ଭଦ୍ରକ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଆକସ୍ମିକ ଭାବେ ପୋଡ଼ିଗଲେ ଦିଅଁ ,ଲୋକେ ଭୟଭୀତ

ବଡ଼ଦେଉଳ ରେ ସିନା ସିଏ ବସିଛି ତାକୁ ଦର୍ଶନ ପାଇଁ ସବୁ ଓଡ଼ିଆ ନିଜ ଅଞ୍ଚଳ ରେ ତା ପ୍ରତିମୁର୍ତି ସ୍ଥାପନ କରି ମନ୍ଦିର ରେ ପୂଜା କରେ I ପ୍ରତିଟି ମନ୍ଦିର ରେ ଜଗନ୍ନାଥ ଙ୍କ ସ୍ୱରୂପ ଦେଖିଥାଏ ଭକ୍ତ ଟିଏ I ଏବେ ଲକ ଡାଉନ ପାଇଁ ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟରେ ପ୍ରାଚୀର ସୃଷ୍ଟି ହେଇଛି I ଭକ୍ତ ଜଗନ୍ନାଥ ଙ୍କୁ ଦର୍ଶନ କରିପାରୁନାହାନ୍ତି I ତେବେ ଭଦ୍ରକ ରୁ ଆସିଛି ଏକ ଅଭାବନୀୟ ଘଟଣା I ମନ୍ଦିର ଭିତରେ ବିଗ୍ରହ ଙ୍କର ମୂର୍ତି ପୋଡ଼ିଯାଇଛି I

ଘଟଣା ଜଣାପଡିବା ପରେ କାଲିଠାରୁ ଲୋକେ ଆତଙ୍କିତ ଅବସ୍ଥା ରେ ଅଛନ୍ତି I ସୂଚନା ଅନୁଯାୟୀ ଘଟଣା ଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସାହୁସାହି ଗାଁର ।ଏଠାରେ ଥିବା ଜଗନ୍ନାଥ ଜୀଉ ଗୋଷ୍ଠୀ କେନ୍ଦ୍ର ମନ୍ଦିର ରେ ଗତକାଲି ଲୋକେ ମନ୍ଦିର କୁ ଯାଉଥିବା ବେଳେ ଦେଖିବାକୁ ପାଇଥିଲେ କି ମନ୍ଦିର ଭିତରେ ଥିବା ବିଗ୍ରହ ଜଗନ୍ନାଥ , ବଳଭଦ୍ର , ମା ସୁଭଦ୍ରାଙ୍କ ସହିତ ସୁଦର୍ଶନ ମୂର୍ତ୍ତି ଆଂଶିକ ଭାବେ ଜଳିଯାଇଛି ।

ଘଟଣା ର ଅସଲ କାରଣ ବର୍ତମାନ ସୁଦ୍ଧା ଜଣା ପଡିନଥିଲେ ମଧ୍ୟ ଏହି ଖବର କୁ ନେଇ ଗ୍ରାମବାସୀ କାଲିଠୁ ଭୟ ରେ ଅଛନ୍ତି ଏବଂ ଖିଆପିଆ କରିନଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *