ମତେ ବିଶ୍ୱାସ କର ମୁଁ ସଚ୍ଚୋଟ ଅଟେ, ଓଡିଶା ର ସବୁଠାରୁ ଖରାପ ଚାନେଲ ଓଟିଭି :ଅନୁଭବ

ଭାଇରଲ ଅଡିଓ କୁ ନେଇ ଓଟିଭି ବିରୁଧରେ ବିଏମସି ଥାନାର ଦ୍ୱାରସ୍ଥ ହେବାପରେ ,ଓଟିଭି କୁ ନେଇ ସାମ୍ନା କୁ ଆସିଛନ୍ତି ସାଂସଦ ଅନୁଭବ ମହାନ୍ତି I ପୂର୍ବ ରାଗ ସବୁ ଏକାଥରେ ସୁଝେଇଦେଇଛନ୍ତି ଗୋଟିଏ ଲେଖାରେ I ପୂର୍ବରୁ ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ନିନ୍ଦିତ ହେଇଥିବା ବେଳେ ଏଥରକ ଖୋଲାଖୋଲି ଓଟିଭି ବିରୁଧରେ ଲେଖିଛନ୍ତି ଅନୁଭବ I

ଅନୁଭବ ଲେଖିଛନ୍ତି କି ମୁଁ ଯେବେ ହୋଟେଲ ରେ ରହିବାକୁ ଯାଏ ସେଠାର କୋଠରୀରେ OTV ଚ୍ୟାନେଲ ଉପଲବ୍ଧ ଅଛି କି ନାହିଁ ସେ ନେଇ ପଚାରିଥାଏ ଏବଂ ଏହି ନିର୍ଦ୍ଦିଷ୍ଟ ଚ୍ୟାନେଲ ଦ୍ୱାରା ଖବର ଦେଖିବାକୁ ଅନେକ ଥର ଅତିରିକ୍ତ ଦେୟ ମଧ୍ୟ ଦେଇଛି I କିନ୍ତୁ ପରେ ଅନୁଭବ କଲି ଯେ ଏହା ହେଉଛି ଆମ ଓଡ଼ିଶାର ସବୁଠାରୁ ଖରାପ ଚାନେଲ I ମୁଁ ଲଜ୍ଜିତ ଅନୁଭବ କରୁଛି ଯେ ଅତୀତରେ ମୁଁ ସେମାନଙ୍କ ସହିତ କାମ କରିସାରିଛି |

ମୁଁ ଜଣେ ଦାୟିତ୍ୱବାନ ଯୁବ ନେତା ଏବଂ ମୁଁ କେବେବି ଓଡିଶାର ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ସାହସ କରିପାରିବି ନାହିଁ | ମୁଁ ସେମାନଙ୍କୁ ପ୍ରତ୍ୟେକ ସଚ୍ଚୋଟତା, ପ୍ରେମ ଏବଂ ସଚ୍ଚୋଟତା ସହିତ କହିବାକୁ ଚାହେଁ ଯେ ଆମକୁ ଏହି ଆଣ୍ଟି-ଓଡିଶା ନ୍ୟୁଜ୍ ଚ୍ୟାନେଲ କୁ ବ୍ୟାନ କରିବାକୁ ଶପଥ ନେବାକୁ ହେବ I ଏହା ସହିତ ଆହୁରି ଲେଖିଛନ୍ତି କି ମୁଁ ଜାଣେ ଯେ ଖୁବ୍ କମ୍ ଲୋକ ମୋ ସହ ସହମତ ହୋଇପାରନ୍ତି ନାହିଁ କିନ୍ତୁ ମୋତେ ବିଶ୍ୱାସ କରନ୍ତୁ ଦୟାକରି, ମୁଁ ସଚ୍ଚୋଟ ଅଟେ | ମାତୃଭୂମିର ବିଳମ୍ବିତ ବିକାଶ ପାଇଁ ଏହି OTV ହିଁ ଉତ୍ତରଦାୟୀ I କିଛି ଅନୁଭବ ଙ୍କୁ ସମର୍ଥନ ଦେଇଥିବା ବେଳେ ଆଉ କିଛି ଟ୍ରଲ କରିଛନ୍ତି ,ତେବେ ନିନ୍ଦୁକ ମାନଙ୍କୁ ମଧ୍ୟ ସାଂସଦ ଅନୁଭବ କଡା ଜବାବ ଦେଉଥିବାର ନଜର ଆସିଛି I

ବିଶ୍ୱଜିତ ନାୟକ ଦୟାକରି ଜିମ କୁ ଯାଆନ୍ତୁ ଏବଂ ସଲମାନ ଖାଁ ଙ୍କୁ ଲାଇକ ଭିକ ମାଗନ୍ତୁ ପ୍ରତି ଉତ୍ତର ରେ ଅନୁଭବ କହିଛନ୍ତି କି ତୁମ ବାପା ମା ନିହାତି ଏହିଭଳି କରୁଥିବେ ଯାହା ତୁମେ କରୁଛ ସେହିଭଳି ଆଉ ଜଣେ ଫେସବୁକ ୟୁଜର ଲେଖିଛନ୍ତି ଆପଣ ପାଗଳ ହେଇଗଲେଣି ଅନୁଭବ ରିପ୍ଲାଇ ଦେଇଛନ୍ତି ତୁମ ଠାରୁ ଅଧିକ ନୁହେଁ I

One Comment on “ମତେ ବିଶ୍ୱାସ କର ମୁଁ ସଚ୍ଚୋଟ ଅଟେ, ଓଡିଶା ର ସବୁଠାରୁ ଖରାପ ଚାନେଲ ଓଟିଭି :ଅନୁଭବ”

  1. We estimated VTE recurrence over 2 time frames, which represented milestones in the introduction of new chemotherapy agents 1966 1985 introduction of anthracycline and 1986 2000 introduction of hematopoietic growth factors and targeted therapies, such as rituximab, trastuzumab, imatinib and found no significant difference in recurrence between these 2 timeframes P cialis cheapest online prices BET inhibition silences expression of MYCN and BCL2 and induces cytotoxicity in neuroblastoma tumor models

Leave a Reply

Your email address will not be published. Required fields are marked *