କନ୍ଦେଇ ଦେଲେ ଆଦିତ୍ୟ ଜୀବନର ଶେଷ ଚିଠି ର ଶେଷ ସମୟରେ ବି ଦେଶ ଚିନ୍ତା କରିଥିଲେ ଥରେ ନିହାତି ପଢନ୍ତୁ

ନାହାନ୍ତି ଆଦିତ୍ୟ ,କିନ୍ତୁ ଛାଡି ଯାଇଛନ୍ତି ଅନେକ ଅସୁମାରୀ ପ୍ରଶ୍ନ I ସାରା ଓଡିଶା ର ଯୁବ ଗୋଷ୍ଠୀ ସୋସିଆଲ ମିଡିଆରେ ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି I ଆଦିତ୍ୟ କେଭେ ଆତ୍ମହତ୍ୟା କରିପାରିବେନି ଏ ବିଶ୍ୱାସ ସବୁ ଯୁବ ଗୋଷ୍ଠୀ ଙ୍କର ,କେମିତି ବା ବିଶ୍ୱାସ କରିବେ ଯିଏ ଅନ୍ୟ ଙ୍କୁ ବଞ୍ଚିବାର ପ୍ରେରଣା ଦେଉଥିଲା ସେ କେମିତି ଆତ୍ମହତ୍ୟା କରିପାରିବ ? ତେବେ ପୋଲିସ ତାଙ୍କ ଘରୁ ଏକ ଡ଼ାଇରୀ ଜବତ କରିଛି ଯେଉଁଥିରେ ଆଦିତ୍ୟ ଙ୍କ ଶେଷ ଚିଠି ରହିଛି I ଯାହାକି ସମସ୍ତଙ୍କୁ ପୁଣିଥରେ କନ୍ଦାଇ ଦେଇଛି I ଶେଷ ଚିଠି ରେ ଆଦିତ୍ୟ ନିଜେ ଗଢ଼ିଥିବା ସଂସ୍ଥା ପିପୁଲସ୍‌ ଫର ସେବାର ସୁପରିଚାଳନା ନେଇ ଲେଖିଥିବା ବେଳେ ଦୁଇଜଣଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି I

ଏହାସହିତ ଲେଖିଛନ୍ତି କି ମୃତ୍ୟୁ କେତେବେଳେ ଆସେ, କେଉଁ ବାଟ ଦେଇ ଆସେ କେହି ବି ଜାଣି ନାହାଁନ୍ତି। ଆଜି ଠିକ୍ ସେମିତି ମୃତ୍ୟୁ ମୋ ପାଖରେ ଆସି ଉପସ୍ଥିତ। ବୋଧହୁଏ ମୋର ଶେଷ ସମୟ ପାଖରେ ପହଂଚିଗଲାଣି I ଇଛା ଥିଲା ନିଜେ ଖଣ୍ଡେ ଜାଗା କିଣି ଆଶ୍ରମ ଟିଏ କରିବାକୁ ବୃଦ୍ଧା ବୃଦ୍ଧ ମାନଙ୍କ ପାଇଁ କିନ୍ତୁ ସେସବୁ ପୂରଣ ହେଲାନି ,ମୋ ବଞ୍ଚିବାରେ ସିନା ହେଲାନି ମୃତ୍ୟୁ ପରେ ହୁଏତ ଅନୁକମ୍ପା ରେ ହେଇପାରେ I

ପିପୁଲସ୍ ଫର ସେବାର ସଦସ୍ୟ ମାନଙ୍କୁ କହିଛନ୍ତି ପିପୁଲସ୍ ଫର ସେବାର ଆକାଉଣ୍ଟସ ରୁ ପଇସା ଉଠେଇ ବଡ ନହେଉ ପଛେ ଛୋଟ ଆଶ୍ରମ ଟେ କରିବାକୁ I ସେତିକିରେ ତାଙ୍କ ଆତ୍ମା ଶାନ୍ତି ପାଇବ I ଶେଷ ସମୟରେ ବାପା ମା ଙ୍କ କଥା ଭାରି ମନେପଡୁଛି ,ତାଙ୍କ କଥା ବହିବାକୁ ପିପୁଲସ୍ ଫର ସେବାର ସଦସ୍ୟ ଙ୍କୁ କହିଛନ୍ତି I ଶେଷରେ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ କହିଛନ୍ତି ଶ୍ରୀ ତମେ ବହୁତ ଭଲ। ତୁମକୁ ମୁଁ ସବୁଦିନ ମିସ୍ କରିବି। ଦେଶ ପାଇଁ ବହୁତ କିଛି କରିବାର ଥିଲା .କିନ୍ତୁ କିଛି କରିହେଲାନି ,ସବୁ ଇଚ୍ଛା ଇଚ୍ଛାରେ ରହିଗଲା। ଶେଷ ରେ ଲେଖିଛନ୍ତି ସରକାର ଙ୍କ ସହିତ ପଙ୍ଗା ନେବାକୁ ହେଲେ ତୁମେ ସେତିକି ଷ୍ଟ୍ରଙ୍ଗ ଥିବା ଦରକାର ନହେଲେ ସରକାର ତୁମ ବଞ୍ଚିବା ମୁସ୍କିଲ କରିଦେବେ I ଓଡିଶା ରୁ ମଦ ବନ୍ଦ ହେଇଗଲେ ମୋ ଆତ୍ମା କୁ ଶାନ୍ତି ମିଳିବ ସେପାରିରେ ଥାଇ ମୁଁ ଖୁସି ହେବି ,ଇତି ଆଦିତ୍ୟ

Leave a Reply

Your email address will not be published. Required fields are marked *