ଦାୟିତ୍ୱ ମିଳିଛି I ମଧ୍ୟପ୍ରଦେଶ ର ସିଦ୍ଧ ଜିଲ୍ଲାର ମଜୁଲି ପୋଲିସ ଷ୍ଟେସନରେ ଶବାନା ଅନସାରୀଙ୍କୁ ଡିଏସପି ଭାବେ ନିଯୁକ୍ତ ଦିଆଯାଇଥିବା ବେଳେ ସେହି ପୋଲିସ ଷ୍ଟେସନ ରେ ପୂର୍ବରୁ ତାଙ୍କ ଏସଆଇ ପିତା ଆଶରଫ ଅନସାରୀ ନିଯୁକ୍ତ ହେଇଥିଲେ I ଉଭୟ ବାପା ଏବଂ ଝିଅ ମିଳିତ ଭାବରେ ଲୋକଙ୍କୁ ସଚେତନ କରୁଛନ୍ତି I ସୂଚନା ଥାଉ କି 1988 ରେ ପିତା ମଧ୍ୟପ୍ରଦେଶର ଜଣେ କନଷ୍ଟେବଳ ଭାବରେ ମନୋନୀତ ହୋଇଥିଲେ | ଏବଂ ପରେ ନିଜ ଉତ୍ତମ କର୍ତବ୍ୟ ଯୋଗୁଁ କ୍ରମାଗତ ପଦୋନ୍ନତି ପାଇ ବର୍ତ୍ତମାନ ଜଣେ ସବ୍-ଇନ୍ସପେକ୍ଟର ରେ କାର୍ଯ୍ୟ କରୁଛନ୍ତି | ସେହିଭଳି ତାଙ୍କ ଝିଅ ଶବାନା ଅନସାରୀ ପ୍ରଥମେ 2013 ରେ ସବ୍ ଇନ୍ସପେକ୍ଟର ଭାବରେ ମନୋନୀତ ହୋଇଥିଲେ। ଏବଂ ପରେ ଭଲଭାବରେ ପ୍ରସ୍ତୁତି ଜାରି ରଖି ଡିଏସପି ପଦରେ ନିଯୁକ୍ତ ପାଇଥିଲେ I ଉଭୟ ଏବେ ଏକାଠି କାମ କରୁଥିବା ବେଳେ ଝିଅ କହିଛନ୍ତି କି ଏହା ମୋ ପାଇଁ ଗର୍ବର କଥା ଯେ ମୋ ବାପା ଙ୍କ ପାଖରେ ମୁଁ ଡିଉଟି କରୁଛି ମୁଁ ବଡ ପଦବୀ ରେ ଥାଇପାରେ କିନ୍ତୁ ମୋ ବାପାଙ୍କ ଅଭିଜ୍ଞତା ରୁ କିଛି ଶିଖିବା ସହିତ ଏକାଠି କାମ କରିବାର ସୁଯୋଗ ମିଳିଛି I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ

Leave a Reply

Your email address will not be published. Required fields are marked *