ଓଟିଭିକୁ ନୋଟିସ ସହିତ ଥାନାରେ FIR ଦେଲା ବିଏମସି

ଓଟିଭି ଭୁଲ ଖବର ପ୍ରସାରଣ କରିଥିବା ନେଇ ଅଭିଯୋଗ କରି ନୋଟିସ ପଠାଇଛି ବିଏମସି I ଗତକାଲି ଦୁଇ ବନ୍ଧୁ ଙ୍କ ବାର୍ତାଳାପ ର ଏକ ଭିଡିଓ ଓଟିଭି ରେ ପ୍ରକାଶିତ ହେଇଥିଲା I ଯେଉଁଥିରେ ଜଣେ ବନ୍ଧୁ କରୋନା ପଜିଟିଭ ହେଇ ହସ୍ପିଟାଲ ରେ ରହି ଫେରିବା ପରେ ତାଙ୍କର ଅଭିଜ୍ଞତା ବଖାଣିଛନ୍ତି I ଯେଉଁଥିରେ ସରକାର ଙ୍କ ଅନେକ ଗୁମର ପଦାରେ ପଡିଛି ,ତେବେ ଏହା ସତ ହୋଇଥିଲେ ସାଙ୍ଘାତିକ ,କିନ୍ତୁ ବିଏମସି କହିଛି କି ଏହା ସମ୍ପୂର୍ଣ୍ଣ ମନଗଢା ତେଣୁ ଏନେଇ ଓଟିଭି କର୍ତ୍ତୃପକ୍ଷ ଙ୍କ ବିରୁଧରେ ଥାନାରେ ଏତଲା ଦିଆଯାଇଛି I

ଏହାସହିତ ବିଏମସି କହିବାନୁଯାୟୀ କୋଭିଡ ଯୋଦ୍ଧାମାନେ ଏ ଲଢେଇ ରେ ନିଜର ସମସ୍ତ ଉଦ୍ୟମ ଜାରି ରଖିଥିବା ବେଳେ ଏପରି ମିଛ ଖବର ପ୍ରସାରଣ ଯୋଦ୍ଧା ଙ୍କ ମନୋବଳ ଭାଙ୍ଗି ଦେଉଛି I ଓଟିଭି ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ବେଳେ ଅପରପକ୍ଷରେ ଏହି ଭାଇରଲ ଅଡିଓ କିଏ ଛାଡିଲା ଏବଂ ସେଥିରେ କେତେ ସତ୍ୟତା ଅଛି ତାହା ମଧ୍ୟ ଯାଞ୍ଚ ହେବା ଆବଶ୍ୟକ I

Leave a Reply

Your email address will not be published. Required fields are marked *