ସମାଜସେବୀ ମମତା ଙ୍କ ନାମରେ ଥାନା ରେ ଏତଲା ,ଆଦିତ୍ୟ ମୃତ୍ୟ ଘଟଣାରେ ସାମ୍ବାଦିକ ଙ୍କୁ ଯୋଡ଼ିଥିଲେ

ବ୍ୟୁରୋ ରିପୋର୍ଟ :ODISHAEXCLUSIVE :ବହୁ ଚର୍ଚିତ ସମାଜସେବୀ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଚର୍ଚା ଲାଗି ରହିଥିବା ବେଳେ କିଏ ଦୋଷୀ ସେନେଇ ସ୍ପଷ୍ଟ ହେଇପାରିନି ତେବେ ଏପରି ସମୟରେ ଆଦିତ୍ୟ ମୃତ୍ୟୁ କୁ ବିଭ୍ରାନ୍ତ କରିବାକୁ ଯାଇ ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରକୁ ଆଙ୍ଗୁଠି ଦେଖାଇ ଛନ୍ତି ସମାଜସେବୀ ମମତା ସାମନ୍ତରାୟ I ଏନେଇ ସେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଲେଖିଥିଲେ ଯେ “ମୁଁ ଫୋନ କରିବା ବେଳେ ସାମ୍ବାଦିକ ବିକାଶ କାନ୍ଦୁଥିଲେ ଆଦିତ୍ୟ ମରିଯାଇଛି ବୋଲି ,ଆଦିତ୍ୟ ଙ୍କ ସ୍ତ୍ରୀ କହୁଥିଲେ ବିକାଶ ବେହେରା ଚୋରି କରିଛି ,ମତେ ସନ୍ଦେହ ଲାଗୁଚି ୟେ ସେଇ ବିକାଶ ବୋଲି ” ଏହାକୁ ନେଇ ସାମ୍ବାଦିକ ବିକାଶ ଙ୍କୁ ସବୁ ମହଲ ରେ ସମାଲୋଚିତ ହେବାକୁ ପଡିଥିଲା ଯଦିଓ ସାମ୍ବାଦିକ ବିକାଶ ଆଦିତ୍ୟ ଘଟଣାରେ କୌଣସି ଭାବେ ଜଡିତ ନୁହେଁ ସେ ବିକାଶ ଅନ୍ୟ ଜଣେ I ତେବେ ଏଭଳି ମିଥ୍ୟା କଥା ଲେଖି ଅନ୍ୟମାନଙ୍କୁ ଭ୍ରମିତ କରିବା ସହିତ ଏହା ତଦନ୍ତ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ବେଳେ ଏନେଇ ସାମ୍ବାଦିକ ବିକାଶ ଏବଂ ତାଙ୍କ ପତ୍ନୀ ଭୁବନେଶ୍ୱର ବରଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି I ତେବେ ଆଦିତ୍ୟ ମାମଲାରେ ଜଣେ ସାମ୍ବାଦିକ ଙ୍କ ନାମରେ ଏଭଳି କାହିଁକି ମିଥ୍ୟା ଅପପ୍ରଚାର କରି ଘଟଣା କୁ ଭିର୍ଣ୍ଣ ମୋଡ ଦେବାକୁ ଚାଁହୁଛନ୍ତି ମମତା ସାମନ୍ତରାୟ ? ଅବଶ୍ୟ ଥାନାରେ ଏତଲା ପରେ ସେହି ଲେଖା ଟିକୁ ସେ ଡିଲେଟ କରିଦେଇଛନ୍ତି I

