ତାଳଚେର ରେ ଡାକ୍ତର ଙ୍କ ଠାରୁ ଚାରି ଲକ୍ଷ ଲୁଟିନେଇ କଟକ ରେ ଗିରଫ ସୁନ୍ଦରୀ ଠକ

ଦେଖିବାକୁ ସୁନ୍ଦରୀ କିନ୍ତୁ କାମ କଦର୍ଯ୍ୟ I ଜଣେ ସୁନ୍ଦରୀ ଯୁବତୀ ଯୁବତୀ ଜଣେ ଡାକ୍ତର ଙ୍କୁ ଚୂନ ଲଗାଇ ଚାରି ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ଗିରଫ ହେଇଛନ୍ତି I ଘଟଣା ଟି ଢେଙ୍କାନାଳ ର I ସୂଚନା ଅନୁଯାୟୀ ଢେଙ୍କାନାଳ ପର୍ଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତର ବିଜୟ ପ୍ରଧାନ ଏହି ଠକେଇ ର ଶିକାର ହେଇଛନ୍ତି I ଯୁବତୀ ଜଣଙ୍କ ଡାକ୍ତର ଙ୍କ ସଂସ୍ପର୍ଶ ରେ ଯୋଡି ହେଇ ନିଜକୁ ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଭାବରେ ପରିଚୟ କରାଇଥିଲେ I କିଛିଦିନ ର ଭଲ ସମ୍ପର୍କ ପରେ କୌଶଳ କ୍ରମେ ଯୁବତୀ ଜଣଙ୍କ ଡାକ୍ତରଙ୍କ ଏଟିଏମ୍‌ କାର୍ଡ ଏବଂ ପିନ୍‌ ନମ୍ବର ହାସଲ କରିନେଇଥିଲେ ଡାକ୍ତର ଙ୍କ ଅଜାଣତ ରେ I ଏବଂ ଏହା ଦ୍ୱାରା ଡାକ୍ତର ଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଚୂନ ଲଗାଇବାରେ ବ୍ୟସ୍ତ ଥିଲେ I

ତେବେ ଡାକ୍ତର ଜଣଙ୍କ ବ୍ୟାଙ୍କ ରେ ନିଜ ଖାତା ଅପଡେଟ କରିବା ବେଳେ ଜାଣିବାକୁ ପାଇଥିଲେ କି ତାଙ୍କ ଆକାଉଣ୍ଟସ ରୁ ୪ ଲକ୍ଷ ୫୭ ହଜାର ଟଙ୍କା କେହି ଉଠେଇ ନେଇଛି I ଏନେଇ ସେ ନିକଟସ୍ତ ତାଳଚେର ଥାନାରେ ଏତଲା ଦେଇଥିଲେ I ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ସମ୍ପୃକ୍ତ ଯୁବତୀ ଙ୍କୁ କଟକ ରୁ ଗିରଫ କରାଯାଇଛି I ତେବେ ତଦନ୍ତ ପରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି I

Leave a Reply

Your email address will not be published. Required fields are marked *