କରୋନା ପାଇଁ ଓଡ଼ିଆ କଳାକାର କିଏ କେତେ ଟଙ୍କା ଦେଲେ ପଢନ୍ତୁ ଏହି ରିପୋର୍ଟ

ମହାମାରୀ କରୋନା ଭାଇରସ ସାରା ବିଶ୍ୱ କୁ ଦୋହଲାଇ ଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ତମାନ ସୁଦ୍ଧା 54ଜଣ ସଂକ୍ରମିତ ହେଇସାରିଥିବା ବେଳେ ଜଣେ ମୃତ୍ୟୁବରଣ କରିସାରିଲେଣି I ଓଡିଶା ରେ ଏପ୍ରିଲ 30ଯାଏଁ ଲକ ଡାଉନ ଘୋଷଣା ହେଇଛି I ସମସ୍ତେ ଏବେ ଗୃହବନ୍ଦୀ ,ତେବେ ଆମେ ସମସ୍ତେ କରୋନା ସହିତ ଲଢେଇ କରୁଥିବା ବେଳେ ଗରିବ ଲୋକମାନେ ଏବେ ଭୋକ ସହିତ ଲଢ଼ୁଛନ୍ତି I ଏ ବିପତ୍ତି ସମୟରେ କିଛି ଦାନବୀର ସହାୟତା ହାତ ବଢ଼ାଇ ଥିବା ବେଳେ ବଲିୟୁଡ଼ ଏବଂ ସାଉଥ ଅଭିନେତା ମାନେ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ହାତ ଖୋଲି ଦାନ ଦେଉଛନ୍ତି I ତେବେ ଆସନ୍ତୁ ଜାଣିବା ଓଡିଶା ରେ କେଉଁ ଅଭିନେତା କରୋନା ମୁକାବିଲା ପାଇଁ କେତେ ଟଙ୍କାର ସହାୟତା ଦେଇଛନ୍ତି I ସବ୍ୟସାଚୀ :

ଜଣେ ଅଭିନେତା ଭାବରେ ଯେତିକି ପରିଚିତ ନିଜର ସମାଜସେବା ପାଇଁ ଲୋକଙ୍କ ହୃଦୟରେ ସେ ସବୁବେଳେ ରହି ଆସିଛନ୍ତି I ଏ ବିପତ୍ତି ସମୟରେ ସବ୍ୟସାଚୀ 1ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦେଇଛନ୍ତି I ରାନୀ ପଣ୍ଡା : ସବୁବେଳେ ବିବାଦୀୟ ର ଆଖ୍ୟା ପାଇଥିବା ରାନୀ ପଣ୍ଡା ସର୍ବପ୍ରଥମେ 50 ହଜାର ଟଙ୍କା ର ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ I ଲୋକଙ୍କ ହୃଦୟରେ ରାନୀ ଏକ ସୁନ୍ଦର ଛାପ ଛାଡି ଯାଇଛନ୍ତି ଏ ବିପତ୍ତି ସମୟରେ I ଅନୁଭବ ମହାନ୍ତି :କରୋନା ମୁକାବିଲା ପାଇଁ ଅଭିନେତା ତଥା ବର୍ତମାନର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସାଂସଦ ପାଣ୍ଠି ରୁ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରାପଡା ପାଇଁ ୭୫ ଲକ୍ଷ ଏବଂ କଟକ ଜିଲ୍ଲା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସେ ଚିଠି ଲେଖିଥିଲେ I ଏହାସହିତ ଦିଲ୍ଲୀ ରେ ଥିବା କିଛି ଓଡ଼ିଆ ଲୋକଙ୍କୁ ଖାଦ୍ୟ ଏବଂ ରାସନ ଦେଇ ଏହାର ଫୋଟୋ ଟ୍ୱିଟର ଏବଂ ୟୁଟୁବ ରେ ଛାଡିଥିଲେ I ବ୍ୟକ୍ତିଗତ ସଞ୍ଚିତ ଅର୍ଥରୁ କୌଣସି ଟଙ୍କା ଦେଇଥିବା ଖବର ଆସିନି I ସୁନିତା ଗରାବଡୁ : ନିଜର ନିଆରା ଉପସ୍ଥାପନା ଏବଂ କିଛି ଚଳଚିତ୍ର ରେ ଖଳ ଅଭିନୟ ରେ ଲୋକଙ୍କ ହୃଦୟ ଛୁଇଁଥିବା ସୁନିତା ପ୍ରଧାନମନ୍ତ୍ରୀ ଙ୍କ କେୟାର ପାଣ୍ଠି କୁ ସହାୟତା ଦେଇଛନ୍ତି I ପିଙ୍କି ପ୍ରଧାନ : ସିନେ ଅଭିନେତ୍ରୀ ତଥା ଗାୟିକା ପିଙ୍କି ଏବଂ ବର୍ତମାନର ବିଜେପି ନେତ୍ରୀ ପିଙ୍କି ପ୍ରଧାନ ପ୍ରଧାନମନ୍ତ୍ରୀ ଙ୍କ କେୟାର ପାଣ୍ଠି କୁ 10ହଜାର ଦେଇଛନ୍ତି I ଏହା ସହିତ ବର୍ଷା ,ଅର୍ଚିତା ,ଏଲିନା ,ଅନୁ ଚୌଧୁରୀ ,ପ୍ରମୁଖ ଲୋକଙ୍କୁ କିଭଳି କରୋନା ରୁ ସୁରକ୍ଷା ମିଳିବ ସେନେଇ ସଚେତନତା କରି ଭିଡିଓ ଛାଡିଛନ୍ତି I ତେବେ ଆଶା କରିବା କି ଅନ୍ୟ କଳାକାର ମାନେ ମଧ୍ୟ ନିଜର ସକ୍ଷମତା ଅନୁଯାୟୀ ସାହାଯ୍ୟ ର ହାତ ବଢ଼ାଇବେ I ସୂଚନା ଥାଉ କି ପୂର୍ବ ବାତ୍ୟା ଫନି ରେ ବର୍ଷା ,ଅର୍ଚିତା ,ବୁଦ୍ଧାଦିତ୍ୟ ,ବାବୁଶାନ ,ଗାୟିକା ଅସୀମା ପଣ୍ଡା ଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ସହାୟତା ର ହାତ ବଢ଼ାଇ ଥିଲେ I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ ସବୁଠାରୁ ଆଗୁଆ ଖବର ଆପଣଙ୍କୁ ମିଳିବା ପାଇଁ I

Leave a Reply

Your email address will not be published. Required fields are marked *