ନରେନ୍ଦ୍ର ମୋଦୀ ଏବଂ ଏଲ.କେ ଆଡଭାନୀ ଙ୍କ ସହିତ ସୀତା ଙ୍କର ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫୋଟ ଭାଇରଲ

ଦୀପିକା ଚିଖଲିଆ ଯିଏ କି ବିଗତ ଦିନରେ ରାମାୟଣ ରେ ମା ସୀତା ଭୂମିକା ରେ ଅଭିନୟ କରି  ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ ନିକଟରେ ଏକ ପୁରୁଣା ଫୋଟୋ କୁ ସେ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏଲ.କେ ଆଡଭାନୀଙ୍କ ସହ ବସିଛନ୍ତି,ଫୋଟୋ ଟି ପୁରୁଣା ତେଣୁ ଏହା ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ କିନ୍ତୁ ଏହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି I

ଏହି ଫୋଟୋ ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏଲ.କେ ଆଡଭାନୀ ଏବଂ ନାଲିନ୍ ଭଟ୍ଟ (ନିର୍ବାଚନର ଇନଚାର୍ଜ) ଙ୍କ ସହ ବସିଛନ୍ତି। ତେବେ ବହୁ କମ ଲୋକ ଜାଣନ୍ତି କି ରାମାୟଣ ସୀତା ପ୍ରକୃତ ଜୀବନରେ ଦିପିକା ଚିଖଲିଆ ଏବଂ ସେ 90 ଦଶକରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ସେ 1991 ରେ ଭାରତ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଭାବରେ ବରୋଦା ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। ସୂଚନା ଥାଉ କି ବର୍ତମାନ COVID-19 ମହାମାରୀ ମଧ୍ୟରେ ଦେଶରେ ଲକ ଡାଉନ ଥିବାରୁ ପୁନର୍ବାର ରାମାୟଣ, ମହାଭାରତ ଧାରାବାହିକ ଟେଲିଭିଜନରେ ପ୍ରସାରିତ ହେଉଛି ଏବଂ ରାମାୟଣ ସର୍ବାଧିକ ରେଟିଙ୍ଗ ପାଉଛି I ଏହି ସମୟରେ ମା ସୀତା ଙ୍କ ଭୂମିକା ରେ ଥିବା ଦୀପିକା ଙ୍କ ଫୋଟୋ ମଧ୍ୟ ଲୋକଙ୍କ ମନକୁ ଛୁଇଁଛି I ଅଧିକ ଖବର ପାଇଁ ଆମ ଫେସ୍ବୁକ ପେଜ୍ କୁ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *