ବିଜୁବାବୁ ଙ୍କ ଆସନ୍ତା ୨୩ ତମ “ମହାପ୍ରୟାଣ “ଦିବସ ଉପଲକ୍ଷେ ପୁରୁଣା ଫର୍ଦ୍ଧ ଖୋଲିଲେ ନବୀନ ନନ୍ଦ

ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ମହାନ ଜନନାୟକ ଙ୍କ ବିଜୁ ପଟନାୟକ ଙ୍କ 23ତମ ମହାପ୍ରୟାଣ ହେଉଥିବା ସମୟରେ ଏହି ସମୟରେ ବିଗତ ଦିନର ପୁରୁଣା ସ୍ମୃତି କୁ ମନେ ପକାଇଛନ୍ତି ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ I ନିଜ ଫେସବୁକ ଟାଇମ ଲାଇନ ରେ ବଖାଣିଛନ୍ତି ସେହି ବିଗତ ଦିନର କିଛି ଅକୁହା ସ୍ମୃତି ,ଆସନ୍ତୁ ନଜର ପକାଇବା I

ସେଦିନ ବୋଧହୁଏ ଥାଏ ୧୯୯୫ ମସିହା ମାର୍ଚ୍ଚ ମାସ ର ସେହିଦିନ ଯେଉଁଦିନ ଭୋଟ ଗଣତି ଚାଲି ଥାଏ । ବିଜୁ ବାବୁ ଙ୍କ “ଜନତା ଦଳ “ର ସରକାର ସଂଖ୍ୟା ଗଣତି ରେ ପଛରେ ଥାଏ । ମୁଁ ପ୍ରଥମ ଥର ପାଇଁ ୧୧୯ – ଗନ୍ଦିଆ ନିର୍ବାଚନ ମଣ୍ଡଳୀ ରୁ ବିଜୁ ବାବୁ ଙ୍କ “ଜନତା ଦଳ”ରୁ ପ୍ରାର୍ଥୀ ହୋଇଥାଏ । ମୋ ବିରୁଦ୍ଧରେ “ଭାରତୀୟ ଜାତୀୟ କଂଗ୍ରେସ “ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଦେବୀ ପ୍ରାର୍ଥୀ ହୋଇଥାନ୍ତି । ବାଲଟ ପେପର ରେ ହେଉଥିବା ଭୋଟ ଗଣତି ରେ ସାତ ରାଉଣ୍ଡ ପର୍ଯ୍ୟନ୍ତ ମୁଁ 1000 ରୁ 1200 ଭୋଟ ଆଗରେ ଥାଏ । ମୋର ମନେ ଅଛି ବିଜୁ ବାବୁ ସେତେବେଳେ ପାର୍ଟି ଅଫିସ ରେ ବସି ପ୍ରତି ପ୍ରାଥୀ ମାନଙ୍କର ଭୋଟ ବ୍ୟବଧାନ ର ହିସାବ ରଖୁଥାନ୍ତି । ହଠାତ ଅଷ୍ଟମ ରାଉଣ୍ଡ ଠାରୁ ମୋର ଭୋଟ ବ୍ୟବଧାନ କମିବାକୁ ଆରମ୍ଭ କଲା । ମୁଁ ସେତେବେଳେ ମୋର ଘରେ ଥାଇ ଭୋଟ ଗଣତି ହିସାବ ମଧ୍ୟ ରଖୁଥାଏ । ସେତେବେଳେ ସକାଳ ପ୍ରାୟ ଭୋର ୬ ଟା ହେବ । ହଠାତ ବିଜୁ ବାବୁ ଙ୍କ ଅଫିସ ରୁ ଗୌର ମୋହନ ଷଡଙ୍ଗୀ ମୋତେ ଫୋନ କରି ବିଜୁ ବାବୁ କଥା ହେବେ ବୋଲି କହିଲେ । ମୁଁ ଫୋନ ରେ କଥା ହେଲି । ମୋତେ ବିଜୁ ବାବୁ ଇଂରାଜୀ ରେ କହିଲେ “ନବୀନ ୟୁ ଆର ନାଁଓ ଟ୍ରେଲିଙ୍ଗ । ଡୋଣ୍ଟ ଓରି । ଅଇ ଆମ ଉଇଥ ୟୁ ।” ଫାଇନାଲ ଗଣତି ପରେ ମୋତେ ଭୁବନେଶ୍ୱର ଆସିବାକୁ କହିଲେ । ମୋର ସେତେବେଳକୁ ୨୧୦୦ ଭୋଟ ବ୍ୟବଧାନ ରେ ପରାଜୟ ହୋଇ ସାରିଥାଏ । ମୋର ମନେ ଅଛି ବିଜୁ ବାବୁ ଙ୍କ ସଂଗେ କଥା ହେବା ପରେ ମୋର ମନରେ ଥିବା ବିଚଳିତ ଭାବ ଦୂର ହୋଇଗଲା । ମୋ ବିପକ୍ଷ ରେ ଲଢ଼ୁଥିବା “ନନ୍ଦିନୀ ଦେବୀ ” ତାଙ୍କ ଜୀବନ ର ଶେଷ ନିର୍ବାଚନରେ ଏତେ କମ ଭୋଟ ବ୍ୟବଧାନରେ ଜିତିବାରେ ବୋଧେ ଖୁସି ନଥିଲେ

। ମୁଁ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତି ହେବା ବେଳେ ମୋ ଫୋନ ରେ ପୁଣି ରିଙ୍ଗ ହେଲା ମୁଁ ପୁଣି କେଉଁଠୁ ଫୋନ ଆସିଲା ଭାବି ଫୋନ ଉଠାଇଲାପରେ ଆରପଟୁ ” ନନ୍ଦିନୀ ଦେବୀ “ଙ୍କ ମୋତେ ସମବେଦନା ଦେବା ମୋତେ ଆଶ୍ଚର୍ଯ୍ୟ ଚକିତ କରିଥିଲା । ମୋତେ ଫୋନ ରେ ନନ୍ଦିନୀ ଦେବୀ କହିଲେ “ନବୀନ -ମୁଁ ତୋର “ମା “ଭଳି । ନିର୍ବାଚନ ରେ ଜୟ ପରାଜୟ ଥାଏ । ତୋର ଏହି ନିର୍ବାଚନ ପ୍ରଥମ ନିର୍ବାଚନ ମୋର ହେଉଛି ଶେଷ ନିର୍ବାଚନ । ତୋର ଭବିଷ୍ୟତ ଅଛି । ମୋ ପାଖରେ ତୋ ପାଇଁ ମୋର ଦ୍ୱାର ସଦାବେଳେ ଖୋଲା ଅଛି । ମୋର ଆଜି ମନେ ପଡୁଛି ସେଇ କଥା ପଦକରେ କେତେ ମାଦକତା ଓ ଆନ୍ତରିକତା ଥିଲା । ସେଇ କଥା ପଦକରେ ମୁଁ ମୋର ହାରିବା ଦୁଖଃ ଭୁଲି ଯାଇଥିଲି ।
ତାପରେ ମୋର କିଛି ରାଜନୈତିକ ବନ୍ଧୁ ଯଥ। ମଙ୍ଗ ବାବୁ ,ଶରତ ଆଏଚ ଓ ଅନ୍ୟ ମାନଙ୍କ ସହ ଭୁବନେଶ୍ୱର ବିଜୁ ବାବୁ ଙ୍କୁ ଦେଖା କରିବାକୁ ଗଲି । ଭୁବନେଶ୍ୱର ରେ ପହଞ୍ଚିଲା ବେଳକୁ ଦିନ ପ୍ରାୟ ସାଢ଼େ ବାରଟା ହୋଇଥାଏ । ବିଜୁବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବହାରୁଥାନ୍ତି । ମୁଁ ଅଫିସ ଭିତରକୁ ପଶିଗଲା ବେଳେ ବିଜୁ ବାବୁ ରାଗରେ ଗାର୍ଜୁ ଥାନ୍ତି ଓ ତାଙ୍କୁ ଘେର କରି ଅଶୋକ ଦାସ,ବିଜୟ ମହାପ।ତ୍ର ,ନଳିନୀ ମହାନ୍ତି ଓ ଦାମ ରାଉତ ପ୍ରମୁଖ ବସିଥିଲେ । । ମୋତେ ଯେମିତି ଦେଖିଦେଲେ ପଚାରିଲେ where is your counting sheet ? ମୁଁ ତାଙ୍କୁ ଦେଖାଇଲି । ମୋ ଠାରୁ କାଉଁଟିଙ୍ଗ କାଗଜ ଟା ନେଇ ନିଜେ ଦେଖିଲେ । ଗୋଟେ ନାଲି ପେନ ରେ ମୋର ଲିଡିଂ ଭାଗ ପର୍ଯ୍ୟନ୍ତ ଚିହ୍ନ ଦେଇ ସେଇ କାଗଜ ଟା ଅଶୋକ ଦାସ ଙ୍କ ଉପରକୁ ରାଗରେ ଫୋପାଡ଼ିଦେଲେ । କହିଲେ you see how you people’s are misguided me .You people told me he will not exceed 5000 votes ? How these 28000 vote came ? I could have supported more to him financially

ମୁଁ ସେତେବେଳେ ବିଜୁ ବାବୁ ଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ଯେ ଦଳ ଭିତରେ ମୋତେ ହରାଇବା ପାଇଁ କିଛି ତୁଙ୍ଗ ନେତା ଷଡଯନ୍ତ୍ର କରିଥିଲେ । ମୋର ମନେ ଅଛି ବିଜୁ ବାବୁ ନିର୍ବାଚନ ବେଳେ ପ୍ରତି ପ୍ରାଥୀ ମାନଙ୍କୁ ୫ଲକ୍ଷ ଟଙ୍କା ଯାଏଁ ଦେଇଥିଲେ । ମୋତେ କିନ୍ତୁ ସର୍ବମୋଟ ୩ଲକ୍ଷ ଟଙ୍କା ଦେଇଥିଲେ । ଆଉ ୨ଲକ୍ଷ ଟଙ୍କା ଭୋଟ ହେବାର ୨/୩ ଦିନ ପୂର୍ବରୁ ଦେବେ ବୋଲି କହିଥିଲେ କିନ୍ତୁ ଦେଲେ ନାହିଁ ।କାହିଁକି ଦେଲେନି ମୁଁ ମଧ୍ୟ ସନ୍ଦିହାନ ଥିଲି । ମୋର ଭୋଟ ହେବାର ୪/୫ଦିନ ପୂର୍ବରୁ ଜନତା ଦଳ ସଭାପତି ଅଶୋକ ଦାସ ଙ୍କୁ ମୋର ଗୋଟିଏ ସାଧାରଣ ସଭାରେ ଯୋଗ ଦେବାକୁ ପଠାଇଥିଲେ । ସେ ସଭା ଟି ଢେଙ୍କାନାଳ ସଦର ବ୍ଲକ ର ବଣସିଙ୍ଘ ଠାରେ ଆୟୋଜିତ ହୋଇଥିଲା । ସେ ଅଂଚଳ ଟି ସେତେବେଳେ କଂଗ୍ରେସର ଦୁର୍ଗ ହୋଇଥିବାରୁ ସଭାରେ ସେତେ ଜନ ଗହଳି ହୋଇନଥିଲା । ସମ୍ଭବତଃ ଅଶୋକ ଦାସ ସେ ମିଟିଂ ରୁ ଫେରିଲା ପରେ ବିଜୁ ବାବୁ ଙ୍କୁ ଏହି ରିପୋର୍ଟ ଦେଇଥିଲେ । ଓ ସେଇଠି ପାଇଁ ମୋତେ ଅଉ ବଳକା ୨ ଲକ୍ଷ ଟଙ୍କା ମୋତେ ଦେଇ ନଥିଲେ ।।

ମୋର ନିର୍ବାଚନ ହରିବାରେ ଏହା ମଧ୍ୟ ଗୋଟିଏ ପ୍ରମୁଖ କାରଣ ଅଟେ ।ସେ ନିର୍ବାଚନରେ ନନ୍ଦିନୀ ଦେବୀ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିଲେ ଓ ତାଙ୍କ ର ପୁତ୍ର ତଥାଗତ ବାବୁ ଢେଙ୍କାନାଳ ରୁ ଜନତା ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ । ଗୋଟିଏ ପରିବାର ରୁ ଦୁଇ ଜଣ ଦୁଇ ଦଳ ର ପ୍ରାଥୀ ହେବା ସେତେବେଳେ ମଧ୍ୟ ଢେଙ୍କାନାଳ ରେ ଦ୍ଵନ୍ଦ ସୃଷ୍ଟି କରିଥିଲା । ସେତେବେଳେ ଢେଙ୍କାନାଳ ସହରରେ ରେ ଯେଉଁ ମାନେ ଜନତା ଦଳ ବୋଲି କହୁଥିଲେ ସେହିମାନେ ଆସି gondia ରେ ନିଜକୁ କଂଗ୍ରେସ ଦଳ ବୋଲି କହୁଥିଲେ । ସେ ନିର୍ବାଚନ ରେ ତଥାଗତ ବାବୁ ମଧ୍ୟ ପରାଜିତ ହୋଇଥିଲେ । ମୁଁ ସେହି ନିର୍ବାଚନରେ ଦଳୀୟ ଚକ୍ରାନ୍ତ ଓ ଅର୍ଥାଭାବ ପାଇଁ ପରାଜୟ ବରଣ କରିଥିଲି । ପରାଜୟ ବରଣ କରିଥିଲେ ମଧ୍ୟ ସେହି ଘଟଣା ବିଜୁ ବାବୁ ଙ୍କ ସାଙ୍ଗରେ ଘନିଷ୍ଟତା ବଢିବର ସୁଯୋଗ ସୃଷ୍ଟି କରିଥିଲା । ଆସନ୍ତା ଏପ୍ରିଲ ୧୭ ତାରିଖ ମହାନ ଜନ ନାୟକ ଙ୍କ ସ୍ମରଣାର୍ଥେ ବିନମ୍ର ଶ୍ରଦ୍ଧ।ଞ୍ଜଳୀ ।

Leave a Reply

Your email address will not be published. Required fields are marked *