ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେଇପାରିଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ଜଣେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଇଥିବା ବ୍ୟକ୍ତି ବ୍ରହ୍ମପୁର ରେ ରହୁଥିଲେ ,ଏହି ସମୟରେ ଲକ ଡାଉନ ଯୋଗୁଁ ଘରୁ ବାହାରିବା ସମ୍ଭବ ନଥିଲା କିନ୍ତୁ ଏପଟେ ମେଡ଼ିସିନ ସରିଯିବାରୁ ଅବସ୍ଥା ସଙ୍କଟ ହେବାକୁ ଯାଉଥିଲା ,ସେହି ମେଡ଼ିସିନ କେବଳ ଭୁବନେଶ୍ୱର ରେ ଉପଲବ୍ଧ ଅଟେ ଏପରି ପରିସ୍ଥିତି ରେ କମିଶନର ଙ୍କୁ ଟ୍ୱିଟ କରି ସହାୟତା ମାଗିଥିଲେ ଅଭିନେତ୍ରୀ ଅନୁମିତା I ଅନୁମିତା ଙ୍କ ଟ୍ୱିଟ ର ପ୍ରତିକ୍ରିୟା ରଖି କମିଶନର ମାତ୍ର କିଛି ଘଣ୍ଟା ରେ ଆବଶ୍ୟକ ଔଷଧ ସେ ବ୍ୟକ୍ତି ଙ୍କ ଘରେ ପହଞ୍ଚାଇଥିଲେ I

ଅନୁମିତା ଙ୍କ ଟ୍ୱିଟ ପାଇଁ ଯଥା ସମୟରେ ଔଷଧ ପାଇପାରିଥିବାରୁ ଉଭୟ ଅନୁମିତା ଏବଂ କମିଶନର ଙ୍କୁ ଧନ୍ୟବାଦ ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି I I ଏହାସହିତ କମିଶନର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ ଅନୁମିତା I ସୂଚନା ଥାଉ କି କିଛିଦିନ ତଳେ ମହାମାରୀ କରୋନା ର ଭିର୍ନ୍ନ ଯୋଦ୍ଧା ବିଦ୍ୟୁତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କ ମନ କିଣିନେଇଥିଲେ ଏହି ଅଭିନେତ୍ରୀ I

Leave a Reply

Your email address will not be published. Required fields are marked *