ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କର ଅଭିନବ ପ୍ରୟାସ.

ସାରା ବିଶ୍ୱ ଏବେ କରୋନା ଜାଲ ରେ ଫଶି ରହିଥିବା ବେଳେ…
ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କ ତରଫରୁ ତାଲାବନ୍ଦ ସମୟରେ ବିଜୁଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନ୍ ଉପସଭାପତି ତଥା ଯୁବ ପ୍ରତିଭା ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାରା ବିକାଶ ନିମନ୍ତେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଛି I

ସାମାଜିକ ଦୂରତ୍ୱକୁ ଅବଲମ୍ବନ କରି ଏହି ଅଂଚଳରେ 80ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଉପକରଣ ଓ ମାସ୍କ ବଣ୍ଟନ ସହ ଏହି ତାଲାବନ୍ଦ ସମୟରେ ଘରେ ରହି ନିଜର ପାଠ ପଢ଼ାରେ ମନ ଦେବା ସହିତ କରୋନା ସମ୍ପର୍କରେ ଯୁବକ ମାନେ ସମସ୍ତ ପରିବାରକୁ ସଚେତନ କରିଥିଲେ I ଯୁବ ଗୋଷ୍ଠୀର ଏହି ପ୍ରଚେଷ୍ଟାକୁ ଅଂଚଳବାସୀ ସ୍ୱାଗତ କରିଛନ୍ତି I

ଯୁବବାହିନୀ ସଭାପତି ବିଭୁତି ଭୂଷଣ ସାହୁ , ଦୁର୍ଗା ଚରଣ ପ୍ରଧାନ , ଶିକ୍ଷାବିତ ରାମ ଚନ୍ଦ୍ର ଦାସଙ୍କ ତତ୍ଵାବଧାନରେ ସୁଶାନ୍ତ ପ୍ରଧାନ, ତ୍ରିନାଥ ବଳିୟାର ସିଂ, ଦିଲ୍ଲୀପ ନାୟକ, ବିନାୟକ ମଙ୍ଗରାଜ, ପ୍ରଭାତ ପ୍ରଧାନ, ରାଜକିଶୋର ପ୍ରଧାନ, ସମୀର ପ୍ରଧାନ, ଦେବାଶିଷ ଶ୍ରୀଚନ୍ଦନ, ସୁକାନ୍ତ ନାୟକ, ପ୍ରଦୀପ ସାହୁ, ଶ୍ରୀନିବାସ ବରାଡ଼, ପ୍ରଭାତ ବରାଡ଼, ଚରଣ ରଞ୍ଜିତ,ସୁମନ୍ତ ରଞ୍ଜିତ,ଜିତେନ୍ଦ୍ର ମଙ୍ଗରାଜ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ବିକାଶ ସହିତ ଶିକ୍ଷା ଉପକରଣ ବଣ୍ଟନରେ ସହାୟତା କରିଥିଲେ

Leave a Reply

Your email address will not be published. Required fields are marked *