ଠକିଦେଲା ଠିକା କମ୍ପାନୀ ,କର୍ମଚାରୀ ଙ୍କ ଇପିଏଫ ଇଏସଆଇ ବାବଦ କୋଟିଏ ଟଙ୍କା ଆତ୍ମସାତ

ଠକିଦେଇ ଚାଲିଗଲା ଠିକା କମ୍ପାନୀ I ପୁରୀ ଏବଂ ବାଲୁଗାଁ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ ଜୁନ 2017 ରୁ ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ନେଇଥିବା ବେଳେ ଏହାର ପରିଚାଳନା ନିର୍ଦେଶକ ହେଉଛନ୍ତି କାର୍ଯ୍ୟରତ ଜଣେ ଲାଇନ ମ୍ୟାନ ଙ୍କ ପୁଅ I ଏହି କମ୍ପାନୀ ପିଲା ଙ୍କ ଇପିଏଫ ଏବଂ ଇଏସଆଇ ବାବଦ ଅର୍ଥ ହଡପ କରୁଥିବା ନେଇ ଅଭିଯୋଗ ଆସିବା ପରେ ଏନେଇ ଆମ ତରଫରୁ କମ୍ପାନୀ ନିର୍ଦେଶକ ସୁବ୍ରତ ମହାରଣା ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ସକ୍ଷମ ହେଇପାରିନଥିଲେ I

କର୍ମଚାରୀ ଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ନିର୍ଧାରିତ ପ୍ରାପ୍ୟ ପାଖାପାଖି କୋଟିଏ ଟଙ୍କା କମ୍ପାନୀ ଆତ୍ମସାତ କରିଛି I ଏନେଇ ବାରମ୍ବାର ଖବର ପ୍ରକାଶ ହେବାପରେ ମଧ୍ୟ କମ୍ପାନୀ ଏବଂ ସେସୁ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ ନକରିବା ସାଧାରଣ ରେ ସନ୍ଦେହ ସୃଷ୍ଟି ହେଇଥିଲା i ଅଭିଯୋଗ ହେଉଥିଲା କି ବରିଷ୍ଠ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସମ୍ପୃକ୍ତ ଥାଇ ପାରନ୍ତି I ଠିକା କମ୍ପାନୀ ସେସୁ ର ଗାଇଡ଼ ଲାଇନ କୁ ଫୁ କରି ଉଡାଇ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିରବ ରହିଥିଲେ ,ଚୁକ୍ତି ଅନୁଯାୟୀ ଠିକା କମ୍ପାନୀ ନିୟମ ନମାନିଲେ ଚୁକ୍ତି ବେଦଖଲ ହେବା କଥା କିନ୍ତୁ ଏଠାରେ ଦେଖାଯାଇଥିଲା ବ୍ୟତିକ୍ରମ ,ଗାଇଡ଼ ଲାଇନ ମାନୁନଥିବା ଠିକା କମ୍ପାନୀ କୁ ବିନା ଟେଣ୍ଡର ରେ ପୁଣି ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକାଳ ସମୟ I

ଏହାମଧ୍ୟରେ ସେସୁ ନାମ ବଦଳି ସାରିଥିବା ବେଳେ ସମ୍ପୃକ୍ତ ଠିକା କମ୍ପାନୀ ମଧ୍ୟ କାର୍ଯ୍ୟରୁ ଅପସାରଣ ହେଇ ସାରିଛି I କିନ୍ତୁ କର୍ମଚାରୀ ଙ୍କ ଇପିଏଫ, ଇସଆଇ ଦାଖଲ ହେଇନି କି ଅପସାରଣ ପରେ ଏଯାଏଁ 3ମାସର ଦରମା ମଧ୍ୟ କର୍ମଚାରୀ ଙ୍କୁ ମିଳିପାରିନାହିଁ I କଥା ଉଠୁଛି କାହା ଛତ୍ର ଛାୟା ତଳେ ରହି ସମ୍ପୃକ୍ତ ଠିକା କମ୍ପାନୀ ଏତେବଡ ଘୋଟାଲା କରି ଚାଲିଗଲା ଅଥଚ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିରବ ? ଏନେଇ କର୍ତ୍ତୃପକ୍ଷ ଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

କାର୍ଯ୍ୟ ଆରମ୍ଭ ସମୟରେ ସମ୍ପୃକ୍ତ କମ୍ପାନୀ ଦାଖଲ କରିଥିବା ସିକୁରିଟି ଡିପୋଜିଟ ଫେରସ୍ତ ନେଇସାରିଥିବା କର୍ମଚାରୀ ମହଲ ରେ ଚର୍ଚା ହେଉଥିବା ବେଳେ ସମ୍ପୃକ୍ତ କମ୍ପାନୀ ଆତ୍ମସାତ କରିଥିବା କୋଟିଏ ଟଙ୍କା ଦାଖଲ କରିବ କିଏ ? କର୍ମଚାରୀ ଙ୍କ ଇପିଏଫ ଏବଂ ଇଏସଆଇ ଅର୍ଥ ଡିପୋଜିଟ କରିବ କିଏ ? ଠକିଥିବା କମ୍ପାନୀ ବିରୁଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ? ଏସବୁ ବର୍ତମାନ ର ଟିପିସିଓଡ଼ିଏଲ କର୍ତ୍ତୃପକ୍ଷ ଙ୍କ ଗୋଚର ରେ ଅଛି ତ ?

Leave a Reply

Your email address will not be published. Required fields are marked *