ବିଦ୍ୟୁତ ବିଭାଗ ର ଦୁଇ ଅସଲ ହିରୋ ,ପେଶା ବିଦ୍ୟୁତ କର୍ମଚାରୀ ନିଶା ପରିବେଶ ସୁରକ୍ଷା ସହିତ ସଚେତନତା

ଆଜିର ସମୟରେ ଯୁବ ପିଢ଼ି ନିଜ କର୍ମମୟ ବ୍ୟସ୍ତବହୁଳ ଜୀବନରେ ବାନ୍ଧି ରହିବା ସହିତ ଟିକେ ସମୟ ମିଳିଲେ ଅବସର ବିନୋଦନ ବା ମୋବାଇଲ ସହିତ ଲାଗିଯାଉଛନ୍ତି ତେବେ ଆଜି ଚାଲନ୍ତୁ ବିଦ୍ୟୁତ ବିଭାଗର ଦୁଇ ଯୁବ ପ୍ରତିଭା ଙ୍କ ବିଷୟରେ ଆଲୋଚନା କରିବା ଯିଏ କି ନିଜ କର୍ମମୟ ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ପାଇଲେ ପରିବେଶ ସୁରକ୍ଷା ସହିତ ସାଧାରଣ ଲୋକଙ୍କୁ ସଚେତନତା କରିଥାନ୍ତି I

ଦିଲୀପ କୁମାର ସାହୁ : ପେଶା :ବିଦ୍ୟୁତ କର୍ମଚାରୀ ,କର୍ମସ୍ଥାନ ସାଉଥକୋ ୟୁଟିଲିଟି ,ଦାରିଙ୍ଗବାଡ଼ି I ଜଣେ ବିଦ୍ୟୁତ କର୍ମଚାରୀ ଭାବେ ସାଉଥକୋ ଫୁଲବାଣୀ ର ଦାରିଙ୍ଗିବାଡ଼ି ରେ କାର୍ଯ୍ୟରତ ଦିଲୀପ କୁମାର ନିଜ ସରଳ ବ୍ୟବହାର ସହିତ ସବୁ ସମୟରେ ଉପଭୋକ୍ତା ଙ୍କ ପାଖରେ ନିଜର ବ୍ୟକ୍ତିଗତ କାମ କୁ ପଛରେ ପକାଇ ଲୋକ ଙ୍କୁ ବିଦ୍ୟୁତ ସେବା ପ୍ରଥମେ ଯୋଗାଇ ସମସ୍ତଙ୍କର ପ୍ରିୟ ହେଇପାରିଥିବା ବେଳେ କାର୍ଯ୍ୟମୟ ସମୟରୁ ଟିକିଏ ସମୟ ମିଳିଲେ ସଚେତନତା ପାଇଁ ଆରମ୍ଭ କରିଦିଅନ୍ତି ନିଜ ପ୍ରୟାସ I ନିଜ ଲେଖା ମାଧ୍ୟମରେ ସବୁବେଳେ ପରିବେଶ ସୁରକ୍ଷା ର ବାର୍ତା ସମାଜକୁ ଦେଇଥାନ୍ତି କେବଳ ଏତିକି ନୁହେଁ ଛୁଟି ଦିନ ଗୁଡିକ ରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ର ସଚେତନତା ବାର୍ତା ଦେଇଥାନ୍ତି I

ଜ୍ଞାନ ରଞ୍ଜନ ପଣ୍ଡା :ପୁରା ନାମ ଜ୍ଞାନ ରଞ୍ଜନ ପଣ୍ଡା ପିତା ଦୀନବନ୍ଧୁ ପଣ୍ଡା .ଗ୍ରାମ :ବାଲିଶୁକ୍ରୀ ,ଜିଲା -କଟକ I ବର୍ତମାନ ନୟାଗଡ଼ ବିଦ୍ୟୁତ ଡିଭିଜନ ସେକ୍ସନ -2ରେ କାର୍ଯ୍ୟ କରୁଛନ୍ତି I ଜଣେ ବିଦ୍ୟୁତ କର୍ମଚାରୀ ଭାବେ ନୟାଗଡ଼ ବିଦ୍ୟୁତ ଡିଭିଜନ ସେକ୍ସନ -2 ର ଉପଭୋକ୍ତା ଙ୍କ ପାଖରେ ପ୍ରିୟ ହେଇଥିବା ଏହି ବିଦ୍ୟୁତ କର୍ମଚାରୀ ପ୍ରଥମ ଥର ନୂଆ କୌଶଳ ରେ ଆଜି ପର୍ଯ୍ୟନ୍ତ ଟ୍ୟାଗ ହେଇନଥିବା ବିଦ୍ୟୁତ ଉପଭୋକ୍ତା ଙ୍କୁ ନେଇ ଗୋଟିଏ ସେକ୍ସନ ର ସମସ୍ତ ବିଦ୍ୟୁତ କର୍ମଚାରୀ ଙ୍କୁ ଗୁଗୁଲ ମ୍ୟାପ ରେ ଯୋଡ଼ିଥିଲେ I ଯାହାଦ୍ୱାରା ଅତି ସହଜରେ ଯେକୌଣସି ବିଦ୍ୟୁତ ଉପଭୋକ୍ତା ଙ୍କ ପାଖରେ ଏହି ମ୍ୟାପ ଦ୍ୱାରା ପହଂଚି ହେବ I ଏହା ଅସମ୍ଭବ ମନେ ହେଉଥିଲେ ମଧ୍ୟ ସଫଳ କରି ଦେଖାଇଥିଲେ ଜ୍ଞାନ ଯେଉଁଥିପାଇଁ ସାରା ସବୁ ମହଲ ରୁ ପ୍ରସଂଶା ର ସୁଅ ଛୁଟିଥିଲା I ଏହା ସହିତ ପରିବେଶ ସୁରକ୍ଷା ,ବୃକ୍ଷ ରୋପଣ ଆଦି କାମରେ ଜ୍ଞାନ ଙ୍କୁ ସବୁବେଳେ ଦେଖିବାକୁ ମିଳେ I ବିଦ୍ୟୁତ ସେବା ସହିତ ବଞ୍ଚିବା ପାଇଁ ଗଛ ର ଉପାଦେୟତା କୁ ଲୋକଙ୍କୁ ବୁଝାଇ ସଚେତନ କରି ଆସିଛନ୍ତି ଜ୍ଞାନ I ବିଲୋପ ହେଇଯାଉଥିବା ଘର ଚଟିଆ ର ପୁନରୁଦ୍ଧାର ପାଇଁ ଜ୍ଞାନ ଙ୍କ ପ୍ରୟାସ ପ୍ରସଂଶା ଯୋଗ୍ୟ I ତାଙ୍କ ପ୍ରଚେଷ୍ଟା ରେ ସ୍ଥାନୀୟ ଅଞ୍ଚଳ ରେ ଘରେ ଘରେ ଘର ଚଟିଆ ଙ୍କ ପାଇଁ ବକ୍ସ ଲଗାଯାଇଛି I ମଣିଷ ସମାଜ ଠାରୁ ଦୁରେଇ ଯାଉଥିବା ଏହି ପକ୍ଷୀ ପୁଣିଥରେ ମଣିଷ ଙ୍କ ପାଖକୁ ଫେରିଛି କିଚିରି ମିଚିରି ଶବ୍ଧ ରେ କାନ ଫାଟିଯାଉଛି I
ପେଶା ବିଦ୍ୟୁତ କର୍ମଚାରୀ ହେଇଥିଲେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଉଭୟ ଙ୍କ ର ଏହି ପ୍ରୟାସ କୁ ଓଡିଶା Exclusive ତରଫରୁ ସାଧୁବାଦ ,ତେବେ ସଂଯୋଗବସତ ଦୁଇ ଅସଲ ହିରୋ ଙ୍କର ଆଜି ଜନ୍ମଦିନ ଆମ ତରଫରୁ ଉଭୟ ଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଏବଂ ଅଭିନନ୍ଦନ I ସ୍ୱତନ୍ତ୍ର ଉପସ୍ଥାପନା : ଗୋପାଳ ଚନ୍ଦ୍ର I

Leave a Reply

Your email address will not be published. Required fields are marked *