Image Credit:VOP
Image Credit:VOP

ସୂଚନା ଥାଉ କି କିଛିଦିନ ଧରି ଚର୍ଚା ରେ ରହିଆସିଛନ୍ତି ସମାଜସେବୀ ମମତା ସାମନ୍ତରାୟ I ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ ମମତା ସାମନ୍ତରାୟ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସରସ୍ବତୀ ପାତ୍ର I ଷ୍ଟେଟ ପ୍ରୋଗ୍ରେସିଭ ୱମେନ୍ସ ଫୋରୁମ ଅଧ୍ୟକ୍ଷା ମମତା ସାମନ୍ତରାୟ ବହୁବର୍ଷ ଧରି ତାଙ୍କ ଘରେ ଭଡା ରହୁଥିବା ବେଳେ ଏବେ ସେହି ଘର କୁ ମାଡି ବସି ନିଜର ଦାବି କରି କେସ କରିଥିବା ଅଭିଯୋଗ କରିଛନ୍ତି ଏୟାର ପୋର୍ଟ ରୋଡ଼ ଭୀମପୁର ଘର ମାଲିକ ସରସ୍ବତୀ ପାତ୍ର I

ଏନେଇ କିଛି ୱେବ ମିଡ଼ିଆ ରିପୋର୍ଟର ମମତା ଙ୍କ ମତାମତ ନେଇ ଖବର ପ୍ରକାଶ ପାଇଥିଲା I ତେବେ ଏନେଇ ମମତା ପ୍ରତିକ୍ରିୟା ରଖିଥିଲେ କି ସେ ଭଡାଟିଆ ନୁହନ୍ତି ପ୍ରଭୁ ଲିଙ୍ଗରାଜ ଙ୍କ ଜାଗାରେ ସେ ରହିଛନ୍ତି ଏବଂ ଲିଙ୍ଗରାଜ ଙ୍କୁ ମାସିକ 3ହଜାର ଭଡା ଦେଉଛନ୍ତି କୋର୍ଟ ଜରିଆ ରେ ,ଏହାର କେଶ କୋର୍ଟ ରେ ଚାଲିଛି କିନ୍ତୁ ଥାନାରେ ମମତା ଦେଇଥିବା ଏକ ଏତଲା ରେ ସ୍ପଷ୍ଟ କରିଛନ୍ତି ଯେ ସେ ସରସ୍ବତୀ ଙ୍କ ଘରେ ଭଡା କୁ ରହୁଛନ୍ତି Iଏହା ସହିତ ବିଏସଏନଏଲ ଅଫିସ ରୁ ଫୋନ କନେକ୍ସନ ପାଇଁ ସେ ସରସ୍ବତୀ ଙ୍କ ଘରେ ଭଡା ରହୁଥିବା ଲିଖିତ ଦେଇଛନ୍ତି I

