ବିଦ୍ୟୁତ କର୍ମଚାରୀ ଙ୍କ ନିଆରା ପ୍ରୟାସ ,କରୋନା ପାଇଁ ଆରମ୍ଭ କରିଛନ୍ତି ସାନିଟାଇଜର ରୁମ୍

ସମ୍ପ୍ରତି କରୋନା ତାଣ୍ଡବ କୁ ପ୍ରତିରୋଧ କରିବାକୁ ଏକମାତ୍ର ଉପାୟ ଏକାନ୍ତଵାସ ହେଇଥିବା ବେଳେ ଆବଶ୍ୟକ ସ୍ଥଳେ ବାହାରକୁ ଆସିବାକୁ ପଡୁଛି ,ସେଥିପାଇଁ ସରକାର ଙ୍କ ପକ୍ଷରୁ ମଧ୍ୟ ସଚେତନତା କରାଯାଉଛି ଯେ ଭଲଭାବରେ ସାନିଟାଇଜର ରେ ହାତ ଧୁଅନ୍ତୁ କିନ୍ତୁ ବର୍ତମାନ ବଜାର ରେ ସାନିଟାଇଜର ର ଅଭାବ ରହିଥିବା ବେଳେ ଏହି ସମସ୍ୟା କୁ ଦୂର କରିବା ସହିତ କିଭଳି ସାଧାରଣ ଲୋକଙ୍କୁ ଅତି ସହଜରେ ବିଶୋଧନ କରାଇପାରିବେ ଏନେଇ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ବାରିପଦା ମୟୁରଭଞ୍ଜ ସହର ର ଦୁଇ ଜଣ ବିଦ୍ୟୁତ କର୍ମଚାରୀ I

ବିଜେନ୍ଦ୍ର ଗିରି ଏବଂ ସୁରଜ କଅଁର ଉଭୟ ବାରିପଦା ଡିଭିଜନ ସେକ୍ସନ ନମ୍ବର 1ରେ କାର୍ଯ୍ୟରତ I ଏଭଳି ନିଆରା ପ୍ରୟାସ ବିଷୟରେ ଓଡିଶା Exclusive କୁ ପ୍ରତିକ୍ରିୟା ଦେଇ ବିଜେନ୍ଦ୍ର କହିଛନ୍ତି ଯେ ଦିଲ୍ଲୀ ର ଏଭଳି ଏକ ଭିଡିଓ ଦେଖି ସେ ପ୍ରେରଣା ପାଇଥିଲେ ଏବଂ ମାତ୍ର ଏକ ଦିନରେ ସୁରଜ ଙ୍କ ସହିତ ମିଶି ଏଭଳି ସାନିଟାଇଜର ରୁମ ତିଆରି କରିଛନ୍ତି I ଏହା ସମ୍ପୂର୍ଣ୍ଣ ସ୍ଥାନୀୟ ଜିନିଷ କୁ ନେଇ କରାଯାଇଛି , ଯେଉଁଥିରେ ସମସ୍ତ ମୟୁରଭଞ୍ଜ ବାସି ଏହାର ସୁଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି I ତେବେ ବିଦ୍ୟୁତ କର୍ମଚାରୀ ଙ୍କ ଏଭଳି ପ୍ରୟାସ ଏବେ ସମ୍ପୂର୍ଣ୍ଣ ବାରିପଦା ସହିତ ବିଦ୍ୟୁତ ବିଭାଗ ରେ ପ୍ରସଂଶା ର ସୁଅ ଛୁଟିଛି I

Leave a Reply

Your email address will not be published. Required fields are marked *