ବାଇକ ଧରି ରାତି ଅଧରେ ଲକ ଡାଉନ ରେ ବୁଲୁଥିଲେ ଜିଲ୍ଲାପାଳ ଙ୍କୁ କନଷ୍ଟେବଳ କଲେ ଟିଉସନ ଆଉ ତାପରେ ..

ଜଣେ ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ର ମୁଖ୍ୟ କିନ୍ତୁ ତାଙ୍କୁ ଜଣେ କନେଷ୍ଟେବଳ ଟିଉସନ କରିଛନ୍ତି ଏବଂ ଜିଲ୍ଲାପାଳ ଜଣଙ୍କ କନେଷ୍ଟେବଳ ଙ୍କ କଥାରେ ଫେରିଯାଇଛନ୍ତି ଏଭଳି ଏକ ଘଟଣା ଏବେ ଉତ୍ତରପ୍ରଦେଶ ରେ ଚର୍ଚା ର ବିଷୟ ପାଲଟିଛି I ସୂଚନା ଅନୁଯାୟୀ ଲକ ଡାଉନ କିଭଳି ଚାଲିଛି ଏବଂ ଚେକିଂ କରିବାକୁ ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲାର ଜିଲ୍ଲାପାଳ ଆଞ୍ଜନେୟ କୁମାର ସିଂହ ରାତି ଅଧରେ ବାଇକ ନେଇ ସହର ରେ ବୁଲୁଥିଲେ I ତେବେ ମଧ୍ୟରାତ୍ରିରେ LIC ଛକରେ ଅଚାନକ ତାଙ୍କୁ ଜଣେ ପୋଲିସ କର୍ମଚାରୀ ଅଟକାଇଥିଲେ ଏବଂ ପରିଚୟପତ୍ର ମାଗିଥିଲେ I

ଜିଲ୍ଲାପାଳ ତାଙ୍କ ପରିଚୟ ଦେଇନଥିଲେ ଏହାପରେ ପୋଲିସ କନେଷ୍ଟେବଳ ଜଣଙ୍କ ଜିଲ୍ଲାପାଳ ଙ୍କୁ ଲକ୍ଡାଉନ୍ ର ମହତ୍ତ୍ ବିଷୟରେ ବୁଝାଇଥିଲେ ଏବଂ ଯଦି ଆମେ ନିୟମ ନ ମାନିବା ତେବେ ଏହା କିଭଳି ଆମର କ୍ଷତିକାରକ ହେବ ସେନେଇ କହିଥିଲେ I ଜିଲ୍ଲାପାଳ କେବଳ ନିରବଦ୍ରଷ୍ଟା ହେଇ କନେଷ୍ଟେବଳ ଙ୍କ କଥା ଶୁଣୁଥିଲେ ଏବଂ ବାଇକ ଫେରାଇ ପଳାଇଥିଲେ I ପରେ ତା ପରଦିନ ସକାଳୁ ସେହି କନେଷ୍ଟେବଳ ଙ୍କୁ ରାମପୁର ଡିଏମ ନିଜ ଅଫିସ କୁ ଡ଼କାଇଥିଲେ Iଏବଂ ଗତକାଲି ର ଘଟଣା ପାଇଁ ତାଙ୍କୁ ପ୍ରସଂଶା କରି ମାନପତ୍ର ଦେଇଥିଲେ I ଜିଲ୍ଲାପାଳ କହିଛନ୍ତି କି ଏହାଦ୍ୱାରା ସେମାନେ କାମ କରିବାକୁ ଆଗ୍ରହ ପାଇପାରିବେ। ସୂଚନା ଥାଉ କି କନେଷ୍ଟେବଳ ଠାରୁ ଲକ ଡାଉନ ର ଟିଉସନ ନେଇଥିବା ଏହି ଜିଲ୍ଲାପାଳ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ୟୁପିର ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଜମ ଖାନଙ୍କୁ କିଛି ମାସ ପୂର୍ବରୁ ଜେଲରେ ଭର୍ତି କରିଥିଲେ। କରୋନା ପରି ଏକ ମହାମାରୀ ଦୁର୍ଘଟଣାରେ ମଧ୍ୟ ଜିଲ୍ଲାରେ କଳାବଜାରୀ କରୁଥିବା ଅନେକ ଲାଭକାରୀଙ୍କୁ ସାଦା ବେଶରେ ଧରି ଦଣ୍ଡ ଦେଇଛନ୍ତି I ଜିଲ୍ଲପାଳ ଙ୍କ ଏଭଳି ରାତିଅଧିଆ ଚେକିଂ ଏବେ ସବୁ ମହଲ ରେ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *