ସର୍ବ କନିଷ୍ଠ ଆଇଏଏସ ହେବାର ରେକର୍ଡ କଲେ ଓଡ଼ିଆ ଝିଅ ସିମି କରଣ ,UPSC ରାଙ୍କ 31

UPSC -2019ର ପରୀକ୍ଷା ଫଳ ରେ ଓଡିଶା ର ବହୁ ପ୍ରତିଯୋଗୀ ସଫଳ ହାସଲ କରି ଓଡିଶା ପାଇଁ ଗର୍ବ ଆଣିଥିବା ବେଳେ ଏଥିରେ ନୂଆ ବିରଳ ରେକର୍ଡ କରିଛନ୍ତି ସିମି I କୁହାଯାଏ କଠିନ ପରିଶ୍ରମ ଆଉ ନିଷ୍ଠା ଆଗରେ ସବୁକିଛି ହାର ମାନେ I ସିମି ଙ୍କ ବୟସ ମାତ୍ର 22 ସେ ଇଞ୍ଜିନିଅରିଂ ପରେ ପ୍ରଥମ ଚେଷ୍ଟା ରେ ଆଇଏଏସ ହେଇପାରିଛନ୍ତି I UPSC ରାଙ୍କ ରେ 31ରଖି ଓଡିଶା ପାଇଁ ଗର୍ବ ଆଣିଛନ୍ତି I ସିମି ଙ୍କ ଗ୍ରାମ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁର ଗାଁ I ବାପା ଦେବେନ୍ଦ୍ର ନାଥ କରଣ ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ମ୍ୟାନେଜର.ଏବଂ ଓ ମା ସୁଜାତା କରଣ ଜଣେ ଶିକ୍ଷୟିତ୍ରୀ I ବାପା ଭିଲାଇ ରେ କାର୍ଯ୍ୟ କରୁଥିବାରୁ ସିମି ଙ୍କ ପାଠପଢା ଭିଲାଇ ରେ ହେଇଛି I ତେବେ ଏପରି ବିରଳ ସଫଳତା ପରେ ସାରା ଓଡିଶା ରେ ସିମି ଙ୍କ ପାଇଁ ଖୁସି ର ଲହରୀ ଖେଳି ଯାଇଛି I

ତେବେ ଜାତୀୟ ଗଣମାଧ୍ୟମ କୁ ଦେଇଥିବା ସାକ୍ଷାତକାର ରେ ସିମି କୁହନ୍ତି କି ତାଙ୍କୁ ଭାଇଭା ରେ ଓଡିଶା ନିୟମଗିରି ରେ ପୋସ୍କୋ କାହିଁକି କାମ ନକରି ଫେରିଗଲା ପ୍ରଶ୍ନ କରାଯାଇଥିଲା I ଉତ୍ତର ରେ ସିମି କହିଥିଲେ କି ଯେଉଁ ବି କମ୍ପାନୀ ଆସୁଛି ସ୍ଥାନୀୟ ବାସିନ୍ଦା ଆଦିବାସୀଙ୍କ ସ୍ୱାର୍ଥ କଥା ଭୁଲିଯାଉଛି I ପ୍ରାଥମିକ ଭାବରେ ସେମାନଙ୍କ ସ୍ୱାର୍ଥ କୁ ଗୁରୁତ୍ୱ ଦେବା କଥା I

Leave a Reply

Your email address will not be published. Required fields are marked *