ସତ୍ୟବାଦୀ ଗ୍ରାମ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ କରୋନା ସହାୟତା

ଗତକାଲି ତା୦୨,୦୫,୨୦୨୦ରିଖ ଶନିବାର ବାଇଶିବାଡି(ଲୋକକଳା ଗ୍ରାମ ସାରଙ୍ଗଯୋଡି)ଗ୍ରାମରେ ପ୍ରତିଷ୍ଠିତ ଦୁଇ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁcovid-19ମୁକାବିଲା ପାଇଁ ସହଯୋଗ ରାଶି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ମହୋଦୟାଙ୍କ ହସ୍ତରେ ପ୍ରଦାନ କରାଯାଇଅଛି।

ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ମା କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ପାଦକ ରମେଶ ଚନ୍ଦ୍ର ପଲେଇ,ସୁଦର୍ଶନ ମାଝି ଓ କୈଳାସ ଗୋଟିପୁଅ ଓଡିଶୀନୃତ୍ୟ ପରିଷଦ ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ,ସହସମ୍ପାଦକ ହେମେନ୍ଦ୍ରନାଥ ପଟ୍ଟନାୟକ,ହରିହର ବାରିକଙ୍କ ସହିତ ଉପଦେଷ୍ଟା ଦୁର୍ଗେଶ ପ୍ରସାଦ ମିଶ୍ର ଓ କୃଷ୍ଣଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ରହି ପିଏମ କେୟାର ଫଣ୍ଡ ଓ ଓଡିଶା ମୂଖ୍ୟମନ୍ତ୍ରୀ ରିଲଫ ଫଣ୍ଡ ପାଇଁ ୪ଗୋଟି ଚେକ୍ (ପ୍ରତ୍ୟେକ୧୧୦୦ଟଙ୍କା ମୂଲ୍ୟର)ତହସିଲଦାରଙ୍କୁ ପ୍ରଦାନ କରିଥିଲେ।ଅନୁଷ୍ଠାନ ଦ୍ଵୟର କର୍ମକର୍ତ୍ତାଙ୍କୁ ତହସିଲଦାର ମହୋଦୟା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *