15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ ଛାଡି ଯାଇଛନ୍ତି ଅନେକ ପ୍ରଶ୍ନ I ବରିଷ୍ଠ କ୍ୟାମେରା ମ୍ୟାନ ଭାବେ ଯେତିକି ପରିଚିତ ନୁହନ୍ତି ନିଜର ସରଳ ବ୍ୟବହାର ପାଇଁ ସମସ୍ତଙ୍କର ସେ ପ୍ରିୟ I ଦୀର୍ଘ 15 ବର୍ଷ ଧରି ଈଟିଭି ଯାହାକି ଏବେ ନିଉଜ 18ରେ ପରିବର୍ତିତ ସେଠାରେ କାମ କରୁଥିଲେ ସୁକାନ୍ତ I ନିଜର ସବୁ ସମୟ ଚାନେଲ ପାଇଁ ବିତାଇ ଦେଇଥିବା ବେଳେ ଚାନେଲ କିନ୍ତୁ ଶେଷ ମୁହୁର୍ତରେ ତାଙ୍କ ଠାରୁ ମୁଁହ ଫେରେଇ ନେଇଥିଲା

ଦୁଇ ବର୍ଷ ତଳେ ମୁଖ ଗହ୍ୱର କର୍କଟ ରେ ପୀଡିତ ହେବା ପରେ ଚିକିତ୍ସା ହେଇ ସମୟ କ୍ରମେ ଭଲ ହେଇଥିଲେ କିନ୍ତୁ ସମ୍ପୃକ୍ତ ଗଣମାଧ୍ୟମ ତାଙ୍କୁ ଚାକିରୀ ଦେଇନଥିଲା ଶାରୀରିକ ଅକ୍ଷମତା ଦର୍ଶାଇ I ଏପଟେ ଜୀବନ ପାଇଁ ଚାକିରୀ ଖଣ୍ଡେ ପାଇଁ ସମସ୍ତଙ୍କୁ ଗୁହାରି କରି କରି ଥକି ପଡ଼ିଥିଲେ କିନ୍ତୁ କୋଉଠି ଚାକିରୀ ମିଳିନଥିଲା I 15ବର୍ଷର ଅଭିଜ୍ଞତା ,ବଳିଦାନ ର କିଛି ମୂଲ୍ୟ ନଥିଲା ପୁଣିଥରେ ସେ ରୋଗରେ ପୀଡିତ ହେଲେ , ଅର୍ଥାଭାବ ଯୋଗୁଁ ପାଖାପାଖି 5ଲକ୍ଷ ଟଙ୍କା ଉଦ୍ଧାର କରିଥିଲେ ତାଙ୍କ ପରିବାର ଲୋକେ I

ଗୋଟିଏପଟରେ ରୋଗ ସହିତ ଲଢେଇ ଅନ୍ୟପଟେ ଜୀବିକା ପାଇଁ ଲଢେଇ ଆଉ ଶେଷରେ ଆଖି ବୁଜିଲେ ସୁକାନ୍ତ I ସୁକାନ୍ତ ଙ୍କ ମୃତ୍ୟୁ ରେ ସାମ୍ବାଦିକ ମହଲ ରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ଯାହା ସୋସିଆଲ ମିଡ଼ିଆ ରେ ସ୍ପଷ୍ଟ ନଜର ଆସିଛି I ବରିଷ୍ଠ ସାମ୍ବାଦିକ ଦୂର୍ଗାଶିଷ ଲେଖିଛନ୍ତି କି ” ସୁକାନ୍ତ ଚାଲିଗଲା ।

ସମସ୍ତଙ୍କୁ ଚାକିରୀ ଖଣ୍ଡେ ପାଇଁ ମେସେଜ୍ ଦେଇ ଦେଇ ଶେଷରେ ସେ ହାରିଗଲା । ବିଡମ୍ବନା ତ ନିଶ୍ଚୟ ଯେଉଁ କଂପାନୀ ପାଇଁ 15 ବର୍ଷ କାମ କଲା, ତା ମୁଖିଆ ତୁମକୁ ଶ୍ରଦ୍ଧା଼ଞ୍ଜଳି ଟି ବି ଜଣେଇଲେନି । କି ନିଷ୍ଠୁର ସ୍ବାର୍ଥପର ଆପଣ । କର୍କଟ ରୋଗାକ୍ରାନ୍ତ ଜାଣି ମଧ୍ୟ ସୁକାନ୍ତକୁ ଆପଣ ଟିକେ ଦୟା କରିନଥିଲେ । 15 ବର୍ଷ ଧରି ଭଲ ପ୍ରଦର୍ଶନ କରି ଆସୁଥିବା ସୁକାନ୍ତ ହଠାତ୍ କେମିତି ଖରାପ ହୋଇଗଲା । କାରଣ ଆପଣଙ୍କ ଭଲ-ଖରାପ ମାପକାଠିଟା ତେଲରେ ବୁଡି , ଚୁଗୁଲି ଘଷା ଖାଉଥିଲା ।”

ଏନେଇ ସାମ୍ବାଦିକ ରମାବଲ୍ଲବ ବରାଳ ପ୍ରତିକ୍ରିୟା ଦେଇ କହିଛନ୍ତି କି ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ଙ୍କ ଅକାଳ ବିୟୋଗ ପାଇଁ ଈଟିଭି କର୍ତ୍ତୃପକ୍ଷ ହିଁ ଦାୟୀ ,ଏହା କେବଳ ଅମାନବୀୟ ନୁହେଁ ବେଆଇନ ମଧ୍ୟ I ତେବେ ଏନେଇ ରାଜ୍ୟର ବିଭିର୍ଣ୍ଣ ସାମ୍ବାଦିକ ସଂଘଠନ ଗୁଡିକର ନୀରବତା ଅତ୍ୟନ୍ତ ଲଜ୍ୟାଜନକ

ସେହିପରି ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀ ଲେଖିଛନ୍ତି କି ପ୍ରାଥମିକ ଅବସ୍ଥାରେ ଥିବାରୁ ଅପରେସନ୍ ପରେ ଭଲ ହୋଇଥିଲେ |

କିନ୍ତୁ ଭାଂଗି ପଡ଼ି ନ ଥିଲେ | ପୁଣି ଛିଡା ହୋଇଥିଲେ , କାମ କରି ଚାଲିଥିଲେ | ଗତବର୍ଷ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା | ରୋଜଗାର ବାଟ ବନ୍ଦ ହୋଇ ଯିବାରୁ ଅନେକ ସମୟରେ ଦୁଶ୍ଚିନ୍ତାରେ ରହୁଥିଲେ |ଏତେ ଶୀଘ୍ର ଚାଲିଯିବେ ବୋଲି ସହଜରେ ବିଶ୍ବାସ କରି ହେଉନି I

ସାମ୍ବାଦିକ ଅଶ୍ୱିନୀ କୁମାର ଲେଖିଛନ୍ତି “ଭାଇ ଜଣେ କଣ କ୍ୟାନସର ଉପଶମ ହେଲା ପରେ କାମ କରିବାର ଦକ୍ଷତା କମ ହୋଇଯିବ…?” ମୁଁ କହିଲି ବିଲକୁଲ ନୁହଁ…”ସେ ମୋତେ ପୁଣି ପ୍ରଶ୍ନ କଲା…ତାହେଲେ ମୋ କଂପାନୀ ପାଇଁ ଅଯୋଗ୍ୟ ହେଲି କେମିତି….? ଭାଇ ଏବେ ମୋର ପାଖରେ ଆଉ ଚାକିରୀ ନାହିଁ….” ସେତକ ଶୁଣିବା ପରେ ମୋ ଆଖିରୁ ପ୍ରଥମ ଥର ପାଇଁ ପାଣି ବାହାରି ଆସିଥିଲା….

ସୁକାନ୍ତ ଆଉ ନାହାନ୍ତି ତେବେ ତାଙ୍କ ମୃତ୍ୟୁ ପରେ ସତେ ଯେପରି ତାଙ୍କ ପତ୍ନୀ ଏବଂ 7ବର୍ଷ ର ଝିଅ ଙ୍କ ନୀରବତା ପ୍ରଶ୍ନ 15ବର୍ଷ ସମୟ ଦେଇଥିବା ଏ ଗଣମାଧ୍ୟମ ରୁ କଣ ପାଇଲେ ସେ !! ସୁକାନ୍ତ ଙ୍କ ମୃତ୍ୟୁ ଖବର ପରେ ଆର୍ଥିକ ସମସ୍ୟା କଥା ଜାଣି MS ଏକେ ଦାସ ଆସୋସିଏଟ ଏମଡି ଅମୀୟ କୁମାର ଦାସ 1ଲକ୍ଷ ଟଙ୍କା ସହାୟତା ଦେଇଥିବା ବେଳେ ସାମ୍ବାଦିକ ସତ୍ୟଜିତ ବିମଲ ମିଶ୍ର 10ହଜାର ଟଙ୍କା ଦେଇଛନ୍ତି I

ଏବେ ପ୍ରଶ୍ନ ଉଠୁଛି ଏକ ଜାତୀୟ ଗଣମାଧ୍ୟମ ଯିଏ କି ନିଜକୁ ଏକ ନମ୍ବର ବୋଲି ଦାବି କରୁଛି ସେହି ସଂସ୍ଥା ରେ 15ବର୍ଷ ବିତାଇଥିବା ଜଣେ ବରିଷ୍ଠ କାମେରାମାନ ଙ୍କ ପ୍ରତି ଏପରି ନିଷ୍ଠୁରତା କଣ ସତରେ ଗ୍ରହଣୀୟ ! ପ୍ରଶ୍ନ ତ ହଜାରେ ,ବିଚାର ଆପଣଙ୍କର I

ଆପଣ ଯଦି ସାହାଯ୍ୟ ଦେବାକୁ ଚାଁହୁଛନ୍ତି ତେବେ ଏହି ଆକାଉଣ୍ଟସ ରେ ସାହାଯ୍ୟ କରିପାରିବେ Account Holder’s Name: Swagatika SabatAccount Number: 33224305211State Bank of India, Berhampur (Ganjam) IFSC Code: SBIN0000033

Leave a Reply

Your email address will not be published. Required fields are marked *