ଏବେ ସାରା ବିଶ୍ୱ କୁ ଦୋହଲାଇ ଦେଇଥିବା କରୋନା ଭାଇରସ ବା କୋଭିଡ19 ରୁ ମୁକୁଳିବାକୁ ସବୁ ଦେଶ ପନ୍ଥା ଖୋଜୁଛି ବର୍ତମାନ ସୁଦ୍ଧା ଏହା ଲକ୍ଷେ ରୁ ଅଧିକ ମୁଣ୍ଡ ନେଇସାରିଲାଣି I ଏହାକୁ ରୋକିବାକୁ ଏକମାତ୍ର ଉପାୟ ହେଉଛି ସଙ୍ଗରୋଧ ଯେଉଁଥିପାଇଁ ସବୁ ଦେଶରେ ପ୍ରାୟତଃ ଲକ ଡାଉନ ଲାଗୁ କରାଯାଇଛି I ଭାରତ ରେ ମଧ୍ୟ ୨୧ ଦିନିଆ ଲକ ଡାଉନ ପରେ ପୁନର୍ବାର ମେ 3ଯାଏଁ ଅବଧି ବୃଦ୍ଧି କରାଯାଇଛି I ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି I ତେବେ ଶହେ ବର୍ଷ ତଳେ ବି କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ସ୍ପାନିଶ ଫ୍ଲୁ ଆସିଥିଲା ଯାହାକି ବର୍ତମାନର ସ୍ଥିତି ଠାରୁ ଆହୁରି ଭୟଙ୍କର ଥିଲା I ଆସନ୍ତୁ ନଜର ପକାଇବା ସ୍ପାନିଶ ଫ୍ଲୁ ବିଷୟରେ ଏବଂ କିଭଳି ଏଥିରୁ ମୁକ୍ତି ମିଳିଥିଲା I

ସ୍ପାନିଶ ଫ୍ଲୁ: ଯଦିଓ ଏହାର ଉତ୍ପତ୍ତି ସ୍ଥଳ ଏପର୍ଯ୍ୟନ୍ତ ଜଣାପଡିନାହିଁ ତେବେ ୧୯୧୮ ମେ’ ମାସରେ ଏହାର ଭୟଙ୍କର ପ୍ରଭାବ ବେଲଫାଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏବଂ ପ୍ରଥମେ ଏକ ସ୍ପେନ ଖବରକାଗଜ ରେ ଏହା ପ୍ରସାରିତ ହେଇଥିବାର ଇତିହାସ କୁହେ I ତେବେ ଏହାର ମାତ୍ର ମାସକ ମଧ୍ୟରେ ଅର୍ଥାତ ଜୁନ ବେଳକୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଇସାରିଥିଲା ହଜାର ହଜାର କର୍ମଜୀବୀ ଏହି ଫ୍ଲୁରେ ଆକ୍ରାନ୍ତ ହୋଇ ସାରିଥିଲେ I ଏବଂ ନଭେମ୍ବର ମାସକୁ ଏହା ନିୟନ୍ତ୍ରଣ ବାହାରେ ଥିଲା I ଏହି ସଂକ୍ରମଣ କୁ ରୋକିବାକୁ ସମସ୍ତ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ସହିତ ପବ୍ଲିକ ଏଣ୍ଟରଟେନମେଣ୍ଟ ବନ୍ଦ କରି ଦିଆଯାଇଥିଲା। ସାରା ବିଶ୍ୱ କୁ ଆତଙ୍କିତ କରିଥିବା ଏହି ଫ୍ଲୁ ଭାରତ କୁ ମଧ୍ୟ ଦୋହଲାଇ ଦେଇଥିଲା I Wikipedia ତଥ୍ୟ ଅନୁଯାୟୀ କେବଳ ଭାରତ ରେ 1.2 ରୁ 1.7 କୋଟି ଲୋକଙ୍କର ମୃତ୍ୟୁ ହେଇଥିଲା I ଭାରତ ରେ ପ୍ରଥମେ ଏକ ଜାହଜରୁ ବ୍ରିଟିଶ ସୈନିକମାନେ ବମ୍ବେ ରେ ଓଲ୍ହାଇବା ପରେ ଏହି ସଂକ୍ରମଣ ହେଇଥିବା ଜଣାଯାଏ I ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ କି ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ଏହି ମହାମାରୀ ତାଣ୍ଡବ ରଚିଥିଲା
I ୧୯୧୮ ଜୁଲାଇ ବେଳକୁ ବମ୍ବେ ରେ ଏହି ମହାମାରୀ ତାଣ୍ଡବ ର ଭୟଙ୍କର ରୂପ ଦେଖାଇଥିଲା ପ୍ରତିଦିନ ପାଖାପାଖି 200ରୁ ଉର୍ଧ ମୃତ୍ୟୁବରଣ କରୁଥିଲେ I ସ୍ଥିତି ଅଣାୟତ୍ତ ହେବାରୁ ସମ୍ପୂର୍ଣ୍ଣ ବମ୍ବେ କୁ ଲକ୍ ଡାଉନ କାଯାଇଥିଲା। ସେତେବେଳେ ଚିକିତ୍ସା ବିଜ୍ଞାନ ବହୁ ପଛରେ ରହିଥିଲା ଫଳରେ ସ୍ପାନିଶ ଭୟଙ୍କର ରୂପ ନେଇଥିଲା ତଥାପି ଡାକ୍ତର ,ସ୍ବେଛାସେବୀ ମାନଙ୍କ ପ୍ରଚେଷ୍ଟାରେ ଏହି ମହାମାରୀ ଥମିଥିଲା I
ତେଣୁ ଆଜି ର ଏହି ମହାମାରୀ କରୋନା କୁ ରୋକିବାକୁ କେବଳ ଏକମାତ୍ର ଉପାୟ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ,ସୋସିଆଲ ଡିଷ୍ଟାନ୍ସ ବଜାୟ ରଖନ୍ତୁ ,ଆମେ ଜିତିବା କୋରନା ହାରିବ I ଅଧିକ ଖବର ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ Source:Wikipedia & International News
Wiki link:- https://en.m.wikipedia.org/wiki/Spanish_flu