30 ମାସର ଦରମା ମିଳିନି ଇଞ୍ଜିନିଅରିଂ କଲେଜ RIT ରେ, ସମ୍ପାଦକ ଙ୍କୁ ଚଲେଇ ଚଲେଇ ନେଲେ ଏଡିଏମ୍‌ ଅଫିସ୍‌

ଓଡ଼ିଶାର ସବୁଠୁ ପୁରୁଣା ବୈଷିୟକ ଶିକ୍ଷାନୁଷ୍ଠାନ ରାଉରକେଲା ଇଞ୍ଜିନିଅରିଂ ଟେକ୍ନୋଲୋଜି କଲେଜ ରେ ବିଗତ କିଛି ଦିନ ଧରି `ଆର୍ଥିକ ଲାଗି ରହିଥିବା ବେଳେ ଅଧ୍ୟପକ୍ୱ`ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କର ଦୀର୍ଘ 30ମାସର ଦରମା ଏବଂ 35 ମାସର ଇପିଏପିଫ ମିଳିନାହିଁ I ବର୍ତମାନ ସ୍ଥିତି ରେ କରୋନା ପାଇଁ ସମସ୍ତବକର`ସମସ୍ତଙ୍କର ଆର୍ଥିକ ମାନଦଣ୍ଡ ଦୋହଲିଯାଇଥିବା ବେଳେ କିଛି ମାସର ଦରମା ଦେବାକୁ କଲେଜ କମିଟି ସମ୍ପାଦକ ପ୍ରଭାତ ମହାପାତ୍ର ଙ୍କୁ ଗତକାଲି କିଛି କର୍ମଚାରୀ ଦେଖାହେଇ କହିଥିଲେ କିନ୍ତୁ କିଛି ନିଷ୍କର୍ଷ ନ ମିଳିବାରୁ ସମ୍ପାଦକ ଙ୍କ ଅଫିସ କାର୍ଯ୍ୟାଳୟ ରୁ ତାଙ୍କୁ ଚଲେଇ ଚଲେଇ ଏଡ଼ିଏମ ଅଫିସ ଙ୍କୁ ନେଇଥିଲେ I

ତେବେ ଏନେଇ ସମ୍ପାଦକ ସ୍ପଷ୍ଟୋକ୍ତି ରଖିଛନ୍ତି ଯେ କଲେଜ ରେ ଆଡ଼ମିସନ ହେଉନଥିବାରୁ ଦରମା ଦିଆଯାଇନାହିଁ ଆଉ କିଛିଦିନ ଅପେକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି I ଆଗାମୀ ଦିନରେ କଲେଜ ର ଜମି ବିକ୍ରି କରାଯାଇ ସମସ୍ତ ପ୍ରାପ୍ୟ ଦିଆଯିବ I ସୂଚନା ଥାଉ କି ପ୍ରଭାତ ମହାପାତ୍ର କଙ୍ଗ୍ରେସ ର ପୂର୍ବତନ ବିଧାୟକ ଅଟନ୍ତି I

Leave a Reply

Your email address will not be published. Required fields are marked *