ସବ୍ୟ ଏବଂ ରାନୀ ଙ୍କ ପରେ ସୁନିତା ଏବଂ ପିଙ୍କି ଦେଲେ ଏତେ ଟଙ୍କା

ମହାମାରୀ କୋରନା ମୁକାବିଲା ପାଇଁ ସବୁ ସ୍ତରରୁ ବିଭିର୍ଣ୍ଣ ବ୍ୟକ୍ତି ମାନେ ସହାୟତା ର ହାତ ବଢାଉଥିବା ବେଳେ ଓଡ଼ିଶାର କଳାକାର ମାନେ ମଧ୍ୟ ଏଥିରେ ସାମିଲ ହେଇଛନ୍ତି I ଲୋକପ୍ରିୟ ଅଭିନେତା ତଥା ପାଗଳପ୍ରେମୀ ସବ୍ୟସାଚୀ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ 1ଲକ୍ଷ ଟଙ୍କାର ସାହାଯ୍ୟ ଦେଇଥିବା ଯାତ୍ରା ରେ ଅଶ୍ଳୀଳ ନୃତ୍ୟ କରି ସବୁବେଳେ ବିବାଦୀୟ ର ଆଖ୍ୟା ପାଇଥିବା ରାନୀ ପଣ୍ଡା 50 ହଜାର ଟଙ୍କା ର ସହାୟତା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦେଇ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି I ଏହାପରେ ସିନେ ଅଭିନେତ୍ରୀ ତଥା ଗାୟିକା ପିଙ୍କି ଏବଂ ବର୍ତମାନର ବିଜେପି ନେତ୍ରୀ ପ୍ରଧାନମନ୍ତ୍ରୀ ଙ୍କ କେୟାର ପାଣ୍ଠି କୁ 10ହଜାର ଦେଇଥିବାର ସୂଚନା ମିଳିଛି

ସେହିଭଳି ନିଜର ନିଆରା ଉପସ୍ଥାପନା ଏବଂ ଚଳଚିତ୍ର ରେ ଖଳ ଅଭିନୟ ରେ ଲୋକଙ୍କ ହୃଦୟ ଛୁଇଁଥିବା ସୁନିତା ଗରବଡୁ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ କେୟାର ପାଣ୍ଠି କୁ ସହାୟତା ଦେଇଛନ୍ତି I ତେବେ ସେ କେତେ ଟଙ୍କା ଦେଇଛନ୍ତି ଯଦିଓ ଉଲ୍ଲେଖ କରିନାହାନ୍ତି ତଥାପି ତାଙ୍କର ଏ ସହଯୋଗ ସମସ୍ତଙ୍କ ମନକୁ ଛୁଇଁ ଯାଇଛି I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ ସବୁଠାରୁ ଆଗୁଆ ଖବର ଆପଣଙ୍କୁ ମିଳିବା ପାଇଁ I

Leave a Reply

Your email address will not be published. Required fields are marked *