ସାମ୍ବାଦିକ ଙ୍କୁ ଅଫିସ ଚାମ୍ବର ରେ ବନ୍ଦ କରି ବାଡ଼ି ରେ ପିଟି ପିଟି ନିର୍ଘାତ ମାଡ ମାରି ଲହୁଲୁହାଣ କଲେ ରାଜକନିକା ବିଡ଼ିଓ

ଗତକାଲି ସାମ୍ବାଦିକ ଙ୍କୁ ଆକ୍ରମଣ କରି ପୁରୀ ର ଦୁଇଜଣ ଗାର୍ଡ ଚାକିରୀ ରୁ ନିଲମ୍ବିତ ହେବା ସହିତ ଗିରଫ ହେଇଥିବା ବେଳେ ପୁଣି ସାମ୍ନା କୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର ,ଏଥରକ ନିଜେ ବିଡ଼ିଓ ମାଡ ମାରି ଲହୁଲୁହାଣ କରିଛନ୍ତି ସାମ୍ବାଦିକ ଙ୍କୁ I ସୂଚନା ଅନୁଯାୟୀ କେନ୍ଦ୍ରାପଡା ରାଜକନିକା ବିଡ଼ିଓ ଙ୍କୁ ଜଣେ ବୃଦ୍ଧା ମୁଖ୍ୟମନ୍ତ୍ରୀ ଙ୍କ କରୋନା ରିଲିଫ ପାଇଁ 5000 ସହାୟତା ଦେଇଥିଲେ କିନ୍ତୁ ରସିଦ ପାଇନଥିବା ନେଇ ତୁଳସୀ କ୍ଷେତ୍ର ୱେବ ପୋର୍ଟାଲ ତରଫରୁ ଖବର ପ୍ରସାରଣ କରାଯାଇଥିଲା I ଏଥିରେ ଉତକ୍ଷିପ୍ତ ହେଇ ରାଜକନିକା ବିଡ଼ିଓ ଶୁଭଦର୍ଶୀ ଜେସି ତୁଳସୀ କ୍ଷେତ୍ର ୱେବ ନିଉଜ ଏଡିଟର ନିଳାଦ୍ରୀ ଭୂଷଣ ତ୍ରିପାଠୀ ଓ ସାମ୍ବାଦିକ ପ୍ରଶାନ୍ତ ନାୟକଙ୍କୁ ଅଫିସ ଡକାଇ ଥିଲେ I ତୁରନ୍ତ ଯଦି ବଞ୍ଚିବାର ଅଛି ଅଫିସ ଆସ କହି ଧମକାଇଥିଲେ I ଉଭୟ ଅଫିସ ରେ ପହଁଚିବା ପରେ ବିଡ଼ିଓ ତୁରନ୍ତ ଅଫିସ ଚାମ୍ବର ବନ୍ଦ କରି ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ I

ଧମକ ଦେଇ ଭୁଲ ମାଗିବାକୁ କହିଥିଲେ ଏବଂ ରେକର୍ଡିଙ୍ଗ କରାଇ ଥିଲେ I ଏହା ପରେ ମନ ନ ମାନିବା ରୁ ଏକ ବାଡ଼ି ମଗାଇ ନିସ୍ତୁକ ପିଟିଥିଲେ I ନୀଳାଦ୍ରି ଜୀବନ ବିକଳ ରେ ବୋଉ ଲୋ ବୋଉ କହି ଚିତ୍କାର କରୁଥିବା ବେଳେ ବିଡ଼ିଓ କହିଥିଲେ ମୁଁ ବଡ ହାରାମି ସାମ୍ବାଦିକ ଙ୍କ ବୋପା ,ଏ ଏରିଆ ଛାଡି ପଳା ଯଦି ବଞ୍ଚିବାର ଅଛି I ଯାହାର ଅଡିଓ ଏବେ ଭାଇରଲ ହେବାରେ ଲାଗିଛି I ତେବେ କଥା ଉଠୁଛି ବିଡ଼ିଓ ଙ୍କୁ କିଏ ଦେଲା ଅଧିକାର ଏମିତି ବାଡ଼େଇବାକୁ ? ଯଦି ସେ ସାମ୍ବାଦିକ ଭୁଲ ଖବର ପ୍ରସାରଣ କରିଥିଲେ ତେବେ ଆଇନ ର ଆଶ୍ରୟ ନନେଇ ବିଡ଼ିଓ ଏମିତି ନିର୍ଘାତ ମାଡ ମାରି ସାମ୍ବାଦିକ ଙ୍କୁ ଲହୁ ଲୁହାଣ କରିବାର କ୍ଷମତା କୋଉଠୁ ପାଇଲେ ? ଏପଟେ ଏନେଇ ଥାନାରେ ନୀଳାଦ୍ରି ଏତଲା ଦେଇଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି I ଏବେ ଦେଖିବାର ଅଛି ବିଡ଼ିଓ ଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି I

Leave a Reply

Your email address will not be published. Required fields are marked *