କରୋନା ମହାମାରୀ ମୁକାବିଲା ପାଇଁ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ କେତେ ଟଙ୍କା ଦେଲେ ଆସନ୍ତୁ ଜାଣିବା

ହୁ ହୁ ହେଇ କରୋନା ମାଡି ଆସୁଥିବା ବେଳେ ଭାରତ ର ପ୍ରଧାନମନ୍ତ୍ରୀ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି ରୋକିବାକୁ I ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ର ମୁକାବିଲା ପାଇଁ ଧାଡ଼ିର ନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏବେ କିଛି ନା ସହାୟତା ଦେବାରେ ଲାଗିଛନ୍ତି ଏହି କ୍ରମରେ ଏବେ ଚର୍ଚା ଚାଲିଛି କି କଂଗ୍ରେସ ର ସଭାପତି ସୋନିଆ ଗାନ୍ଧୀ ,ପ୍ରିୟଙ୍କା ଗାନ୍ଧୀ ଏବଂ ଏବଂ ରାହୁଲ କରୋନା ପାଇଁ କେତେ ଦେଲେ ? ତେବେ ଆସନ୍ତୁ ନଜର ପକାଇବା I ନିକଟରେ ମଙ୍ଗଳବାର ଦିନ ସୋନିଆ ଗାନ୍ଧୀ ମୋଦି ଙ୍କୁ ଏକ ପତ୍ର ଲେଖିଥିଲେ ଯେଉଁଥିରେ ସେ ୫ଟି ପରାମର୍ଶ ଦେଇଛନ୍ତି ଯଥା ସରକାର ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ଗଣମାଧ୍ୟମ-ଟିଭି, ପ୍ରିଣ୍ଟ୍‌ ଏବଂ ଅନଲାଇନ୍‌ ମିଡିଆକୁ ସରକାରୀ ବିଜ୍ଞାପନ ଦେବା ବନ୍ଦ କରିବା , ୨୦,୦୦୦ କୋଟିର କେନ୍ଦ୍ରୀୟ ରାସ୍ତା ସୌନ୍ଦର୍ଯ୍ୟକରଣ ଯୋଜନା ଏବଂ ବିଭିନ୍ନ ନିର୍ମାଣ ପ୍ରକଳ୍ପଗୁ୍‌ଡ଼ିକୁ ବନ୍ଦ କରିବା ଏହାସହିତ ସାଂସଦଙ୍କର ଯେଉଁ ୩୦ ପ୍ରତିଶତ ଦରମା କାଟ କରାଯିବ ତାହା ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଅସହାୟଙ୍କ ପାଇଁ ବ୍ୟବହାର କରାଯାଉ I

ଏହା ସହିତ ସେ ତାଙ୍କ ନିର୍ବାଚନମଣ୍ଡଳୀ ରାୟବରେଲିରେ ଜିଲ୍ଲା ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି କି କୋରନା ମୁକାବିଲା ପାଇଁ ଜିଲ୍ଲା ର ବୃହତ୍ତର ସ୍ୱାର୍ଥ କୁ ଦେଖି ଜିଲ୍ଲା ଅଧିକାରୀ ମାନେ ତାଙ୍କ ସାଂସଦ ପାଣ୍ଠି ବ୍ୟବହାର କରିପାରିବେ। ତେବେ ନିଜ ବ୍ୟକ୍ତିଗତ ଅର୍ଥ ରୁ ସେଭଳି କିଛି ବଡ ଅଙ୍କର ଅର୍ଥୀକ ସହାୟତା ଦେଇଥିବା କୌଣସି ଖବର ଆସିନାହିଁ I ଏବେ ଆସିବା ରାହୁଲ ଗାନ୍ଧୀ କେତେ ଦେଇଛନ୍ତି ? ରାହୁଲ ଗାନ୍ଧୀ ବର୍ତମାନ କେରଳର ୱାୟାନାଡର ସାଂସଦ ଅଛନ୍ତି ,ଜିଲ୍ଲା ଅଧିକାରୀ ଙ୍କୁ ରାହୁଲ ଚିଠି ଲେଖି କହିଛନ୍ତି କି ସାଂସଦ ପାଣ୍ଠିରୁ ୨.୬୬ କୋଟି ଟଙ୍କା ରିଲିଜ କରିବାକୁ ଯାହା କି କରୋନା ମୁକାବିଲା ପାଇଁ ପୂର୍ଣ୍ଣ ଶରୀରର ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଏ) କିଟ୍, N-95 ମାସ୍କ, ତିନି ସ୍ତରୀୟ ମାସ୍କ ଏବଂ ମେଡିକାଲ୍ ଗଗଲ୍, ଇନଫ୍ରାଡ୍ ନନ୍ କଣ୍ଟାକ୍ଟ ଥର୍ମୋମିଟର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି / ସାମଗ୍ରୀ କ୍ରୟ ହେଇପାରିବ I ସେହିପରି କଂଗ୍ରେସ ର ଗଡ଼ ଅମେଥି ଯେଉଁଥି ରାହୁଲ ସ୍ମୃତି ଙ୍କ ଠାରୁ ହାରିଥିଲେ ସେହି ଅଂଚଳ ପାଇଁ ମଧ୍ୟ ୨୦ ହଜାର ମାସ୍କ ,୧୨,୦୦୦ ସାନିଟାଇଜର,ଏବଂ ୧୦,୦୦୦ ସାବୁନ ପଠାଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରା : ସବୁବେଳେ ଚର୍ଚା ରେ ଥିବା ଏହି ଦୁଇ ଜଣ ବର୍ତମାନ ସୁଦ୍ଧା ସେଭଳି କୌଣସି ସହାୟତା କରିଥିବାର କୌଣସି ଖବର ଆସିନାହିଁ I ଅଧିକ ଖବର ପାଇଁ ଫେସବୁକ ରେ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *