3 ବର୍ଷର ଝିଅ କୁ ବଞ୍ଚାଇବାକୁ 20 ଲିଟର ଓଟ କ୍ଷୀର ପାଇଁ ଭାରତୀୟ ରେଳ ରାଜସ୍ଥାନ ରୁ ମୁମ୍ବାଇ ଗଡିଲା ଲକ୍ ଡାଉନ୍ ରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 21 ଦିନିଆ ଦେଶବ୍ୟାପୀ ତାଲା ବନ୍ଦ କାରଣରୁ ଜଣେ ମହିଳା ତାଙ୍କ 3.5 ବର୍ଷର ଅଟିଷ୍ଟିକ୍ ପିଲା ପାଇଁ ଓଟ କ୍ଷୀର ଉପଲବ୍ଧ ନହେବା ବିଷୟରେ ଟ୍ୱିଟ୍ କରିବା ପରେ ମୁମ୍ବାଇର ଏକ ପରିବାରକୁ 20 ଲିଟର ଓଟ କ୍ଷୀର ଭାରତୀୟ ରେଳ ରାଜସ୍ତାନ ରୁ ଆଣି ଦେଇଥିଲା ।

ସୂଚନାଯୋଗ୍ୟ ଯେ ଛେଳି, ଏବଂ ଗାଇ ଦୁଗ୍ଧରେ ପିଲାଟି ଆଲର୍ଜି ଅଟେ ଏବଂ ସେଥିପାଇଁ ଓଟ କ୍ଷୀର ପାଇବା ପାଇଁ ମାଆ ସରକାରଙ୍କ ସାହାଯ୍ୟ ମାଗିଥିଲେ ଯାହା ସହଜରେ ଉପଲବ୍ଧ ନୁହେଁ।

ସେ ଟୁଇଟ ରେ ଲେଖିଥିଲେ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍ ମୋର 3.5 ବର୍ଷ ବୟସ୍କା ଶିଶୁ ଅଟିଜିମ୍ ଏବଂ ଭୟଙ୍କର ଖାଦ୍ୟ ଆଲର୍ଜିରେ ପୀଡିତ।
ସେ ଓଟ କ୍ଷୀରରେ ବଞ୍ଚିଛି | ଯେତେବେଳେ ଲକଡାଉନ୍ ଆରମ୍ଭ ହେଲା ମୋର ଏତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଓଟ କ୍ଷୀର ନଥିଲା |
ସାଡ୍ରି (ରାଜସ୍ଥାନ) ରୁ ଓଟ କ୍ଷୀର କିମ୍ବା ଏହାର ପାଉଡର ପାଇବାରେ ମୋତେ ସାହାଯ୍ୟ କରନ୍ତୁ ବୋଲି ମହିଳା ଜଣକ ଏପ୍ରିଲ 4 ରେ ଟ୍ୱିଟ କରିଥିଲେ।

ଏହାର ଏକ ସପ୍ତାହ ରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଟ୍ୱିଟ୍ କରି କହିଛନ୍ତି ଯେ

ଏକ ସପ୍ତାହ ତଳେ ଓଟ କ୍ଷୀର ମହିଳାଙ୍କୁ ଭାରତୀୟ ରେଳବାଇର ଦ୍ୱାରା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *