ଲକ୍-ଡାଉନ୍ ରେ ବାପଘରୁ ଆସିପାରିଲେନି ସ୍ତ୍ରୀ ବିରହରେ ଝୁରି ଝୁରି ଜୀବନ ହାରିଦେଲେ ସ୍ୱାମୀ

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଏବେ ଲକ ଡାଉନ ଚାଲିଛି I ଅଧିକାଂଶ ନିଜ ପ୍ରିୟ ପରିଜନ ଙ୍କ ଠାରୁ ଅଲଗା ମଧ୍ୟ ରହିଛନ୍ତି କିନ୍ତୁ ଉତ୍ତରପ୍ରଦେଶ ରେ ଲକଡାଉନ୍ ଯୋଗୁଁ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ବିସ୍ମିତ କରିଛି I ସୂଚନା ଅନୁଯାୟୀ ଜଣେ ସ୍ୱାମୀ ପତ୍ନୀଙ୍କଠାରୁ ଦୂରରେ ଥିବାରୁ ବିରହ ବେଦନା ସହି ନପାରି ଆତ୍ମହତ୍ୟା କରିଛନ୍ତି I ଜାତୀୟ ଖବର ରେ ପ୍ରକାଶ ହେଇଥିବା ଖବର ଅନୁଯାୟୀ ଘଟଣାଟି ଉତ୍ତରପ୍ରଦେଶର ଗୋଣ୍ଡାରୁ I ଏନେଇ ଇନ୍ସପେକ୍ଟର ଆଲୋକ ରାଓ କହିଛନ୍ତି ଯେ ଯୁବକ ଙ୍କ ନାମ ରାକେଶ ସୋନି ,ତାଙ୍କୁ 32ବର୍ଷ ଅଟେ I

ରାକେଶଙ୍କ ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ,କିନ୍ତୁ ଏହି ସମୟରେ ଲକ ଡାଉନ ହେବାରୁ ତାଙ୍କ ପତ୍ନୀ ଫେରିପାରିନଥିଲେ I ରାକେଶ ନିଜ ପତ୍ନୀ ଙ୍କୁ ମନେ ପକାଇ ଟେନସନ ରେ ରହିଥିଲେ କିନ୍ତୁ ପତ୍ନୀଙ୍କୁ ଭେଟି ପାରିନଥିଲେ ଲକ ଡାଉନ ପାଇଁ ଫଳରେ ନିଜ ମାନସିକ ଭାରସାମ୍ୟ ହରାଇ ରୁମର ଛାତରୁ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ବର୍ତ୍ତମାନ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି।ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ

Leave a Reply

Your email address will not be published. Required fields are marked *