ନାଗ ପଞ୍ଚମିରେ ନାଗ କୁ ମାରିଥିବା ଗାଁ ରେ 26 ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ନାଗୁଣୀ

ସାଧାରଣତଃ ଆପଣ ପୁରାଣ ଗଳ୍ପ ବା ଫିଲ୍ମ ରେ ଦେଖିଥିବେ କି ନାଗ କୁ ହତ୍ୟା କଲେ ନାଗୁଣୀ କିଭଳି ପ୍ରତିଶୋଧ ନିଏ କିନ୍ତୁ ବାସ୍ତବ ରେ ଏମିତି ଏକ ସତ ଘଟଣା ଘଟିଛି,ଯେଉଁଠି କି ନାଗ କୁ ହତ୍ୟା କରିଥିବା ଗାଁ ର 26ଜଣ ଙ୍କୁ ନାଗୁଣୀ ଗୋଡ଼ାଇ ଗୋଡ଼ାଇ କାମୁଡିଚି I ଖବର ଅନୁଯାୟୀ ,ୟୁପିର ବାହରାଇଚ୍ ଜିଲ୍ଲାର ଚିଲବିଲା ଗ୍ରାମ ରେ ଏଇ ଗତ ନାଗପଞ୍ଚମୀ ରେ ଏକ ନାଗ ଜଣଙ୍କୁ କାମୁଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତାକୁ କୁ ହତ୍ୟା କରାଯାଇଥିଲା ଏହାପରେ ଗ୍ରାମରେ ଦୁଇ ଦିନରେ 26ଜଣ ଙ୍କୁ ନାଗୁଣୀ କାମୁଡି ସାରିଲାଣି I ଗାଁ ରେ ଏବେ ଭୟ ର ବାତାବରଣ I ସର୍ପ ଦଂଶନ କରିଥିବା 26ଜଣ ଭିତରୁ ଜଣେ ମୃତ୍ୟୁ ମଧ୍ୟ ହେଇସାରିଲାଣି I

ଦୁଇ ଦିନ ମଧ୍ୟରେ ସନ୍ଦୀପ, ଗୋଲାପୀ ଦେବୀ, ଶେଲା ଦେବୀ, ମାୟା ଦେବୀ, ଜାଲା, ନେହା, ଧରମ ପ୍ରକାଶ, ଭିପିନ୍, ଚିର୍କୁ ସମେତ 26 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ କାମୁଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ମୁନିଶ କୁମାରଙ୍କ ମଧ୍ୟ ରବିବାର ମୃତ୍ୟୁ ଘଟିଛି। ତେବେ ଏନେଇ ବାବାଗଞ୍ଜର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଧିକାରୀ ଡାକ୍ତର ବିବେକ ସିଂ କହିଛନ୍ତି ଯେ ଡାକ୍ତରଖାନାରେ ସାପ ଟିକା ମହଜୁଦ ଅଛି ଏବଂ ଏଭଳି ଖବର ତାଙ୍କ ନଜର କୁ ଆସିଛି ,ସମସ୍ତ ଆହତ ମାନଙ୍କୁ ଟୀକା ଦିଆଯିବ I ଲୋକମାନେ ଭୟଭୀତ ନହେଇ ତୁରନ୍ତ ହସ୍ପିଟାଲ ରେ ଭର୍ତି କରାନ୍ତୁ I ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି ସତରେ କଣ ନାଗୁଣୀ ପ୍ରତିଶୋଧ ନେଉଛି ?ନା ଏକ ସଂଯୋଗ ମାତ୍ର !

Leave a Reply

Your email address will not be published. Required fields are marked *