କେବଳ ଏତିକି ନୁହେଁ ମମତା ଙ୍କ କହିବାନୁଯାୟୀ ତଳ ଘରଟି ସରସ୍ବତୀ ଙ୍କର ହେଇଥିବା ବେଳେ ଉପର ଘର ଟି ତାଙ୍କର I ଉପର ଘରେ ସେ 30ଲକ୍ଷ ଖର୍ଚ କରିଛନ୍ତି I ତେବେ କଥା ଉଠୁଛି ଜଣେ ସମାଜସେବୀ ବୋଲାଉଥିବା ମମତା ମହାଶୟା ପ୍ରଭୁ ଙ୍କ ଜାଗା ଜାଣି ମଧ୍ୟ ସେଠାରେ 30ଲକ୍ଷ କାହିଁକି ଖର୍ଚ୍ଚ କଲେ ? ଯଦି ସେଇଟା ଲିଙ୍ଗରାଜ ଙ୍କ ସମ୍ପତି ସେଠାରେ ମାଡ଼ାମ କାହିଁକି ଜବରଦଖଲ କରି ପ୍ରଭୁ ଙ୍କୁ ଭଡା ଦେଲେ ,ଜଣେ ସମାଜସେବୀ ଭାବରେ ନୈତିକତା ଦୃଷ୍ଟିରୁ ସର୍ବପ୍ରଥମେ ସେ ସେହି ଜାଗା କୁ ଛାଡିବା ଉଚିତ ନୁହେଁ କି ? ତେବେ ଖବର ପ୍ରକାଶ ପରେ ଚିହିଁକି ଉଠିଛନ୍ତି ସମାଜସେବୀ ମମତା ସାମନ୍ତରାୟ I କାହିଁକି ମତେ ଘରଭଡାଟିଆ କହିଲ କହି ସାମ୍ବାଦିକ ମାନଙ୍କୁ ଫୋନ କରି ଗାଳି ଗୁଲଜ କରିବା ସହିତ ଗୋଟି ଗୋଟି କରି ହତ୍ୟା କରିବେ ବୋଲି ଖୁଲମ ଖୁଲା ଧମକ ଦେଇଛନ୍ତି I ଏପରିକି ସବୁ ଧ୍ବଂସ କରିଦେବେ ବୋଲି କହିଛନ୍ତି ,ତେବେ କାହା ବଳରେ ବଳିୟାନ ଏହି ସମାଜସେବୀ ? ଏପରିକି ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି ଙ୍କୁ ହତ୍ୟା କରିବାକୁ ଧମକ ଦେବାକୁ ବି ପଛାଉ ନାହାନ୍ତି ,ତଥ୍ୟ ଅନୁଯାୟୀ ସମାଜସେବୀ ଙ୍କ ଭାଇ ଜଣେ ପୂର୍ବତନ ବିଧାୟକ ଏବଂ ବର୍ତମାନ ର ସାଶକ ଦଳର ଜଣେ ପାୱାର ଫୁଲ ବ୍ୟକ୍ତି I

ସୂଚନା ଥାଉ କି ଏହି ସମାଜସେବୀ ମମତା ସାମନ୍ତରାୟ ଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି କି ସେ ମିଥ୍ୟା ମକଦ୍ଧମା କରି ସୂଚାନକର୍ମୀ ଙ୍କୁ ବଦନାମ କରିଥିବାର I ଦେଖନ୍ତୁ ଏହି ରିପୋର୍ଟ କୁନ୍ଦୁଲି ପୀଡିତା ଙ୍କ ମୃତ୍ୟୁ ପାଇଁ ଅସଲ ଦୋଷୀ ବଦଳରେ ସୂଚାନକର୍ମୀ ଙ୍କୁ ଦାୟୀ କରି ଅପପ୍ରଚାର କରିଥିବାରୁ ତାଙ୍କ ନାମରେ ରାଞ୍ଜୁଲତା ମହାପାତ୍ର ଙ୍କ ସମେତ ଅନ୍ୟମାନେ ମଧ୍ୟ ଏତଲା ଦେଇଥିଲେ I

ନିଜକୁ ସମାଜସେବୀ କହୁଥିବା ମମତା ରାଜନୀତି ଦୌଡ ରେ ବି ପଛରେ ନାହାନ୍ତି , ରାଜ୍ୟସଭା ରେ ଖାଲି ପଡିଥିବା ଚାରି ଆସନ ପାଇଁ ଆଶାୟୀ ହେଇ ପ୍ରାଥୀ ପତ୍ର ଦାଖଲ କରିଥିବା ବେଳେ ଆବଶ୍ୟକ ସଂଖ୍ୟକ ସମର୍ଥକ ଓ ପ୍ରସ୍ତାବକ ନଥିବାରୁ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ଏହାସହିତ କେନ୍ଦ୍ରାପଡା ମହାକାଳ ପଡା ନିର୍ବାଚନ ମଣ୍ଡଳୀ ରୁ 2019 ରେ ବିଧାୟକ ପାଇଁ ନିର୍ବାଚନ ଲଢ଼ି 214 ଖଣ୍ଡ ଭୋଟ ପାଇଥିଲେ I

Leave a Reply

Your email address will not be published. Required fields are marked *