ବାହାର ରାଜ୍ୟ ରୁ ଫେରି ନିୟମ ଭାଙ୍ଗୁଥିବା ପ୍ରବାସୀ ଓଡ଼ିଆ ଅମାନିଆ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ କଡା ଚେତାବନୀ

ଲକ ଡାଉନ ର ତୃତୀୟ ପର୍ଯ୍ୟାୟ ଚାଲୁଥିବା ବେଳେ ଅଲଗା ରାଜ୍ୟ ରେ ଫସିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ଓଡିଶା ଫେରିବାକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେବା ସହିତ ବସ ର ବ୍ୟବସ୍ତା କରିଥିଲେ I ବାହାରୁ ଫେରୁଥିବା ଶ୍ରମିକ ମାନଙ୍କୁ କ୍ୱାରେଣ୍ଟାଇନ ରେ 14ଦିନ ସଙ୍ଗରୋଧ କରି ରଖାଯିବାକୁ ବ୍ୟବସ୍ତା କରାଯାଇଥିବା ବେଳେ ଗତ କାଲି କିଛି ଜାଗାରୁ ସୁରଟ ଫେରନ୍ତା ଓଡ଼ିଆ ଏବଂ କୋଲକତା ରୁ ଫେରିଥିବା ଶ୍ରମିକ ଙ୍କର ଭିଡିଓ ଭାଇରଲ ହେବାରେ ଲାଗିଛି I

କୋଉଠି ଠିଆ ପାଲା କରୁଛନ୍ତି ତ ଆଉ କୋଉଠି ଖାଦ୍ୟ ନିମ୍ନ ମାନର କହି ଫୋପାଡ଼ି ଦେଉଛନ୍ତି ଏପରିକି କିଛି ଶ୍ରମିକ ପାଚେରୀ ଡେଇଁ ଫେରାର ହେଇଯାଇଥିଲେ I ଏମାନଙ୍କ ପାଇଁ ଏବେ ଅନ୍ୟମାନେ ବିପଦ ଆଶଙ୍କା କରୁଥିବା ବେଳେ ଗତକାଲି ମୁଖ୍ୟ ସାଶନ ସଚିବ ତାଗିଦ କରିବା ସହିତ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ କରି କହିଛନ୍ତି କି ବର୍ତମାନ ସ୍ଥିତି ରେ ଯେଉଁମାନେ ଫେରୁଛନ୍ତି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ । କ୍ୱାରେଣ୍ଟିନରେ ରୁହନ୍ତୁ ନିୟମ ମାନନ୍ତୁ । ନଚେତ ପ୍ରସାଶନ ବାଧ୍ୟ ହେବ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନନେବାକୁ I

Leave a Reply

Your email address will not be published. Required fields are marked *